ଆସନ୍ତା ମାସରୁ ହୁଣ୍ଡାଇ କାର ମହଙ୍ଗା ହେବ

Advertisment
ଆସନ୍ତା ମାସରୁ ହୁଣ୍ଡାଇ କାର ମହଙ୍ଗା ହେବ

ନୂଆଦିଲ୍ଲୀ: ଆସନ୍ତା ମାସରୁ ହୁଣ୍ଡାଇ ମୋଟର ଇଣ୍ଡିଆର କାର ଗୁଡ଼ିକ ମହଙ୍ଗା ହେବ। କମ୍ପାନିର କାର ଗୁଡ଼ିକର ଦାମ୍ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିଯିବ। କାର ନିର୍ମାଣରେ ବ୍ୟବହୃତ ସାମଗ୍ରୀ ମହଙ୍ଗା ‌ହେବା ଯୋଗୁ କମ୍ପାନି କାର ମୂଲ୍ୟ ବୃଦ୍ଧି ଯୋଜନା କରିଛି। ସମସ୍ତ ମଡେଲ କାର ମୂଲ୍ୟରେ ମୂଲ୍ୟ ବୃଦ୍ଧି କାର୍ଯ୍ୟକାରୀ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ହୁଣ୍ଡାଇ ଭାରତରେ ‌ହ୍ୟାଚବ୍ୟାକ୍ ସାଣ୍ଟ୍ରୋଠାରୁ ଆରମ୍ଭ କରି ଟସକନ୍ ପର୍ଯ୍ୟନ୍ତ ଏସୟୁଭି ବିକ୍ରି କରୁଛି। ଦିଲ୍ଲୀରେ ଏହି କାର ଗୁଡ଼ିକର ଏକ୍ସ‌ ସୋରୁମ ମୂଲ୍ୟ ୩ ଲକ୍ଷ ୮୯ ହଜାର ଟଙ୍କାରୁ ୨୬ ଲକ୍ଷ ୮୪ ହଜାର ଟଙ୍କା ମଧ୍ୟରେ ରହିଛି। ଗତ ସପ୍ତାହରେ ଟାଟା ମୋଟର୍ସ, ଫୋର୍ଡ ଇଣ୍ଡିଆ ଏବଂ ନିସାନ ଇଣ୍ଡିଆ ସେମାନଙ୍କ ଗାଡ଼ି ମୂଲ୍ୟ ବୃଦ୍ଧି‌ ଯୋଜନା ବିଷୟରେ ଘୋଷଣା କରିସାରିଛନ୍ତି। ମାରୁତି ସୁଜୁକି, ଟୟୋଟା କିର୍ଲୋସ୍କର, ବିଏମ୍‌ଡବ୍ଲ୍ୟୁ, ରେନଲ୍ଟ ଏବଂ ଇସୁଜୁ ଆସନ୍ତା ମାସରୁ ମୂଲ୍ୟ ବୃଦ୍ଧି କରିବେ ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe