ଓଡ଼ିଶାରେ ଜିଓ ଏୟାରଫାଇବରର ୮୭% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ: ଟ୍ରାଇ ତଥ୍ୟ

Advertisment

ଲାଏନ୍ସ ଜିଓ ଓଡ଼ିଶାରେ ୫ଜି ଏଫଡବ୍ଲୁଏ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ସର୍ବାଧିକ ପସନ୍ଦର ସେବା ପ୍ରଦାନକାରୀ ଭାବରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାରଫାଇବର ଏହି କ୍ଷେତ୍ରରେ ରାଜ୍ୟରେ ୮୭% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି।

ଲାଏନ୍ସ ଜିଓ ଓଡ଼ିଶାରେ ୫ଜି ଏଫଡବ୍ଲୁଏ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ସର୍ବାଧିକ ପସନ୍ଦର ସେବା ପ୍ରଦାନକାରୀ ଭାବରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାରଫାଇବର ଏହି କ୍ଷେତ୍ରରେ ରାଜ୍ୟରେ ୮୭% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି।

jio

ଭୁବନେଶ୍ୱର: ରିଲାଏନ୍ସ ଜିଓ ଓଡ଼ିଶାରେ ୫ଜି ଏଫଡବ୍ଲୁଏ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ସର୍ବାଧିକ ପସନ୍ଦର ସେବା ପ୍ରଦାନକାରୀ ଭାବରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାରଫାଇବର ଏହି କ୍ଷେତ୍ରରେ ରାଜ୍ୟରେ ୮୭% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି। ଚଳିତ ସପ୍ତାହରେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି।

ପ୍ରଥମ ଥର ପାଇଁ ଟ୍ରାଇ ପୃଥକ ଭାବରେ ୫ଜି ଏଫଡବ୍ଲୁଏ ବା ଏୟାର ଫାଇବର ଗ୍ରାହକ ସଂଖ୍ୟା ପ୍ରକାଶ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୩୧ ଜାନୁୟାରୀ, ୨୦୨୫ ସୁଦ୍ଧା ରିଲାଏନ୍ସ ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାରଫାଇବର ରାଜ୍ୟରେ ୧.୩ ଲକ୍ଷରୁ ଅଧିକ ଏୟାର ଫାଇବର ଗ୍ରାହକ ସହିତ ବେଶ ଆଗରେ ରହିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ ୧୮୦୦୦ ଗ୍ରାହକ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ତଥ୍ୟ ଅନୁଯାୟୀ, ଜାନୁୟାରୀ ୨୦୨୫ ଶେଷ ସୁଦ୍ଧା ଓଡ଼ିଶାରେ ମୋଟ ୫ଜି ଏଫଡବ୍ଲୁଏ ବା ଏୟାରଫାଇବର ଗ୍ରାହକ ସଂଖ୍ୟା ଦେଢ଼ ଲକ୍ଷ ଅତିକ୍ରମ କରିଛି। 

ଜାତୀୟ ସ୍ତରରେ ମଧ୍ୟ ଜିଓ ୫ଜି ଏଫଡବ୍ଲୁଏ ବା ଏୟାରଫାଇବର କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଛି ଏବଂ ଜିଓ ଏୟାରଫାଇବର ଦେଶରେ ଏହି କ୍ଷେତ୍ରରେ ୮୪% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୩୧ ଜାନୁଆରୀ, ୨୦୨୫ ସୁଦ୍ଧା, ଦେଶରେ ଜିଓର ୪୮ ଲକ୍ଷରୁ ଅଧିକ ୫ଜି ଏଫଡବ୍ଲୁଏ ବା ଜିଓ ଏୟାରଫାଇବର ଗ୍ରାହକ ରହିଥିବା ବେଳେ ଏହା ପଛକୁ ଏୟାରଟେଲର ଦେଶରେ ପ୍ରାୟ ୮ ଲକ୍ଷ ୫ଜି ଏଫଡବ୍ଲୁଏ ଗ୍ରାହକ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe