ଟିପିସିଓଡିଏଲ୍‌ର ହ୍ବାଟ୍‌ସଆପ୍‌ ବିଲିଂ ସେବା

Advertisment
ଟିପିସିଓଡିଏଲ୍‌ର ହ୍ବାଟ୍‌ସଆପ୍‌ ବିଲିଂ ସେବା

Jobz9.Com

ଭୁବନେଶ୍ୱର: ଟାଟା ପାୱାର୍ ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଗ୍ରାହକମାନଙ୍କୁ ଏକ ସୁବିଧାଜନକ, ସୁରକ୍ଷିତ ବିଲ୍ ପେମେଂଟ୍ ଅନୁଭୂତି ପ୍ରଦାନ ଲାଗି ହ୍ୱାଟସ୍‌ଆପ୍ ବିଲିଂ ସେବା ଆରମ୍ଭ କରାଯାଇଛି। ଗ୍ରାହକମାନେ ଯେଭଳି ସହଜରେ ହ୍ୱାଟସ୍‌ଆପ୍ ବିଲିଂ ସେବାକୁ ସକ୍ରିୟ କରିପାରିବେ ସେଥିପାଇଁ କଂପାନି ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମୋଡ୍‌ରେ ବିଭିନ୍ନ ବିକଳ୍ପ ଆରମ୍ଭ କରିଛି। କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ଷ୍ଟାଫ୍‌ମାନଙ୍କ ଜରିଆରେ ଗ୍ରାହକଙ୍କ ଅନୁମତି/ସ୍ୱୀକୃତି ହାସଲ ଲାଗି କଂପାନି ଏହାର ସମସ୍ତ ଡିଭିଜନ୍‌ରେ ପ୍ରିଂଟ୍ କରାଯାଇଥିବା ସ୍ୱୀକୃତି ଫର୍ମ ଉପଲବ୍ଧ କରାଇଛି। ଅନ୍‌ଲାଇନ୍‌ ବ୍ୟବହାରକାରୀମାନଙ୍କ ଲାଗି ସମସ୍ତ ବିଲ୍‌ରେ କ୍ୟୁଆର୍ କୋଡ୍ ଓ ହ୍ୱାଟସ୍‌ଆପ୍ ନମ୍ବର ପ୍ରିଂଟ୍ କରାଯାଇଛି । ଏହି ସୁବିଧା ପାଇବା ଲାଗି ଗ୍ରାହକଙ୍କୁ ହ୍ୱାଟସ୍‌ଆପ୍ ନମ୍ବର ୯୯୩୭୮୭୫୯୯୯କୁ ନିଜ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ‘Hi’ ଲେଖି ପଠାଇବାକୁ ହେବ କିମ୍ବା କେବଳ କ୍ୟୁଆର୍ କୋଡ୍ ସ୍କାନ କରି ଏହି ସୁବିଧା ହାସଲ କରିହେବ । ଗ୍ରାହକ ସେହି ନମ୍ବରରେ ଏକ ମିସଡ୍ କଲ୍ ଦେଇ ନିଜ ଇ-ବିଲ୍‌ର ନକଲ ହ୍ୱାଟସ୍‌ଆପ୍‌ରେ ତତ୍କାଳ ପାଇପାରିବେ। କୋଭିଡ୍ ସମୟରେ ସ୍ପର୍ଶବିହୀନ ବିଲିଂ ଓ ପେମେଂଟ୍ ସେବାର ପ୍ରସାର କରିବା ଉଦ୍ୟମ ସ୍ୱରୂପ ଟିପିସିଓଡିଏଲ୍ ପକ୍ଷରୁ ଡିଜିଟାଲ୍ ମାଧ୍ୟମରେ ବିଲ୍ ପେମେଂଟ୍ କରୁଥିବା ଗ୍ରାହକଙ୍କୁ ୨% ରିହାତି ଦିଆଯାଉଛି। ଡିଜିଟାଲ ସେବା ପ୍ରଦାନ କ୍ଷେତ୍ରରେ ହ୍ବାଟ୍‌ସଆପ୍‌ ଇ-ବିଲ୍‌ ସୁବିଧା ଆଉ ଏକ ପଦକ୍ଷେପ ବୋଲି କମ୍ପାନିର ସିଇଓ ଏମ୍‌ ସେନ୍‌ବାଗମ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe