ଭୁବନେଶ୍ବର : କରୋନା ମହାମାରୀ ରୋକିବା ପାଇଁ ଖୋର୍ଧା ସମେତ ୪ଟି ଜିଲ୍ଲାରେ ୧୪ ଦିନିଆ ଲକ୍ଡାଉନ୍ କାର୍ଯ୍ୟକାରୀ କରାଯାଉଛି। ଏହି ସମୟରେ ଗ୍ରାହକଙ୍କୁ ନିରନ୍ତର ଭାବେ ଉତ୍ତମ ମାନର ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିସିଓଡିଏଲ୍) ଉଦ୍ୟମ ଜାରି ରଖିଛି। ବୈଦ୍ୟୁତିକ ଯନ୍ତ୍ରାଂଶ ଓ ଉପକରଣ ଗୁଡ଼ିକ ଯେଭଳି ଠିକ୍ ଭାବେ କାର୍ଯ୍ୟ କରିବ ସେଥିପାଇଁ କମ୍ପାନିର ଆଗଧାଡ଼ିର କର୍ମଚାରୀମାନେ ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି। ୮୫୫୯ଟି ଟ୍ରାନ୍ସଫର୍ମର, ୨୯୯୨ କିମି ଏଚ୍ଟି ଲାଇନ୍ ଓ ୪୧୯୬ କିମି ଏଲ୍ଟି ଲାଇନ ନେଟୱାର୍କକୁ ପରିଚାଳନା କରିବା ପାଇଁ ଭୁବନେଶ୍ବରଠାରେ କମ୍ପାନିର ୨୩୪ ଜଣ ଟେକ୍ନିସିଆନ୍ ଓ ଇଞ୍ଜିନିୟର କାର୍ଯ୍ୟ କରୁଛନ୍ତି। ଗ୍ରାହକଙ୍କୁ ବିଦ୍ୟୁତ୍ ଯୋଗାଣ ସହିତ ବିଭିନ୍ନ ମରାମତି କାର୍ଯ୍ୟ ମଧ୍ୟ କମ୍ପାନି ଜାରି ରଖିଛି।
ଲକ୍ଡାଉନ୍ ବେଳେ ନିରନ୍ତର ବିଦ୍ୟୁତ ସେବା ଯୋଗାଇବା ପାଇଁ ଟିପିସିଓଡିଏଲ୍ର ପ୍ରୟାସ
Advertisment
Follow Us