ଟ୍ରେଡିଂ ଟ୍ରେଣ୍ଡ୍‌

Advertisment

ଆପଣ ନିବେଶ ଆରମ୍ଭ କରିବାକୁ ଚାହୁଥିବା ଜାଣି ଖୁସି ଲାଗୁଛି। ‌‌ତେବେ ନିବେଶ ଆରମ୍ଭ କରିବା ପୂର୍ବରୁ ରଣନୀତି ପ୍ରସ୍ତୁତ କରିବା ଗୁରୁତ୍ବପୂର୍ଣ୍ଣ। ଦାର୍ଘକାଳୀନ ଭିତ୍ତିରେ ବାର୍ଷିକ ୧୨ ପ୍ରତିଶତ ରିଟର୍ଣ୍ଣର ଲକ୍ଷ୍ୟ ରଖି ଇକ୍ବିଟିରେ ୮୦ ପ୍ରତିଶତ...

ଆପଣ ନିବେଶ ଆରମ୍ଭ କରିବାକୁ ଚାହୁଥିବା ଜାଣି ଖୁସି ଲାଗୁଛି। ‌‌ତେବେ ନିବେଶ ଆରମ୍ଭ କରିବା ପୂର୍ବରୁ ରଣନୀତି ପ୍ରସ୍ତୁତ କରିବା ଗୁରୁତ୍ବପୂର୍ଣ୍ଣ। ଦାର୍ଘକାଳୀନ ଭିତ୍ତିରେ ବାର୍ଷିକ ୧୨ ପ୍ରତିଶତ ରିଟର୍ଣ୍ଣର ଲକ୍ଷ୍ୟ ରଖି ଇକ୍ବିଟିରେ ୮୦ ପ୍ରତିଶତ...

fshfshfshfs

ମୁଁ ନିବେଶ କରିବାକୁ ଚାହୁଛି। ସେୟାର ବଜାର ଓ କ୍ରିଫ୍ଟୋକରେନ୍ସି ଭିତରୁ ମୋ ପାଇଁ କେଉଁଟି ଭଲ ହେବ? କ୍ଷତି ନ ସହି ମୁଁ କିଭଳି ନିବେଶ ଆରମ୍ଭ କରିପାରିବି?
-ଗୋପାଳ ରଣସିଂହ, ବାଲେଶ୍ବର
ଆପଣ ନିବେଶ ଆରମ୍ଭ କରିବାକୁ ଚାହୁଥିବା ଜାଣି ଖୁସି ଲାଗୁଛି। ‌‌ତେବେ ନିବେଶ ଆରମ୍ଭ କରିବା ପୂର୍ବରୁ ରଣନୀତି ପ୍ରସ୍ତୁତ କରିବା ଗୁରୁତ୍ବପୂର୍ଣ୍ଣ। ଦାର୍ଘକାଳୀନ ଭିତ୍ତିରେ ବାର୍ଷିକ ୧୨ ପ୍ରତିଶତ ରିଟର୍ଣ୍ଣର ଲକ୍ଷ୍ୟ ରଖି ଇକ୍ବିଟିରେ ୮୦ ପ୍ରତିଶତ ଓ ଡେବ୍‌ଟରେ ୨୦ ପ୍ରତିଶତ ପାଣ୍ଠି ନିବେଶ କରିବା ପାଇଁ ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ। ମନେ ରଖନ୍ତୁ ପ୍ରତ୍ୟକ୍ଷ ନିବେଶ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, କାରଣ ପରୋକ୍ଷ ନିବେଶରେ ଆଲ୍‌ଫା ସୃଷ୍ଟି ହୁଏ ନାହିଁ। ଆପଣ କ୍ର‌ି‌ପ୍ଟୋକରେନ୍ସିରେ ନିବେଶ କରିବାକୁ ଚାହୁଛନ୍ତି। କିନ୍ତୁ କ୍ରିପ୍ଟୋର ମୂଲ୍ୟରେ ହେଉଥିବା ପରିବର୍ତ୍ତନର କୌଣସି ନିର୍ଦ୍ଦିଷ୍ଟ ଆଧାର ନାହିଁ। ଏହା ଏକ ଅତ୍ୟନ୍ତ ଅସ୍ଥିର ସମ୍ପତ୍ତି। ତେଣୁ ଏହାକୁ ଏଡ଼ାଇ ଦିଆଯାଇପାରେ। ନିବେଶ କରିବା ଲାଗି ଆପଣ କ୍ବାଣ୍ଟ ଲାର୍ଜ କ୍ୟାପ୍ ଫଣ୍ଡ୍‌, କୋଟକ୍ ଇମର୍ଜିଂ ଇକ୍ବିଟି ଫଣ୍ଡ, ଇନ୍‌ଭେ‌ସ୍କୋ ଇଣ୍ଡିଆ ସ୍ମଲକ୍ୟାପ୍ ଫଣ୍ଡ ଓ ଏସ୍‌ବିଆଇ କଣ୍ଟ୍ରା ଫଣ୍ଡ୍‌ ବିଚାରକୁ ନେଇପାରିବେ।

ଦୀର୍ଘକାଳୀନ ଭିତ୍ତିରେ ନିବେଶ ବଢ଼ାଇବା ଲାଗି ମୋମେଣ୍ଟମ୍ ନିବେଶ ଏକ ଉତ୍ତମ ବିକଳ୍ପ କି? ଏହା ସ୍ବଳ୍ପକାଳୀନ ଲାଭ ପାଇଁ ନା ଦୀର୍ଘକାଳୀନ? ଦୟାକରି ପରାମର୍ଶ ଦିଅନ୍ତୁ।
-ସୁଶାନ୍ତ ମିଶ୍ର, ଭୁବନେଶ୍ବର
ଇଣ୍ଡେକ୍ସ ଫଣ୍ଡ୍‌ର ଏକ ନୂତନ ବର୍ଗ ହେଉଛି ମୋମେଣ୍ଟମ୍ ଫଣ୍ଡ୍‌ ଯାହା କିଛି ନିର୍ଦ୍ଦିଷ୍ଟ ବେଞ୍ଚମାର୍କକୁ ଅନୁସରଣ କରୁଛି। ସେଗୁଡ଼ିକ ହେଉଛି ବିଏସ୍‌ଇ ମୋମେଣ୍ଟମ୍ ଇଣ୍ଡେକ୍ସ, ନିଫ୍ଟି ମିଡ୍‌କ୍ୟାପ୍ ୧୫୦ ମୋମେଣ୍ଟମ୍ ୫୦୦, ନିଫ୍ଟି ମିଡ୍‌ସ୍ମଲ୍‌କ୍ୟାପ୍ ୪୦୦ ମୋମେଣ୍ଟମ୍ କ୍ବାଲିଟି ୧୦୦, ନିଫ୍ଟି ସ୍ମଲକ୍ୟାପ୨୫୦ ମୋମେଣ୍ଟମ କ୍ବାଲିଟି ୧୦୦ ଓ ନିଫ୍ଟି ୨୦୦ ମୋମେଣ୍ଟମ୍ ୩୦୦। ବଜାରରେ ଏହି ନିବେଶ ନିକଟରେ ଏହାର ଏକ ବର୍ଷର ଯାତ୍ରା ପୂରଣ କରିଥିବା ବେଳେ ଏକ ବର୍ଗ ଭାବେ ହାରାହାରି ୫୪ ପ୍ରତିଶତ ରିଟର୍ଣ୍ଣ ଦେଇଛି। ଏହା ବଜାର ଚକ୍ର ଦେଇ ଗତି କରିବା ବାକି ରହିଛି। ତେଣୁ ଏହା ଉପରେ ଏତେ ଶୀଘ୍ର ମତ ଦେବା ଠିକ୍ ହେବ ନାହିଁ। କେତେକ ନିର୍ଦ୍ଦିଷ୍ଟ ପ୍ରକାରର ଷ୍ଟକ୍‌ ଉପରେ ନଜର ରଖିବା ଲାଗି ସୂଚକାଙ୍କ ଗଠନ କରାଯାଇଥାଏ। ସେହି ସୂଚକାଙ୍କ ଅନୁସାରେ ଫଣ୍ଡ୍‌ଗୁଡ଼ିକର ପ୍ରଦର୍ଶନକୁ ବେଞ୍ଚମାର୍କ କରାଯାଏ। ଇକ୍ବିଟିରେ ୮୦ ପ୍ରତିଶତ ଓ ଡେବ୍‌ଟରେ ୨୦ ପ୍ରତିଶତ ନିବେଶ କରିବାକୁ ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ। ଆପଣ ଲାର୍ଜ କ୍ୟାପ୍‌ରେ ୫୦ ପ୍ରତିଶତ, ମିଡ୍‌ କ୍ୟାପ୍‌ରେ ୩୦ ପ୍ରତିଶତ ଓ ସ୍ମଲକ୍ୟାପ୍‌ରେ ୨୦ ପ୍ରତିଶତ ରାଶି ନିବେଶ କରିପାରିବେ। ନିବେଶ ପାଇଁ ଆପଣ ଆଇସିଆଇସିଆଇ ପ୍ରୁ ଡିଭିଡେଣ୍ଟ ୟିଲ୍‌ଡ ଇକ୍ବିଟି ଫଣ୍ଡ, କ୍ବାଣ୍ଟ ଆକ୍ଟିଭ୍ ଫଣ୍ଡ୍‌ ଓ ଏଚ୍‌ଡିଏଫ୍‌ସି ସ୍ମଲ୍‌ କ୍ୟାପ୍ ଫଣ୍ଡ୍ ବିଚାରକୁ ନେଇପାରିବେ।

ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ ଆରମ୍ଭ କରିବା ଲାଗି ନିପନ ଇଣ୍ଡିଆ ମ୍ୟୁଚୁଆଲ୍ ଫଣ୍ଡ, ମିରାଏ ଆସେଟ୍‌, ଜେଏମ୍ ଫାଇନାନ୍ସିଆଲ ମ୍ୟୁଚୁଆଲ୍ ଫଣ୍ଡ୍‌ ଭିତରୁ‌ କେଉଁଟି ଭଲ? ଭାରତର ଭଲ ପ୍ରଦର୍ଶନ କରୁଥିବା ମ୍ୟୁଚୁଆଲ ଫଣ୍ଡ ବିଷୟରେ ଜଣାଇପାରିବେ କି?
-ଅଖିଳ ଭୋଇ, ସମ୍ବଲପୁର
ଆପଣ ନିବେଶ ଆରମ୍ଭ କରିବାକୁ ଯାଉଥିବା ଜାଣି ଖୁସି ଲାଗୁଛି। ତେବେ ଆମେ ସବୁ ସ୍ତରରେ ଏକ ଉତ୍ତମ ବିବିଧତାର ପୋର୍ଟଫୋଲିଓ ଉପରେ ବିଶ୍ବାସ କରୁ ଯାହା ଆପଣଙ୍କୁ ବଜାରରେ ଅସ୍ଥିରତା ମୁକାବିଲା କରିବା ଲାଗି ପୋର୍ଟଫୋଲିଓ ଗଠନ କରିବାରେ ସହାୟକ ହୋଇପାରିବ। ବିଭିନ୍ନ ସୋପାନରେ ଆପଣ ବିବିଧତା ଆଣିପାରିବେ। ସମ୍ପତ୍ତି ଆବଣ୍ଟନ ସ୍ତରରେ ଆପଣ ୮୦ ପ୍ରତିଶତକୁ ଇକ୍ବିଟି ଓ ୨୦ ପ୍ରତିଶତକୁ ଡେବ୍‌ଟରେ ନିବେଶ କରିପାରିବେ। ଆପଣ ଲାର୍ଜ କ୍ୟାପ୍, ମିଡ୍‌ କ୍ୟାପ୍, ସ୍ମଲ୍‌ କ୍ୟାପ୍‌, ଡିଭିଡେଣ୍ଟ ୟିଲ୍‌ଡ ଫଣ୍ଡ୍‌, ଫୋକସଡ୍‌ ଫଣ୍ଡ୍‌ ଆଦି ଚୟନ କରିପାରିବେ। ଆପଣ କୌଣସି ଗୋଟିଏ ସମ୍ପତ୍ତି ପରିଚାଳନା କମ୍ପାନିରେ ନିବେଶ କରନ୍ତୁ ନାହିଁ। ଗୋଟିଏ କମ୍ପାନିରେ ସର୍ବାଧିକ ୨୦ ପ୍ରତିଶତ ରାଶି ନିବେଶ କରନ୍ତୁ।

‌ୟୁପିଆଇ ଆପ୍‌ ଜରିଆରେ ମାସିକ ୫୦୦ ଟଙ୍କାର ଏସ୍‌ଆଇପି କରିବା ଲାଗି ମୋ ବନ୍ଧୁମାନେ ମୋତେ ବାଧ୍ୟ କରୁଛନ୍ତି। ଯେହେତୁ ମୁଁ ଏହି କ୍ଷେତ୍ର ଲଗି ନୂଆ, ତେଣୁ ନିଷ୍ପତ୍ତି ନେଇପାରୁନି। ମୋତେ ଆପଣ ସାହାଯ୍ୟ କରିପାରିବେ କି? ମୋ ବନ୍ଧୁମାନେ ମୋତେ ସଠିକ୍ ପରାମର୍ଶ ଦେଇଛନ୍ତି ତ?
-ଚନ୍ଦନ ବେହେରା, କଟକ
ଏସ୍ଆଇପି ଜରିଆରେ ନିବେଶ ଆରମ୍ଭ କରିବା ଲାଗି ଆପଣଙ୍କ ବନ୍ଧୁମାନେ ଆପଣଙ୍କୁ ଉତ୍ସାହିତ କରୁଥିବା ବହୁତ ଭଲ କଥା। ବହୁ ପ୍ଲାଟଫର୍ମ ରହିଛି ଯେଉଁମାନେ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ କରିବା ସୁବିଧା ଦେଉଛନ୍ତି ଯଥା ଧନ୍, ଗ୍ରୋ‌ ଆଦି ପ୍ଲାଟଫର୍ମ। ସେଗୁଡ଼ିକ ଜରିଆରେ ଆପଣ ନିବେଶ ଆରମ୍ଭ କରିପାରିବେ। ଯଦି ଆପଣ ମାସକୁ ୫୦୦ ଟଙ୍କା ଲେଖାଏଁ ୨୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବେ ତେବେ ୧୪ ପ୍ରତିଶତ ହାରରେ ରିଟର୍ଣ୍ଣ ପାଇଲେ ଆପଣ ଶେଷ ବେଳକୁ ସାଢ଼େ ୬ ଲକ୍ଷ ଟଙ୍କା ପାଇପାରିବେ। ଆପଣ ନିବେଶ ଲାଗି ଏସ୍‌ବିଆଇ ଲାର୍ଜ ଓ ମିଡ୍‌କ୍ୟାପ୍ ଫଣ୍ଡ୍‌, କୋଟକ୍‌ ମଲ୍‌ଟିକ୍ୟାପ୍ ଫଣ୍ଡ୍‌ ଓ ଆଇସିଆଇସିଆଇ ପ୍ରୁ ଫୋକସଡ୍‌ ଇକ୍ବିଟି ଫଣ୍ଡ୍‌ ବିଚାରକୁ ନେଇପାରିବେ। ଆପଣ ଧୀରେ ଧୀରେ ମାସିକ ଏସ୍‌ଆଇପି ବଢ଼ାଇବା ଲାଗି ପ୍ରୟାସ କରିପାରିବେ।

ରାଜନ ସରକାର, ନିର୍ଦ୍ଦେଶକ ଓ ୟୁନିଟ୍ ମୁଖ୍ୟ, ଆନନ୍ଦ ରାଠି ୱେଲ୍‌ଥ ଲିମିଟେଡ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe