ଟ୍ରେନ ବିଳମ୍ବ ହେଲେ ଏହି ନିୟମକୁ ଆପଣାଇ ଯାତ୍ରୀ ପାଇପାରିବେ ଟିକେଟ ପାଇଁ ପୈଠ କରିଥିବା ସମସ୍ତ ଟଙ୍କା

ଟ୍ରେନ ବିଳମ୍ବ ହେଲେ ଏହି ନିୟମକୁ ଆପଣାଇ ଯାତ୍ରୀ ପାଇପାରିବେ ଟିକେଟ ପାଇଁ ପୈଠ କରିଥିବା ସମସ୍ତ ଟଙ୍କା

ନୂଆଦିଲ୍ଲୀ: ଯାତ୍ରା କରିବା ସମୟରେ ଟ୍ରେନ ବିଳମ୍ବ ହେଲେ ଏହାକୁ ନେଇ ଅନେକ ଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଅନେକ ଲୋକ ଅଛନ୍ତି ଯେଉଁମାନେ ଭାରତୀୟ ରେଳବାଇର ନିୟମ ବିଷୟରେ ଅବଗତ ନାହାନ୍ତି। ଯେମିତି କି ଟ୍ରେନ ଯଦି ବିଳମ୍ବ ହେଉଛି, ଆଉ ସେମାନେ ସେହି ଟ୍ରେନରେ ଯାତ୍ରା କରିବାକୁ ଚାହୁଁନାହାନ୍ତି। ‌ଏଥିପାଇଁ ଯାତ୍ରୀଙ୍କୁ ଟିକେଟ ମୂଲ୍ୟ ରିଫଣ୍ଡ ହୋଇଥାଏ। ଏହି ନିୟମକୁ ଅନେକ ଯାତ୍ରୀ ଜାଣି ନାହାନ୍ତି।

ଭାରତୀୟ ରେଳବାଇର ଲୋକୋପାଇଲଟ ସୁରେନ୍ଦ୍ର ନିଷାଦ ଇନଷ୍ଟାଗ୍ରାମରେ ନିଜର ଏକ ପେଜ ତିଆରି କରିଛନ୍ତି। ଯେଉଁଥିରେ ସେ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା ଦେଇଥାଆନ୍ତି।

ସୁରେନ୍ଦ୍ର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ନୂଆ ଭିଡିଓ ଅପଲୋଡ କରିଛନ୍ତି। ‌ଯେଉଁଥିରେ ସେ ଟ୍ରେନ ବିଳମ୍ବ ଦେଲେ ଯାତ୍ରୀ କ’ଣ କରିବା ଉଚିତ ସେବିଷୟରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘ଯଦି କୌଣସି ଯାତ୍ରୀଙ୍କ ‌ଟ୍ରେନ ୩ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହେଉଛି, ତେବେ ଯାତ୍ରୀଙ୍କୁ ଟିକେଟ୍ ମୂଲ୍ୟ ରିଫଣ୍ଡ ମିଳିପାରିବ। ଏଥିପାଇଁ ଯାତ୍ରୀଙ୍କୁ ଟିଡିଆର ଫାଇଲ କରିବାକୁ ପଡ଼ିବ। ଟିଡିଆର ଅନଲାଇନ ଓ ଅଫଲାଇନ ଉଭୟରେ ଫାଇଲ କରିହେବ।

ତେବେ ଟିଡିଆର ଫାଇଲ କରିବା ପୂର୍ବରୁ ଆପଣଙ୍କ ପାଖରେ ଠିକ ସୂଚନା ଥିବା ଆବଶ୍ୟକ । ଯଦି ଆପଣଙ୍କ ଟ୍ରେନ ୩ଘଣ୍ଟା ବିଳମ୍ବରେ ଆସୁଛି ଆଉ ଆପଣ ସେହି ଟ୍ରେନ ଯାତ୍ରା କରିବାକୁ ଚାହୁଁ ନାହାନ୍ତି। ତେବେ କିଛି ନିୟମ ଆପଣଙ୍କୁ ଆପଣାଇବାକୁ ହେବ।

ନିୟମ୧- ଆଇଆରସିଟିସିର ଆପ୍ଲିକେସନକୁ ଯାଇ ଫାଇଲ ଟିଡିଆରରେ କ୍ଲିକ କରନ୍ତୁ।

ନିୟମ୨- ବିଳମ୍ବ ହୋଇଥିବା ଟ୍ରେନ ନମ୍ବର ଓ ନାମ ଚୟନ କରନ୍ତୁ।

ନିୟମ୩-ଟିଡିଆର କାହିଁକି ଫାଇଲ କରୁଛନ୍ତି ତାହାର କାରଣ ସେଥିରେ ଉଲ୍ଲେଖ କରନ୍ତୁ।

ନିୟମ୪- ଏହାପରେ ରେଳବାଇ ଆପଣଙ୍କ ସବି‌ଶେଷ ବିବରଣୀ ଯାଞ୍ଚ କରିବ।  ଯଦି ଏହା ଠିକ ରହେ, ତେବେ ଟକେଟ୍ ବାବତ ସମସ୍ତ ଟଙ୍କା ଫେରସ୍ତ ମିଳିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe