ପ୍ରଥମ ବର୍ଷ ପୂର୍ତ୍ତି ପାଳନ, ଟିପିସିଓଡିଏଲ୍ ୪୦୦ କୋଟି ନିବେଶ କରିବ

ପ୍ରଥମ ବର୍ଷ ପୂର୍ତ୍ତି ପାଳନ, ଟିପିସିଓଡିଏଲ୍ ୪୦୦ କୋଟି ନିବେଶ କରିବ

ଭୁବନେଶ୍ବର : ସେସୁକୁ ଅଧିଗ୍ରହଣ କରିବାର ଏକ ବର୍ଷ ପୂର୍ତ୍ତି ପାଳନ କରୁଥିବା ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ଚଳିତ ବର୍ଷ ନେଟ୍‌ୱର୍କ ସମ୍ପ୍ରସାରଣ ଓ ପ୍ରଯୁକ୍ତିରେ ୪୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛି। ଆଜି ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଟାଟା ପାୱାରର ସଭାପତି ସଞ୍ଜୟ ବାଙ୍ଗା ଓ ଟିପିସିଓଡିଏଲ୍‌ର ସିଇଓ ଏମ୍ ସେନ୍‌ବାଗମ ଏହି ସୂଚନା ଦେଇଛନ୍ତି।

ରାଜ୍ୟରେ ବାତ୍ୟା ପ୍ରତିରୋଧୀ ବିଦ୍ୟୁତ ନେଟ୍‌ୱର୍କ ବିକଶିତ କରିବାକୁ ମଧ୍ୟ କଂପାନି ଲକ୍ଷ୍ୟ ରଖିଛି। ବର୍ଷକ ଭିତରେ କଂପାନି ୨.୬ ଲକ୍ଷ ଖରାପ ମିଟରକୁ ବଦଳାଇଛି। ଏହା ବ୍ୟତୀତ ଗ୍ରାହକ ସେବାରେ ଉନ୍ନତି ଆଣିବା ଲାଗି ପାଞ୍ଚଟି ଗ୍ରାହକ ସେବା କେନ୍ଦ୍ର ସ୍ଥାପନ କରିଛି। ସେଥି ମଧ୍ୟରୁ କଟକ ଓ ପୁରୀରେ ଥିବା ଦୁଇଟି କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ମvହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ଡିଜିଟାଲ୍ ‌ମାଧ୍ୟମରେ ବିଲ୍ ପେମେଣ୍ଟ୍‌କୁ କଂପାନି ପ୍ରୋତ୍ସାହିତ କରୁଛି। ଏହାର ଡିଜିଟାଲ୍ ବିଲ୍ ସଂଗ୍ର‌ହରେ ୧୦୩% ବୃ୍ଦ୍ଧି ଘଟିଛି। ଟିପିସିଓଡିଏଲ୍ ପ୍ରତ୍ୟକ୍ଷ ଭାବେ ପ୍ରାୟ ୫୦୦ ଓ ବ୍ୟବସାୟ ସହଯୋଗୀମାନଙ୍କ ଜରିଆରେ ୮୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି। ରାଜ୍ୟରେ ଥିବା ସମସ୍ତ ଚାରି ଡିସ୍‌କମ୍‌କୁ ଟାଟା ପାୱାର ତିନି ବର୍ଷ ଭିତରେ ସ୍ମାର୍ଟ ଗ୍ରିଡ୍ ଉପଯୋଗୀ କରିବାକୁ ଯୋଜନା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe