ଏହି ଦିନ ଦିଲ୍ଲୀରୁ ବାରାଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ ଟ୍ରେନ୍‌-୧୮

Advertisment
ଏହି ଦିନ ଦିଲ୍ଲୀରୁ ବାରାଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ ଟ୍ରେନ୍‌-୧୮

ନୂଆଦିଲ୍ଲୀ: ଦେଶର ସବୁଠାରୁ ଆଧୁନିକ ଇଞ୍ଜିନ ବିହୀନ ଅର୍ଥାତ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶରେ ନିର୍ମିତ ଟ୍ରେନ୍‌ ଟି-୧୮ ନାମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ରଖାଯାଇଛି ବୋଲି ଗତ ରବିବାର ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାର ସୂଚନା ଦେଇଥିଲେ। ସେଫ୍‌ଟି କ୍ଲିୟରେନ୍‌ସ, ଟ୍ରାଏଲ୍‌ସ ଓ ଟେଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଦେଶରେ ନିର୍ମିତ ସେମି-ହାଇସ୍ପିଡ ଟ୍ରେନ୍‌ -୧୮ ଯାତ୍ରୀଙ୍କ ସେବା ପାଇଁ ଚାଲିବା ପୂର୍ବରୁ ପ୍ରଥମେ ନୂଆଦିଲ୍ଲୀ ବାରାଣାସୀ ମଧ୍ୟରେ ଫେବ୍ରୁଆରି ୨ରେ ଟାଇମ୍‌ ଟ୍ରାଏଲ କରାଯିବ। ଏହି ଟ୍ରାଏଲ ସମୟରେ ରେଳଗାଡ଼ିକୁ ନିଦ୍ଧାରିତ ସମୟରେ ନୂଆଦିଲ୍ଲୀରୁ ବାରାଣାସୀ ପହଞ୍ଚାଇବାର ପ୍ରୟାସ କରାଯିବ। ଏହି ଗାଡ଼ି ୮ଘଣ୍ଟାରେ ନୂଆଦିଲ୍ଲୀରୁ ବାରାଣାସୀ ଦୂରତା ଅତିକ୍ରମ କରିବାର ଲକ୍ଷ୍ୟ ରଖାଯାଇଛି।

publive-image

ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଟ୍ରେନ୍‌-୧୮ ଫେବ୍ରୁଆରି ୭ରୁ ୧୦ମଧ୍ୟରେ କୌଣସି ବି ଦିନ ନୂଆଦିଲ୍ଲୀରୁ ବାରାଣାସୀ ଅଭିମୁଖେ ଯାତ୍ରୀଙ୍କ ପାଇଁ ସେବା ଆରମ୍ଭ କରିବ। ଟ୍ରେନ୍‌ ୧୮ ଟିକେଟ ଶତାବ୍ଦୀ ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ରହିବ। ଏହି ଟ୍ରେନ୍‌କୁ ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ସଙ୍କେତ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe