ପିୟୂଷଙ୍କ ବଦଳରେ ସୁରେଶଙ୍କୁ ମନେ ପକାଇଲେ ଯାତ୍ରୀ, ୪୫ଟା ଟୁଇଟ୍‌ ପରେ ପିୟୂଷ କଲେ ରିଟୁଇଟ୍‌

Advertisment
ପିୟୂଷଙ୍କ ବଦଳରେ ସୁରେଶଙ୍କୁ ମନେ ପକାଇଲେ ଯାତ୍ରୀ, ୪୫ଟା ଟୁଇଟ୍‌ ପରେ ପିୟୂଷ କଲେ ରିଟୁଇଟ୍‌

ନାଗପୁର: ଜଣେ ମହିଳା ଜୟପୁର-ମହୀଶୂର ସୁପରଫାଷ୍ଟ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ତାଙ୍କ ସିଟ୍‌କୁ ଅନ୍ୟ ଜଣେ ଯାତ୍ରୀ ମାଡ଼ି ବସିବାରୁରେଳ ବିଭାଗର ସାହାଯ୍ୟ ପାଇଁ ରେଳମନ୍ତ୍ରୀଙ୍କୁ ତାଙ୍କ ସ୍ୱାମୀ ୪୫ ଥର ଟୁଇଟ୍‌ କରିଥିଲେ। କୌଣସି ସହଯୋଗ ନମିଳିବାରୁ ସେ ରାଗିଯାଇ ଲେଖିଥିଲେ ‘ଆପଣଙ୍କ ଠାରୁ ଭଲ ଥିଲେ ସୁରେଶ ପ୍ରଭୁ ଯେ କି ସବୁବେଳେ ସହଯୋଗ କରୁଥିଲେ।’

ଏହି ଘଟଣାଟି ମହାରାଷ୍ଟ୍ରର ନାଗପୁରରେ ଘଟିଥିଲା। ମୋହନ ଫକୀର ଚାନ୍ଦଙ୍କ ପତ୍ନୀ ଜ୍ୟୋତି ଓ ତାଙ୍କ ପୁଅ କୋଟାରୁ ନାଗପୁର ଯିବା ପାଇଁ ଟ୍ରେନରେ ଚଢିଥିଲେ। ତାଙ୍କୁ ଟ୍ରେନର ଆରଏସି ଏସ-୪ ବର୍ଥ ୬୩ ନମ୍ବର ସିଟ ମିଳିଥିଲା। କିନ୍ତୁ ଏହି ସିଟ ଉପରେ ବସିଥିବା ଯାତ୍ରୀ ଜ୍ୟୋତିଙ୍କୁ ସିଟ ଛାଡିନଥିଲେ। ଏନେଇ ଜ୍ୟୋତି ତାଙ୍କ ସ୍ୱାମୀ ଫକୀରଙ୍କୁ ଜଣାଇଥିଲେ। ଫକୀର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ୬ ଘଂଟା ଭିତରେ ଲଗାତାର ୪୫ଥର ଟୁଇଟ୍‌ କରିବା ପରେ ବି ତାଙ୍କୁ ନିରାଶ ହେବାକୁ ପଡିଥିଲା। ତାଙ୍କୁ ରେଳ ବିଭାଗ ପକ୍ଷରୁ କୌଣସି ପ୍ରକାର ସାହାଯ୍ୟ କି ସହଯୋଗ ମିଳିନଥିଲା।

ଜ୍ୟୋତି ବହୁ ସମୟ ପର୍ଯ୍ୟନ୍ତ ଟିକେଟ କଲେକଟରଙ୍କୁ ଖୋଜିଥିଲେ ବି କୌଣସି ରେଳ କର୍ମଚାରୀଙ୍କୁ ପାଇନଥିଲେ। ଏଥିରେ ରାଗିଯାଇ ଫକୀର ଲେଖିଥିଲେ ‘ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଆପଣଙ୍କ ଠାରୁ ଭଲ ପରିଚାଳନା କରୁଥିଲେ। ସେ ଥିଲେ ମୋ ସମସ୍ୟାର ସମାଧାନ ହୋଇସାରିଥାନ୍ତା। ଏହାର ବହୁ ଘଣ୍ଟା ପରେ ରେଳ ବିଭାଗର ନିଦ ଭାଙ୍ଗିଥିଲା ଓ ସେ ଟୁଇଟ୍‌ର ଉତ୍ତର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe