ଏପ୍ରିଲ୍‌ରୁ ସ୍ମାର୍ଟ ମିଟର ଲଗାଇବ ଟିପିସିଓଡିଏଲ୍‌

Advertisment

ଫିଡର୍‌, ସବ୍‌-ଷ୍ଟେସନ୍‌ର ଜିଆଇଏସ୍‌ ମ୍ୟାପିଂ କରିବ

ଫିଡର୍‌, ସବ୍‌-ଷ୍ଟେସନ୍‌ର ଜିଆଇଏସ୍‌ ମ୍ୟାପିଂ କରିବ

ଏପ୍ରିଲ୍‌ରୁ ସ୍ମାର୍ଟ ମିଟର ଲଗାଇବ ଟିପିସିଓଡିଏଲ୍‌

The Economic Times

ଭୁବନେଶ୍ବର : ସେସୁକୁ ଅଧିଗ୍ରହଣ କରିଥିବା ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡି‌ଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିସିଓଡିଏଲ୍‌) ଚଳିତ ବର୍ଷ ଏପ୍ରିଲ୍‌ରୁ ଏହାର ପରିଚାଳନା ଅଞ୍ଚଳରେ ସ୍ମାର୍ଟ ମିଟର୍‌ ଲଗାଇବା କାର୍ଯ୍ୟ ଆରମ୍ଭ କରିବ। ଆଜି ଇଡ୍‌କଲ୍ ଟାୱାର ପରିସରରେ ଥିବା କଂପାନି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂପାନିର ସିଇଓ ଏନ୍ ସେନ୍‌ବାଗମ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଠ ମାସ ପୂର୍ବରୁ ଆମେ ସେସୁକୁ ଅଧିଗ୍ରହଣ କରିବା ପରେ ଅଢ଼େଇ ଲକ୍ଷ ମିଟର ତ୍ରୁଟିପୂର୍ଣ୍ଣ ଥିବା ଚିହ୍ନଟ କରିଥିଲୁ। ୨୦୨୦ ଡିସେମ୍ବର ସୁଦ୍ଧା ସେଥିରୁ ୧.୨୦ ଲକ୍ଷ ମିଟର ବଦଳାଇ ଦିଆଯାଇଛି। ଅନ୍ୟ ତ୍ରୁଟିପୂର୍ଣ୍ଣ ମିଟରଗୁଡ଼ିକୁ ମାର୍ଚ୍ଚ ସୁଦ୍ଧା ବଦଳାଇ ଦିଆଯିବ। ଏହା ବ୍ୟତୀତ ଏପ୍ରିଲ୍‌ରୁ ସ୍ମାର୍ଟ ମିଟର ଲଗାଇବା କାର୍ଯ୍ୟ ଆରମ୍ଭ କରାଯିବ। ଏହା ଏକ ଅଢ଼େଇ ବର୍ଷିଆ ପ୍ରକଳ୍ପ। ପ୍ରଥମେ ହାଇ-ଏଣ୍ଡ୍‌ ଗ୍ରାହକ ଯେଉଁମାନେ ୩୦୦ ୟୁନିଟ୍‌ରୁ ଅଧିକ ବିଦ୍ୟୁତ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ସ୍ମାର୍ଟ ମିଟର ବ୍ୟବହାର କରାଯିବ। ପରର୍ବତୀ ସମୟରେ ଅନ୍ୟ ବର୍ଗର ଗ୍ରାହକଙ୍କ ପାଖରେ ତାହା ପହଞ୍ଚିବ। କଂପାନି ଏହା ଅଧୀନରେ ଥିବା ଫିଡର ଓ ସବ୍‌ଷ୍ଟେସନ ଭଳି ବିଦ୍ୟୁତ ସମ୍ପତ୍ତିଗୁଡ଼ିକର ଜିଆଇଏସ୍‌ ମ୍ୟାପିଂ କରିବାକୁ ମଧ୍ୟ ଯୋଜନା ରଖିଛି।

ଚଳିତ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରୁଥିବା ଟିପିସିଓଡିଏଲ୍‌ ଆସନ୍ତା ଆର୍ଥିକ ବର୍ଷ (୨୦୨୧-୨୨)ରେ ୪୦୦ କୋଟି ଟଙ୍କା ନିବେଶ କରିବ। ଏହି ପାଣ୍ଠି ନିରାପତ୍ତା, ପ୍ରଯୁକ୍ତି, ସୂଚନା ପ୍ରଯୁକ୍ତି ବ୍ୟବସ୍ଥା ଯଥା ସାପ୍ ଏବଂ ନେଟ୍‌ୱର୍କ ଆଦିରେ ବ୍ୟବହାର କରାଯିବ। ପ୍ରାୟ ୨୫% ଅର୍ଥ ନିରାପତ୍ତା ବ୍ୟବସ୍ଥାକୁ ଦୃଢ଼ କରିବାରେ ବିନିଯୋଗ କରାଯିବ। ସେସକୁ ଅଧିଗ୍ରହଣ କରିବା ପରେ କଂପାନି ୭୦ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି। ପ୍ରତି ମାସରେ ୬-୭ ହଜାର ନୂଆ ଗ୍ରାହକ ଏହାର ନେଟ୍‌ୱର୍କରେ ଯୋଡ଼ି ହେଉଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ କଂପାନି ଇଲେକ୍ଟ୍ରିକାଲ୍‌ ଯାନ ପାଇଁ ବ୍ୟବସ୍ଥା ବିକଶିତ କରିବାକୁ ଯୋଜନା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe