EV Markets: ଇଭି ବଜାର: ଟିଭିଏସ୍‌, ବଜାଜ ଆଗରେ

Advertisment

ଇଲେକ୍ଟ୍ରିକ ଯାନ (ଇଭି) ବଜାରରେ ଢାଞ୍ଚାଗତ ପରିବର୍ତ୍ତନ ଦେଖାଦେଇଛି। ଚଳିତ ବର୍ଷ ଜାନୁଆରିରେ ପାରମ୍ପରିକ ଦୁଇଚକିଆ କମ୍ପାନି ଅଧିକ ଇଭି ମଡେଲ୍‌ ବିକ୍ରି କରି ସିଂହଭାଗ ବଜାର ଅଂଶ ହାସଲ କରିଛନ୍ତି।

Updated On

ଇଲେକ୍ଟ୍ରିକ ଯାନ (ଇଭି) ବଜାରରେ ଢାଞ୍ଚାଗତ ପରିବର୍ତ୍ତନ ଦେଖାଦେଇଛି। ଚଳିତ ବର୍ଷ ଜାନୁଆରିରେ ପାରମ୍ପରିକ ଦୁଇଚକିଆ କମ୍ପାନି ଅଧିକ ଇଭି ମଡେଲ୍‌ ବିକ୍ରି କରି ସିଂହଭାଗ ବଜାର ଅଂଶ ହାସଲ କରିଛନ୍ତି।

ଅଦ୍ୟତନ ହୋଇଛି
Untitled-26.jpg

ନୂଆଦିଲ୍ଲୀ: ଇଲେକ୍ଟ୍ରିକ ଯାନ (ଇଭି) ବଜାରରେ ଢାଞ୍ଚାଗତ ପରିବର୍ତ୍ତନ ଦେଖାଦେଇଛି। ଚଳିତ ବର୍ଷ ଜାନୁଆରିରେ ପାରମ୍ପରିକ ଦୁଇଚକିଆ କମ୍ପାନି ଅଧିକ ଇଭି ମଡେଲ୍‌ ବିକ୍ରି କରି ସିଂହଭାଗ ବଜାର ଅଂଶ ହାସଲ କରିଛନ୍ତି। ନୂଆ ଚିନ୍ତାଧାରା ଜରିଆରେ ବଜାରରେ ବିପ୍ଳବ ଆଣିଥିବା ଓଲା ଇଲେକ୍ଟ୍ରିକ୍‌ ଭଳି କମ୍ପାନି ବହୁ ପଛରେ ରହିଯାଇଛନ୍ତି। ଜାନୁଆରି ସୁଦ୍ଧା ବଜାଜ ଅଟୋ, ଟିଭିଏସ୍‌ ମୋଟର ଓ ହିରୋ ମୋଟୋକର୍ପ ଦୁଇଚକିଆ ଇଭି ବଜାରର ୬୦ ପ୍ରତିଶତ ଅଂଶ ହାସଲ କରିଛନ୍ତି ଯାହା ପୂର୍ବରୁ ୩୪ ପ୍ରତିଶତ ରହିଥିଲା।

ଇଭି ଗ୍ରାହକମାନେ ବିକ୍ରି ପରବର୍ତ୍ତୀ ସେବାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ପାରମ୍ପରିକ ଦୁଇଚକିଆ କମ୍ପାନିଗୁଡ଼ିକର ସାରା ଦେଶରେ ବିପୁଳ ସଂଖ୍ୟାରେ ଡିଲରସିପ୍‌ ଥିବାରୁ‌ ସେମାନେ ସୁବିଧାରେ ବିକ୍ରି ପରବର୍ତ୍ତୀ ସେବା ଦେଇପାରୁଛନ୍ତି। ସେଥିପାଇଁ ଅଧିକରୁ ଅଧିକ ଗ୍ରାହକ ସେମାନଙ୍କ ଉତ୍ପାଦ ପ୍ରତି ଆକର୍ଷିତ ହେଉଛନ୍ତି। ଟିଭିଏସ୍‌ ମୋଟର ଗତ ଡିସେମ୍ବର ତ୍ରୈମାସିକରେ ୧,୦୦,୦୦୦ରୁ ଅଧିକ ଇଲେକ୍ଟ୍ରିକ୍‌ ସ୍କୁଟର ବିକ୍ରି କରିଛି। ଏହାର ଆଇକ୍ୟୁବ୍‌ ଓ ଅର୍ବିଟର ମଡେଲ୍‌ ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହୋଇଛି। ବଜାଜ ଅଟୋ ମଧ୍ୟ ନିଜର ବ୍ୟାଟେରି ଯୋଗାଣ ସମସ୍ୟାକୁ ସଫଳତାର ସହ ସମାଧାନ କରିପାରିଛି। ଫଳରେ କମ୍ପାନିର ଚେତକ୍‌ ମଡେଲ୍‌ର ଚାହିଦା ବଢ଼ିଛି।

ଆହୁରି ପଢ଼ନ୍ତୁ: Oath: ଦିନକ ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ତାରିକ୍‌ ରହମାନ

ଚଳିତ ବର୍ଷ ଜାନୁଆରିରେ ଟିଭିଏସ୍‌ ମୋଟର ୩୪,୪୪୦ ଓ ବଜାଜ ଅଟୋ ୨୫,୫୨୦ଟି ଇଭି ବିକ୍ରି କରିଥିଲେ। ନୂଆ କମ୍ପାନିଗୁଡ଼ିକର ବିକ୍ରି ସେମାନଙ୍କ ତୁଳନାରେ ଯେଥେଷ୍ଟ କମ୍‌ ରହିଛି। ନୂଆ କମ୍ପାନି ମଧ୍ୟରେ ‘ଏଥର ଏନର୍ଜି’ କିନ୍ତୁ ଗ୍ରାହକଙ୍କ ଦ୍ବାରା ଗ୍ରହଣୀୟ ହୋଇଛି। କମ୍ପାନିର ଫାମିଲି ସ୍କୁଟର ରିଟ୍‌ଜାର ଚାହିଦା ରହିଛି। ୨୦୨୫ ଡିସେମ୍ବର ତ୍ରୈମାସିକରେ କମ୍ପାନି ଦୁଇ ଲକ୍ଷ ଗାଡ଼ି ବିକ୍ରି ମାଇଲଖୁଣ୍ଟ ଅତିକ୍ରମ କରିଛି। ସେଥିରୁ ୭୦ ପ୍ରତିଶତରୁ ଅଧିକ ହେଉଛି ରିଟ୍‌ଜା। ନିଜ ଉତ୍ପାଦକୁ ବଜାରରେ ଠିକ୍‌ ଭାବେ ଉପସ୍ଥାପନ କରି କମ୍ପାନି ୧୮.୧୬ ପ୍ରତିଶତ ବଜାର ଅଂଶ ହାସଲ କରିବାରେ ସକ୍ଷମ ହୋଇଛି। ସର୍ବାଧିକ ପ୍ରଭାବିତ ହୋଇଥିବା କମ୍ପାନି ହେଉଛି ଓଲା ଓଲେକ୍ଟ୍ରିକ୍‌। ଏହାର ବଜାର ଅଂଶ ଜାନୁଆରିରେ ୬ ପ୍ରତିଶତ ତଳକୁ ଖସିଆସିଛି। ଗାଡ଼ିରେ ତ୍ରୁଟି, ସୁରକ୍ଷା ଓ ସେବାର ମାନକୁ ନେଇ ଗ୍ରାହକମାନେ ବାରମ୍ବାର ଅଭିଯୋଗ କରିବା ପରେ କମ୍ପାନିର ବିକ୍ରି କମିଛି। କମ୍ପାନି ଏବେ ବ୍ୟାଟେରି ପ୍ରଯୁକ୍ତି ଓ ଗିଗା ଫ୍ୟାକ୍ଟ୍ରି ଉପରେ ଅଧିକ ଧ୍ୟାନ ଦେଉଛି।

ଆହୁରି ପଢ଼ନ୍ତୁ: Gaza: ଗାଜାରେ ଗର୍ଜିଲା ଇସ୍ରାଏଲର ବିମାନ, ୯ଜଣ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ

ପାରମ୍ପରିକ କମ୍ପାନିଗୁଡ଼ିକ ଇଭି ଦୌଡ଼ରେ ଆଗରେ ରହିବା ଏକ ଭଲ ସଙ୍କେତ ନୁହେଁ। କାରଣ ସେମାନଙ୍କ ପରିଚାଳନା ଖର୍ଚ୍ଚ ଅଧିକ ଓ ନୂଆ ପ୍ରଯୁକ୍ତି ଆପଣେଇବାରେ ସେମାନେ ନୂଆ ଷ୍ଟାର୍ଟଅପ୍‌ଗୁଡ଼ିକ ତୁଳନାରେ ପଛରେ ରହିଥାନ୍ତି। ସେହି ଦୃଷ୍ଟିରୁ ଦୁଇଚକିଆ ଇଭି କ୍ଷେତ୍ରରେ ନବସୃଜନ ଆଗକୁ ବଢ଼ିବା ଆଶଙ୍କା ଦେଖାଦେଇଛି। ୨୦୨୬ରେ ଦୁଇଚକିଆ ଇଭି ପ୍ରବେଶ ୨୫-୩୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବା ଆକଳନ କରାଯାଇଛି। ତେଣୁ ଆଗାମୀ ଦିନରେ ବଜାର ସ୍ଥିତିରେ ଆହୁରି ପରିବର୍ତ୍ତନ ସମ୍ଭାବନାକୁ ଏଡ଼ାଇ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe