ସିଟିଟିସିକୁ ଅକ୍ସିଜେନ୍‌ ଏନ୍‌ରିଚ୍‌ମେଣ୍ଟ୍‌ ୟୁନିଟ୍ ପ୍ରଯୁକ୍ତି ହସ୍ତାନ୍ତର

Advertisment
ସିଟିଟିସିକୁ ଅକ୍ସିଜେନ୍‌ ଏନ୍‌ରିଚ୍‌ମେଣ୍ଟ୍‌ ୟୁନିଟ୍ ପ୍ରଯୁକ୍ତି ହସ୍ତାନ୍ତର

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ସେଣ୍ଟ୍ରାଲ ଟୁଲ୍‌ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର (ସିଟିଟିସି)କୁ ଆଜି ସିଏସଆଇଆର-ସେଣ୍ଟ୍ରାଲ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଅକ୍ସିଜେନ୍ ଏନରିଚ୍‌ମେଣ୍ଟ ୟୁନିଟ୍ (ଓଇଏମ୍‌) ପ୍ରଯୁକ୍ତି ହସ୍ତାନ୍ତର କରାଯାଇଛି। ଭର୍ଚୁଆଲ ମାଧ୍ୟମରେ ଉକ୍ତ ପ୍ରଯୁକ୍ତି ହସ୍ତାନ୍ତର ସହିତ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଏସଆଇଆର-ସିଏମଇଆର୍‌ଆଇର ନିର୍ଦ୍ଦେଶକ ପ୍ରଫେସର ଡ. ହରୀଶ ହିରାନି ଯୋଗଦେଇ ଓଇଏମ୍ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦେଇଥିଲେ। ଏହାହେଲେ ସମାଜରେ ଅଧିକରୁ ଅଧିକ ଲୋକଙ୍କୁ ଆବଶ୍ୟକ ସମୟରେ ଅକ୍ସିଜେନ୍ ୟୁନିଟ୍ ଯୋଗାଇ ଦିଆଯାଇ ପାରିବ ବୋଲି ସେ କହିଥିଲେ। ଛୋଟ ଛୋଟ ଡାକ୍ତରଖାନା, କ୍ଲିନିକ, ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଗ୍ରାମର ଲୋକଙ୍କ ସମେତ ପାହାଡ଼ିଆ ଅଞ୍ଚଳରେ ସେନାବାହିନୀ ପାଇଁ ଏହି ୟୁନିଟଗୁଡ଼ିକ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ସେ କହିଥିଲେ। ଏଥିରେ ସିଟିଟିସିର ଜେନେରାଲ ମ୍ୟାନେଜର ଏଲ ରାଜ ଶେଖର ଯୋଗଦେଇ କେନ୍ଦ୍ର ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ରୁ ୩୦ ପର୍ଯ୍ୟନ୍ତ ଅକ୍ସିଜେନ ଏନରିଚମେଣ୍ଟ ୟୁନିଟ୍ ନିର୍ମାଣ ହେବ ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe