ଓଲା, ଉବର୍‌ ଭଳି ଭଡ଼ାରେ ମିଳିବ ଟ୍ରାକ୍ଟର

Advertisment
ଓଲା, ଉବର୍‌ ଭଳି ଭଡ଼ାରେ ମିଳିବ ଟ୍ରାକ୍ଟର

ନୂଆଦିଲ୍ଲୀ: ଓଲା ଓ ଉବରର କାର୍‌ ଭଳି ଆଗାମୀ ଦିନରେ ଲୋକଙ୍କୁ ଟ୍ରାକ୍ଟର ମଧ୍ୟ ଭଡ଼ାରେ ମିଳିବ। ଏରିସ୍‌ ଇଣ୍ଡିଆ ଓ ହେଲୋ ଟ୍ରାକ୍ଟର ପକ୍ଷରୁ ଏଭଳି ସେବା ପରୀକ୍ଷାମୂଳକ ଭାବେ ପୂର୍ବ ଭାରତରେ ଆରମ୍ଭ ହେବ। ପରବର୍ତି ସମୟରେ ରୋଟାଭେଟର ଏବଂ ହାର୍ଭେଷ୍ଟରରେ ମଧ୍ୟ ମିଳିବ। ଏରିସ୍‌ ଇଣ୍ଡିଆ ପକ୍ଷରୁ ଏହି ସେବା ଗତ ବର୍ଷେ ହେଲା ନାଇଜେରିଆରେ ୫୦୦ ଟ୍ରାକ୍ଟରକୁ ନେଇ ଆରମ୍ଭ ହେବା ସହ ସଫଳ ହୋଇଛି ବୋଲି କମ୍ପାନିର ସଭାପତି ଋଷି ଭଟ୍ଟନାଗର କହିଛନ୍ତି। ନାଇଜେରିଆରେ କମ୍ପାନିର ସହଯୋଗୀ ହେଲୋ ଟ୍ରାକ୍ଟର୍ସ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏହି ସେବା ଯୋଗାଇ ଦେଉଛି। ଏହି ସେବା ଯୋଗୁ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର କୃଷକମାନେ ସେମାନଙ୍କ ଜମିକୁ ଟ୍ରାକ୍ଟରରେ ଚାଷ କରିବା ସୁଯୋଗ ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe