ଭୁବନେଶ୍ଵର: ଏକ ଅଣଲାଭକାରୀ ସଂସ୍ଥା ଟୋଷ୍ଟମାଷ୍ଟର୍ସ ଇଣ୍ଟରନ୍ୟାସନାଲ ପକ୍ଷରୁ ଭୁବନେଶ୍ଵରଠାରେ ଅବସ୍ଥିତ ଏକ୍ସଆଇଏମବି ଠାରେ ଏହାର ଶତବାର୍ଷିକୀ ଅବସରରେ ଏକ ମେଗା ଇଭେଣ୍ଟ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ଏହାର ୩ଟି କ୍ଲବ ଯଥା ଟୋଷ୍ଟମାଷ୍ଟର୍ସ କମ୍ୟୁନିଟି କ୍ଲବ ଭୁବନେଶ୍ଵର, ଟାଟା ଷ୍ଟିଲ ଓଡ଼ିଶା ଟୋଷ୍ଟମାଷ୍ଟର୍ସ କ୍ଲବ, ଏବଂ ଟିସିଏସ୍ ମୈତ୍ରୀ ଭୁବନେଶ୍ଵର ଟୋଷ୍ଟମାଷ୍ଟର୍ସ କ୍ଲବର ସଦସ୍ୟମାନେ ଏକତ୍ରିତ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗିତା ଯଥା ମଜାକିଆ ଭାଷଣ ଏବଂ ମୂଲ୍ୟାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ମଜାକିଆ ଭାଷଣ ପ୍ରତିଯୋଗିତାରେ ଗଙ୍ଗାଧର ହୋତା, ଈଶିତା ପଟ୍ଟନାୟକ ଓ ଶ୍ରୀଷ୍ଟି ଶର୍ମା ଏବଂ ମୂଲ୍ୟାଙ୍କନ ପ୍ରତିଯୋଗିତାରେ ଅଭିଶେକ ଦାସ, ଗଙ୍ଗାଧର ହୋତା ଓ ଶୁଭେନ୍ଦୁ ପଣ୍ଡା ବିଜେତା ଘୋଷିତ ହୋଇଥିଲେ।
ଏହି ବିଜେତା ନଭେମ୍ବର ମାସରେ ଓଡ଼ିଶା ପକ୍ଷରୁ ବିଭାଗୀୟ ସ୍ତରରେ ଆଇ୩ ଏରିୟାର ପ୍ରତିନିଧିତ୍ଵ କରିବେ। ପୂର୍ବ ବର୍ଷ ଗୁଡିକରେ ମଧ୍ୟ ଓଡ଼ିଶା ବିଭାଗୀୟ ଓ ଜିଲ୍ଲା ସ୍ତରରେ ଲଗାତର ଭଲ ପ୍ରଦର୍ଶନ କରିଆସିଛି।
ଆଇ୩ ଏରିୟାର ନିର୍ଦ୍ଦେଶକ ପ୍ରଦୀପ ସାହୁ କହିଛନ୍ତି ଯେ, ’ଓଡ଼ିଶାରେ ଅନେକ ପ୍ରତିଭାବାନ ଲିଡ଼ର ଓ ବକ୍ତା ଅଛନ୍ତି। ସାର୍ବଜନୀନ ବକ୍ତା ହେବା ଏପରି ଏକ ଦକ୍ଷତା ଯାହା ସବୁ ବୃତ୍ତି ଓ କ୍ୟାରିୟରରେ ସମସ୍ତଙ୍କ ପାଇଁ ଜରୁରୀ। ଟୋଷ୍ଟମାଷ୍ଟର୍ସ ଏହି ଦକ୍ଷତା ବିକାଶ ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ସହିତ ବିଶ୍ଵ ସ୍ତରରେ ଏକ ଗ୍ଲୋବାଲ ନେଟୱର୍କ ଗଠନ କରିବାରେ ସହାୟତା କରିଥାଏ।
Follow Us