ଭଡ଼ା ବଢ଼ାଇଲା ଭାରତୀୟ ରେଳ, ଆସନ୍ତାକାଲିିଠାରୁ ମହଙ୍ଗା ହେବ ରେଳ ଯାତ୍ରା

Advertisment
ଭଡ଼ା ବଢ଼ାଇଲା ଭାରତୀୟ ରେଳ, ଆସନ୍ତାକାଲିିଠାରୁ ମହଙ୍ଗା ହେବ ରେଳ ଯାତ୍ରା

timesofindia.indiatimes.com

ନୂଆଦିଲ୍ଲୀ: ଟ୍ରେନ୍ ଭଡ଼ା ବୃଦ୍ଧି  କରିବା ପାଇଁ କିଛି ଦିନ ହେଲା ଆଲୋଚନା କରାଯାଉଥିବା ବେଳେ ନୂଆବର୍ଷଠାରୁ ରେଳ ଯାତ୍ରା ମହଙ୍ଗା ହେବ ବୋଲି ଭାରତୀୟ ରେଳ ପକ୍ଷରୁ ଘୋଷଣା କରାଯାଇଛି । ନୂଆ ବର୍ଷରେ ନୂଆ ଦର ଲାଗୁ ହେବା ସହ ଆସନ୍ତାକାଲିଠାରୁ ଟ୍ରେନ ଟିକେଟ ମହଙ୍ଗା ହେବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ୨୦୨୦ ଜାନୁଆରି ପହିଲାରୁ ରେଳଯାତ୍ରୀଙ୍କୁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ।

ଟୁଇଟ୍ ଅନୁଯାୟୀ, ଏସି  ଶ୍ରେଣୀ ପାଇଁ କିଲୋମିଟର ପିଛା ୪ ପଇସା ବଢ଼ିଥିବା ବେଳେ ଅଣ-ଶୀତତାପ ନିୟନ୍ତ୍ରିତ ମେଲ୍ ବା ଏକ୍ସପ୍ରେସ ପାଇଁ କିଲୋମିଟର ପିଛା ୨ପଇସା ବୃଦ୍ଧି କରାଯାଇଛି। ସେହିଭଳି ଭାବରେ ସାଧାରଣ ଅଣ-ଶୀତତାପ ନିୟନ୍ତ୍ରିତ ଯାତ୍ରା ପାଇଁ  କିଲୋମିଟର ପ୍ରତି ୧ପଇସା ବୃଦ୍ଧି କରାଯାଇଛି। ରେଳ ମନ୍ତ୍ରାଳୟ ପକ୍ଷରୁ ଆଜି  ଯାତ୍ରୀଙ୍କୁ ସୂଚନା ଦିଆଯାଇଥିବା ବେଳେ ଆସନ୍ତାକାଲିଠାରୁ ଏହାକୁ ଲାଗୁ କରି ଦିଆଯିବ।

ସୂଚନା ମୁତାବକ, ଟ୍ରେନ୍‌ ଭଡ଼ାରେ ପରିବର୍ତ୍ତନ ଆଣିବା ଲାଗି ବିଚାର କରାଯାଉଛି ବୋଲି ରେଳ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ ପୂର୍ବରୁ ସୂଚନା ଦେଇଥିଲେ। ତେବେ ଭଡ଼ା ବଢ଼ିବ ନା ନାହିଁ ତାହା ସ୍ପଷ୍ଟ କରି ନଥିଲେ। ସେ କହିଥିଲେ,  ରେଳବାଇର ରାଜସ୍ବ ସ୍ଥିତିରେ ସୁଧାର ଆଣିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ମାତ୍ର ଭଡ଼ା ବଢ଼ାଇବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଦୀର୍ଘ ସମୟ ଆଲୋଚନା ପରେ ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ଆମେ ଉଭୟ ମାଲ୍ ଓ ଯାତ୍ରୀ ଭଡ଼ା ବଢ଼ାଇବା ଉପରେ ବିଚାର କରୁଛୁ। କିଛି ଦିନ ହେଲା ଏହାକୁ ନେଇ ବିଚାରବିମର୍ଶ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe