ସାଂସଦଙ୍କ ସନ୍ଦେହ ଦୂର ପାଇଁ ଶ୍ରେଣୀ ଶିକ୍ଷକ ହେବାକୁ ପ୍ରସ୍ତୁତ

ରପ୍ତାନି କ୍ଷେତ୍ରର ଅଭିବୃଦ୍ଧି ଲାଗି ଅଣ୍ଟାଭିଡ଼ିଲେ ନିର୍ମଳା ସୀତାରମଣ, ୬ଟି ବଡ ପଦକ୍ଷେପ ଘୋଷଣା

ନୂଆଦିଲ୍ଲୀ: ଜୁଲାଇ ୫ ତାରିଖରେ ‌ଆଗତ ହୋଇଥିବା କେନ୍ଦ୍ର ବଜେଟ ଉପରେ ଯଦି ସାଂସଦମାନଙ୍କର କିଛି ଅବୁଝା ରହିଥାଏ ତା’ହେଲେ ସେ ଶ୍ରେଣୀ ଶିକ୍ଷକ ହୋଇ ତାହାକୁ ଦୂର କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ କହିଛନ୍ତି। ସଂସଦରେ ଥିବା ଅର୍ଥମନ୍ତ୍ରୀଙ୍କ  କକ୍ଷରେ ସନ୍ଦେହ ଦୂର ପାଇଁ ସାଂସଦମାନଙ୍କୁ ସମ୍ମାନର ସହ ସ୍ବାଗତ କରିବି ବୋଲି ନିର୍ମଳା କହିଛନ୍ତି। ଅର୍ଥମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଯୋଗୁ ଗୃ‌ହରେ ଆଜି ହଟ୍ଟଗୋଳ ସୃଷ୍ଟି ହୋଇଛି। ଜୁଲାଇ ୪ ତାରିଖରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ଏବଂ ୫ ତାରିଖରେ ଉପସ୍ଥାପିତ ହୋଇଥିବା ବଜେଟରେ ଦୁଇଟି ପୃଥକ୍ ଜିଡିପି ସଂଖ୍ୟା ଉଲ୍ଲେଖ କରାଯାଇଥିବାରୁ ସଦସ୍ୟମାନେ ଏ ‌ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଅର୍ଥମନ୍ତ୍ରୀ କହିଥିଲେ, ବଜେଟରେ ଯେଉଁ ୧୨ ପ୍ରତିଶତ ଜିଡିପି ଅଭିବୃଦ୍ଧି ଆକଳନ କରାଯାଇଛି  ତାହା ୨୦୧୮-୧୯ର ଅଗ୍ରିମ ନୋମିନାଲ ଜିଡିପି ଆକଳନ ସଂଖ୍ୟା ୧,୮୮,୪୦,୩୭୧ କୋଟି ଟଙ୍କା ଉପରେ କରାଯାଇଛି। ଏହି ଅଗ୍ରିମ ଆକଳନ ୨୦୧୯ ଜାନୁଆରି ୭ରେ ପ୍ରକାଶ ପାଇଥିଲା। ଅର୍ଥନୈତିକ ସର୍ଭେରେ ଯେଉଁ ୧୧ ପ୍ରତିଶତ ଅଭିବୃଦ୍ଧି କଥା କୁହାଯାଇଛି ତାହା ୨୦୧୮-୧୯ର ଅସ୍ଥାୟୀ ଜିଡିପି ଆକଳନ ସଂଖ୍ୟା ୧,୯୦,୧୦,୧୬୪ କୋଟି ଟଙ୍କା ଉପରେ କରାଯାଇଛି।  ଏହି ଅସ୍ଥାୟୀ ଆକଳନ ୨୦୧୯ ମେ ୩୧ରେ ପ୍ରକାଶ ପାଇଥିଲା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe