ଓଟିପି ଆସିବା ବନ୍ଦ ଖବରକୁ ନେଇ ସ୍ପଷ୍ଟ କଲା ଟ୍ରାଇ

ବିନା ଓଟିପିରେ କିଭଳି କାମ କରାଯିବ ତାହାକୁ ନେଇ ଲୋକେ ଚିନ୍ତାରେ ପଡ଼ିଯାଇଥିବା ବେଳେ ଟ୍ରାଇ ପୋଷ୍ଟ ସେୟାର କରି ଚିନ୍ତାମୁକ୍ତ ରହିବାକୁ ସୂଚିତ କରିଛି। ମୋବାଇଲକୁ କୌଣସି ଓଟିପି ଆସିବା ବିଳମ୍ବ ହେବନାହିଁ।

ଅଦ୍ୟତନ ହୋଇଛି
୍ମଦ


ନୂଆଦିଲ୍ଲୀ: ଡିସେମ୍ବର ୧ ତାରିଖରୁ ମୋବାଇଲକୁ କୌଣସି ଓଟିପି ଆସିବ ନାହିଁ । ବିନା ଓଟିପିରେ କିଭଳି କାମ କରାଯିବ ତାହାକୁ ନେଇ ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଏ ଖବରକୁ ନେଇ ଟ୍ରାଇ ଲୋକମାନଙ୍କୁ ଚିନ୍ତା ନକରିବାକୁ ସୂଚନା ଦେଇଛି।

ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚିତ କରି କହିଛି, ‘ଦୂରସଞ୍ଚାର ନିୟାମକ  ଦେଶରେ ବୃଦ୍ଧି ପାଉଥିବା ସାଇବର ଅପରାଧକୁ ହ୍ରାସ କରିବା ପାଇଁ ଗତ କିଛିବର୍ଷ ହେବ ଉଦ୍ୟମ ଜାରି ରଖିଛି।

 ନକଲି କଲ ଓ ମେସେଜକୁ ଅଟକାଇବା ପାଇଁ ଅକ୍ଟୋବର ୧ରୁ ନୂଆ ନିୟମ ଲାଗୁ କରି ଦେଇଛି। ଏଥିସହିତ ଟେଲିକମ କମ୍ପାନିକୁ ମେସେଜ ଟ୍ରେସିବିଲିଟିକୁ ମେନଡେଟ କରିବା ପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ନୂଆ ନିୟମ ଲାଗୁ ହେଲେ କାହାରିକୁ ଓଟିପି ମିଳିବାରେ ବିଳମ୍ବ ହେବନାହିଁ। ତେଣୁ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଖବରକୁ ବିଶ୍ବାସ କରି ଆଦୌ ବିଚଳିତ ହୁଅନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe