ସମ୍ଭାବ୍ୟ ବନ୍ୟା ପାଇଁ ଟିପିସିଓଡିଏଲ୍‌ର ‌ଯୋଜନା

Advertisment
ଟିପିସିଓଡିଏଲ୍ ପକ୍ଷରୁ ସ୍ୱତନ୍ତ୍ର ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର : ମହାନଦୀ ଅବବାହିକାରେ ସ୍ୱଳ୍ପ ଓ ମଧ୍ୟମ ଧରଣ ବନ୍ୟା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଅଂଚଳଗୁଡ଼ିକୁ ଟିପିସିଓଡିଏଲ୍ ପକ୍ଷରୁ ଆଗୁଆ ଚିହ୍ନଟ କରାଯାଇଛି। ଏକ ସମ୍ପୂର୍ଣ୍ଣ ବ୍ୟବସାୟ ନିରନ୍ତରତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମ୍‌ପି) କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନାର ଏକ ମକ୍ ଡ୍ରିଲ୍ କରାଯାଇଛି । ଏଥିସହିତ କୋଭିଡ୍‌-୧୯ ମହାମାରୀ ଦୃଷ୍ଟିରୁ ଟିପିସିଓଡିଏଲ୍ ପକ୍ଷରୁ ଅକ୍ସିଜେନ୍ ପ୍ଲାଂଟ୍‌କୁ ୨୪ ଘଂଟିଆ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ପାଇଁ ଏକ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇଛି। ଯେକୌଣସି ପ୍ରକାର ଜରୁରୀକାଳୀନ ସେବା ଲାଗି ଯେକୌଣସି ବ୍ୟକ୍ତି ୨୪ ଘଣ୍ଟିଆ କଲ୍ ସେଣ୍ଟର ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨କୁ କଲ୍ କରିପାରିବେ। ବନ୍ୟା ବିପଦ ବେଳେ ବିଦ୍ୟୁତ ଯୋଗାଣ ଗ୍ରାହକଙ୍କୁ ଯେଭଳି ସର୍ବନିମ୍ନ ପ୍ରଭାବିତ କରିବ ସେଥିପାଇଁ ନିରନ୍ତର ଭାବେ କାର୍ଯ୍ୟ ଜାରି ରହିବ ବୋଲି କମ୍ପାନିର ସିଇଓ ଏମ୍ ସେନ୍‌ବାଗମ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe