ଲେହ୍‌ରେ ଚାଲିବ ବିମାନ କେବିନ୍‌ ଭଳି ଟ୍ରେନ ବଗି

Advertisment
ନିରାଶ ହେଲେ ଆନନ୍ଦପୁରବାସୀ, ରେଳପଥ ସଂଯୋଗ ଦାବିକୁ ଅଣଦେଖା

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ସମୁଦ୍ର ପତ୍ତନଠାରୁ ୫୩୬୦ ମିଟର ଉଚ୍ଚରେ ଭାରତୀୟ ରେଳ ପକ୍ଷରୁ ରେଳ ଚଳାଚଳ ଯୋଜନା ରହିଛି। ୪୬୫ କିମି ବିଶିଷ୍ଟ ଏହି ରେଳଧାରଣା ବିଶ୍ବର ସବୁଠୁ ଉଚ୍ଚ ରେଳଧାରଣା ହୋଇଥିବାରୁ ବିଳାସପୁର-ମାନାଲି-ଲେହ ରୁଟ୍‌ରେ ବିମାନ ଭଳି ଟ୍ରେନ ବଗି ଲାଗିବ। ‌ଏହି ପ୍ରକାର ବଗି ଲାଗିଲେ ଯାତ୍ରୀମାନଙ୍କୁ ଯାତ୍ରା ସମୟରେ ନିଶ୍ବାଃସ ପ୍ରଶ୍ବାସ ନେବାରେ କୌଣସି ଅସୁବିଧା ହେବନାହିଁ। ବିମାନର କେବିନ ଗୁଡ଼ିକ ଅଧିକ ଉଚ୍ଚରେ ଯାତାୟାତ କରିବା ସମୟରେ ସେଥିରେ ବାୟୁ ଚାପ କମ୍ ରହିଥାଏ। ତେଣୁ ସମୁଦ୍ର ପତ୍ତନ ସ୍ତରରେ ବାୟୁ ଚାପ ଓ ଅମ୍ଳଜାନ ସ୍ତର ଯାହା ରହିଥାଏ ସେହି ସ୍ତରକୁ କେବିନରେ ରଖିବା ବ୍ୟବସ୍ଥା କରାଯାଇଥାଏ। ଏପ୍ରକାର ରେଳ ବଗି ଭାରତ ବାହାରେ କେବଳ ଚୀନରେ କ୍ବିଙ୍ଗହାଇ-ତିବତ୍ ରେଳଧାରଣରେ ଚାଲୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe