ଏଣିକି ଫ୍ଲାଇଟ୍‌ ଭିତରେ ମିଳିବ ଓ୍ଵାଇଫାଇ, ମୋବାଇଲ ସେବା

ଇନଫ୍ଲାଇଟ୍‌ କନେକ୍ଟିଭିଟି ସେବାକୁ ଟ୍ରାଇର ଅନୁମତି

ବର୍ଷକ ମଧ୍ୟରେ ବିମାନ ମଧ୍ୟରେ ମୋବାଇଲ ଓ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ: ଏଣିକି ଆପଣ ଫ୍ଲାଇଟ୍‌ ରେ ଉଡ଼ିଲା ବେଳେ ମଧ୍ୟ ଫୋନରେ କଥା ହୋଇପାରିବେ ବା ଇଣ୍ଟରନେଟ୍‌ ବ୍ରାଉଜ କରିପାରିବେ । ଏହି ସୁବିଧା ଲାଗି ଭାରତୀୟ ଟେଲିକମ ନିୟାମକ ଟ୍ରାଇ ଅନୁମତି ପ୍ରଦାନ କରିଛି । ଭାରତୀୟ ବାୟୁସୀମା କ୍ଷେତ୍ର ମଧ୍ୟରେ ଇନଫ୍ଲାଇଟ୍‌ କନେକ୍ସିଭିଟି ସେବାକୁ ଅନୁମତି ପ୍ରଦାନ କରାଯିବ । ଏହି ସେବା ଆରମ୍ଭ ହେବାରେ ବିଳମ୍ବ ହୋଇଯାଇଛି । ଏବେ ଆଉ ବିଳମ୍ବ କରିବା ଉଚିତ ନୁହେଁ ବୋଲି ଟ୍ରାଇ କହିଛି ।

ତେବେ ଏହି ସେବା କେବଳ ଭାରତୀୟ ଉଡ଼ାଣ ସୀମା ମଧ୍ୟରେ ସର୍ବାଧିକ ୩ହଜାର ମିଟର ଉଚ୍ଚତାପର୍ଯ୍ୟନ୍ତ ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଫ୍ଲାଇଟ୍‌ ଭିତରେ ଓ୍ଵାଇଫାଇ ସେବା ପ୍ରଦାନ ପାଇଁ ମଧ୍ୟ କେତେକ ସର୍ତ୍ତ ରହିବ । ଇନଫ୍ଲାଇଟ୍‌ ମୋଡ୍‌ ବ୍ୟବସ୍ଥା ଥିବା ଇଲେକ୍ଟ୍ରୋନିକ ଉପରକରଣ ଗୁଡିକୁ ହିଁ ଓ୍ଵାଇଫାଇ ବ୍ୟବହାର କରିବାକୁ ଅନୁମତି ଦିଆଯିବ । ପୁଣି ଏହି ସେବା ପ୍ରଦାନ ପାଇଁ ଟେଲିକମ ଅପରେଟର ମାନଙ୍କୁ ସ୍ୱତନ୍ତ୍ରଭାବେ ଇନଫ୍ଲାଇଟ୍‌ କନେକ୍ଟିଭିଟି ସେବା ଲାଇସେନ୍ସ ନେବାକୁ ପଡିବ । ବିଦେଶୀ ଅପରେଟରମାନେ ମଧ୍ୟ ଏହି ଲାଇସେନ୍ସ ପାଇପାରିବେ । ତେବେ ବିମାନରେ ଇଣ୍ଟେରନେଟ ସୁବିଧାର ନିୟମ ଉଭୟ ଘରୋଇ ଏବଂ ବିଦେଶୀ ବିମାନ ପାଇଁ ସମାନ ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୌଣସି ଏୟାରଲାଇନ୍ସ ବିମାନ ଯାତ୍ରା ସମୟରେ ଇଣ୍ଟରନେଟ ବା ମୋବାଇଲ ସୁବିଧା ଯୋଗାଉନାହିଁ। କିନ୍ତୁ ପ୍ରାୟ ୭୦ ବିଦେଶୀ ଏୟାରଲାଇନ୍ସ ବିମାନ ଉଡ଼ାଣ ସମୟରେ ଓ୍ଵାଇଫାଇର ସୁବିଧା ଯୋଗାଇଥିବା ବେଳେ ୩୦ଟି ଏୟାରଲାଇନ୍ସ ମୋବାଇଲ ବ୍ୟବହାରରର ସୁବିଧା ଯୋଗାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe