ମହଙ୍ଗା ହେଲା ଜାତୀୟ ରାଜପଥରେ ଗାଡ଼ି ଚଳାଇବା, ସରକାର ବଢାଇଲେ ଟୋଲ ଟିକସ

Advertisment
ମହଙ୍ଗା ହେଲା ଜାତୀୟ ରାଜପଥରେ ଗାଡ଼ି ଚଳାଇବା, ସରକାର ବଢାଇଲେ ଟୋଲ ଟିକସ

ନୂଆଦିଲ୍ଲୀ : ଆଜିଠାରୁ ସାରା ଦେଶରେ ଜାତୀୟ ରାଜପଥରେ ଯାତ୍ରା କରିବା ମହଙ୍ଗା ପଡିଛି । ହଁ, ଜାତୀୟ ରାଜପଥରେ ଯାତ୍ରା କରିବା ପାଇଁ ଆପଣଙ୍କୁ ଏବେ ୫ ପ୍ରତିଶତ ଅଧିକ ଟୋଲ ଟିକସ ଦେବାକୁ ପଡିବ । ନୂଆ ଦର ଅନୁଯାୟୀ ଜାତୀୟ ରାଜପଥରେ ଗାଡି ଚଳାଇବା ପାଇଁ ଆପଣଙ୍କୁ ଏବେ କିଲୋମିଟର ପିଛା ୧ ଟଙ୍କା ୪୩ ପଇସା ଦେବାକୁ ପଡିବ, ଯାହା ପୂର୍ବରୁ କିଲୋମିଟର ପିଛା ୧ ଟଙ୍କା ୩୬ ପଇସା ଥିଲା । ସେହିପରି ଭାରି ଯାନଗୁଡ଼ିକୁ ଏବେ ଟୋଲ୍ ଟ୍ୟାକ୍ସରେ ପୂର୍ବ ତୁଳନାରେ ୪୦ ଟଙ୍କା ଅଧିକ ଦେବାକୁ ପଡ଼ିବ। ୨୦୨୧-୨୨ ଆର୍ଥିକ ବର୍ଷରେ ଟୋଲ ଟିକସ ମୂଲ୍ୟ୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏକ ଜାତୀୟ ସ୍ତରର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏନଏଚଏଆଇ ସାରା ଦେଶରେ ଟୋଲ ଟିକସ ମୂଲ୍ୟ ବୃଦ୍ଧି କରିଛି । ନୂଆ ଦର ଅନୁଯାୟୀ, ଏବେ ସବୁ ବର୍ଗର ଗାଡ଼ି ଉପରେ ୨୦୨୩ ଏପ୍ରିଲ ୧ ଠାରୁ ଅଧିକ ଟୋଲ୍ ଟ୍ୟାକ୍ସ ଦେବାକୁ ପଡ଼ିବ। ଜାତୀୟ ରାଜପଥ ଶୁଳ୍କ (ଦର ନିର୍ଦ୍ଧାରଣ ଏବଂ ସଂଗ୍ରହ) ନିୟମ, ୨୦୦୮ ଅନୁଯାୟୀ, ସରକାର ପ୍ରତିବର୍ଷ ଟୋଲ ଟିକସ ମୂଲ୍ୟ ପରିବର୍ତ୍ତନ କରନ୍ତି, ଯାହା ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ବା ମୁଦ୍ରାସ୍ପୀତିକୁ ଦେଖି ନିର୍ଦ୍ଧାରଣ କରାଯାଇଥାଏ । ୨୦୦୮ ପରେ ନିଲାମ ହୋଇଥିବା ପ୍ରକଳ୍ପଗୁଡ଼ିକ ପାଇଁ ଟୋଲ୍ ଟିକସ ମୂଲ୍ୟ ଏପ୍ରିଲରେ ବାର୍ଷିକ ୩% ନିର୍ଦ୍ଧାରିତ ହାରରେ ପରିବର୍ତ୍ତନ କରାଯାଏ ଏବଂ ଡିସେମ୍ବର ମୁଦ୍ରାସ୍ପୀତି ଭିତ୍ତିରେ ଏହାର ନିର୍ଦ୍ଧାରଣ କରାଯାଏ । ସେହିପରି ୨୦୦୮ ପୂର୍ବରୁ ନିଲାମ ହୋଇଥିବା ପ୍ରକଳ୍ପଗୁଡ଼ିକର ଟୋଲ୍ ମୂଲ୍ୟ ବୃଦ୍ଧି ମାର୍ଚ୍ଚ ର ମୁଦ୍ରାସ୍ପୀ ସହ ଜଡ଼ିତ ଏବଂ ନୂଆ ଦର ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe