ନୂଆଦିଲ୍ଲୀ: ଓମାନ ସହ ଭାରତ ସରକାର ବ୍ୟାପକ ଅର୍ଥନୈତିକ ସହଯୋଗିତା ଚୁକ୍ତି (ସିଇପିଏ) ସ୍ବାକ୍ଷର କରିଛନ୍ତି। ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ବ୍ୟବସାୟ, ନିବେଶ ଓ ସେବାରେ ସହଯୋଗିତା ବଢ଼ିବ। ଓମାନରେ ଭାରତର ୯୮ ପ୍ରତିଶତ ସାମଗ୍ରୀ ଟିକସମୁକ୍ତ ହୋଇଯିବ। ଭାରତୀୟଙ୍କ ପାଇଁ ଓମାନର ସେବା ଓ ପେସାଦାର କ୍ଷେତ୍ରର ଦ୍ବାର ଖୋଲିବ। ଏହି ଚୁକ୍ତି ପ୍ରଭାବରେ ଭାରତରୁ ଓମାନକୁ ପୋଷାକ, ଜୋତା, ଗହଣା, କୃଷିଜାତ ସାମଗ୍ରୀ, ପ୍ଲାଷ୍ଟିକ, ଆସବାବପତ୍ର, ଔଷଧ, ମେଡିକାଲ ଉପକରଣ, ଗାଡ଼ି, ଗହଣା ଆଦିର ରପ୍ତାନି ବଢ଼ିବ। ରପ୍ତାନି ବଢ଼ିଲେ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଡାକ୍ତର, ଇଞ୍ଜିନିୟର ଓ ଅନ୍ୟାନ୍ୟ ପେସାର ଲୋକମାନଙ୍କୁ ଓମାନରେ କାମ କରିବା ଲାଗି ଭିସା ମିଳିବ ଓ ସେଠାରେ ରହିବା ସହଜ ହେବ। ଅଧିକ ଭାରତୀୟ ସେଠାରେ କାମ କଲେ ଦେଶକୁ ଅଧିକ ବିଦେଶୀ ମୁଦ୍ରା ଆସିବ।
Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ
ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲଗାଇଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଭାରତ ଓମାନ ସହ ଚୁକ୍ତି କରି ଏହାର ବ୍ୟବସାୟ ପରିସରକୁ ବଢ଼ାଇଛି। ୨୦୨୪-୨୫ରେ ଭାରତ-ଓମାନ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ ୯୫,୭୦୦ କୋଟି ଡଲାର ଥିଲା। ସ୍ବାକ୍ଷରିତ ଚୁକ୍ତି ଅଧୀନରେ ଚିକିତ୍ସା ସୁବିଧା ପାଇଁ ଓମାନରୁ ଲୋକ ଭାରତ ଆସିବେ। ଫଳରେ ଦେଶରେ ମେଡିକାଲ୍ ପର୍ଯ୍ୟଟନ ବଢ଼ିବ। ଭାରତର ଛୋଟ ବ୍ୟବସାୟ ଓ ଉଦ୍ୟୋଗଗୁଡ଼ିକର ଜିନିଷ ଓମାନ ବଜାରରେ ପହଞ୍ଚିପାରିବ। ତେବେ ଏହି ଗୁରୁତ୍ବପୂର୍ଣ୍ଣ ଚୁକ୍ତିରେ ଦୁଗ୍ଧଜାତ ସାମଗ୍ରୀ, ସୁନା, ରୁପା ଓ ଚକୋଲେଟ୍କୁ ସାମିଲ କରାଯାଇନାହିଁ। ଦେଶର ଚାଷୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ସ୍ବାର୍ଥର ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଓମାନର ସେବା କ୍ଷେତ୍ର ଯଥା କମ୍ପ୍ୟୁଟର ସେବା, ବ୍ୟବସାୟ ଓ ପେସାଦାର ସେବା, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ଭାରତୀୟ କମ୍ପାନିଗୁଡ଼ିକ ୧୦୦ ପ୍ରତିଶତ ପୁଞ୍ଜିନିବେଶ କରିପାରିବେ।
Editorial: ସରସ ରସ: ‘କ୍ୟୁଁ ନାଚେ ସପେରା?’
ଏହି ସହଯୋଗିତା ସମ୍ପର୍କରେ ଶିଳ୍ପ ଓ ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ବର୍ଷ ବର୍ଷ ଧରି ଦୁଇ ଦେଶ ଭିତରେ ଥିବା ପୁରୁଣା ସମ୍ପର୍କରେ ଏହା ହେଉଛି ଏକ ଐତିହାସିକ ମୁହୂର୍ତ୍ତ। ଏହା ଭାରତୀୟ ରପ୍ତାନିକାରୀ ଓ ପେସାଦାରମାନଙ୍କ ପାଇଁ ଆଗକୁ ବଢ଼ିବାର ନୂଆ ବାଟ ଖୋଲିବ ବୋଲି ସେ କହିଛନ୍ତି। ଗ୍ଲୋବାଲ ଟ୍ରେଡ୍ ଆଣ୍ଡ୍ ରିସର୍ଚ୍ଚଇନିସିଏଟିଭ୍ (ଜିଟିଆର୍ଆଇ)ର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କହିଛନ୍ତି ଯେ ଏହା ଦ୍ବାରା ମଧ୍ୟପ୍ରାଚ୍ୟରେ ଭାରତର ଉପସ୍ଥିତି ଦୃଢ଼ ହେବ।
Follow Us