ଟ୍ରାଭେଲୋପିଡିଆ ୨୦୨୪ ରିପୋର୍ଟ: ପୁରୀ ଦେଶର ଶ୍ରେଷ୍ଠ ଧାର୍ମିକସ୍ଥଳ

Advertisment

ମହାପ୍ରଭୁ ଜଗନ୍ନାଥଙ୍କ ମହିମା ସାରା ଦେଶର ଶ୍ରଦ୍ଧାଳୁଙ୍କୁ ପୁରୀ ଟାଣି ଆଣୁଛି। ଚକାନୟନକୁ ଦେଖିବା ଲାଗି ବହୁ ସଂଖ୍ୟାରେ ପର୍ଯ୍ୟଟକ ପୁରୀ ଆସିଥିଲେ। ସେଥିପାଇଁ ୨୦୨୪ରେ  ପୁରୀ ଦେଶର ଶ୍ରେଷ୍ଠ ଧାର୍ମିକସ୍ଥଳ ଭାବେ ଉଭା ହୋଇଛି।

ମହାପ୍ରଭୁ ଜଗନ୍ନାଥଙ୍କ ମହିମା ସାରା ଦେଶର ଶ୍ରଦ୍ଧାଳୁଙ୍କୁ ପୁରୀ ଟାଣି ଆଣୁଛି। ଚକାନୟନକୁ ଦେଖିବା ଲାଗି ବହୁ ସଂଖ୍ୟାରେ ପର୍ଯ୍ୟଟକ ପୁରୀ ଆସିଥିଲେ। ସେଥିପାଇଁ ୨୦୨୪ରେ  ପୁରୀ ଦେଶର ଶ୍ରେଷ୍ଠ ଧାର୍ମିକସ୍ଥଳ ଭାବେ ଉଭା ହୋଇଛି।

jagannath temple-the financial express

ନୂଆଦିଲ୍ଲୀ: ମହାପ୍ରଭୁ ଜଗନ୍ନାଥଙ୍କ ମହିମା ସାରା ଦେଶର ଶ୍ରଦ୍ଧାଳୁଙ୍କୁ ପୁରୀ ଟାଣି ଆଣୁଛି। ଚକାନୟନକୁ ଦେଖିବା ଲାଗି ବହୁ ସଂଖ୍ୟାରେ ପର୍ଯ୍ୟଟକ ପୁରୀ ଆସିଥିଲେ। ସେଥିପାଇଁ ୨୦୨୪ରେ  ପୁରୀ ଦେଶର ଶ୍ରେଷ୍ଠ ଧାର୍ମିକସ୍ଥଳ ଭାବେ ଉଭା ହୋଇଛି। ଲଗାତାର ଦ୍ବିତୀୟ ବର୍ଷ ଲାଗି ପୁରୀ ଏହି ତାଲିକାର ଶୀର୍ଷରେ ରହିଛି। ପୁରୀ ବ୍ୟତୀତ ବାରାଣସୀ ଓ ହରିଦ୍ବାର ନାମ ମଧ୍ୟ ଏହି ତାଲିକ‌ାରେ ରହିଛି। ଓୟୋ ପକ୍ଷରୁ ଜାରି କରାଯାଇଥିବା ଟ୍ରାଭେଲୋପିଡିଆ ୨୦୨୪ ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୨୩ରେ କମ୍ପାନି ଜାରି କରିଥିବା ରିପୋର୍ଟରେ ମଧ୍ୟ ଧାର୍ମିକ ସ୍ଥଳ ବୁକିଂରେ ପୁରୀ ଏକ ନମ୍ବର ସ୍ଥାନରେ ଥିଲା। 

ରିପୋର୍ଟରୁ ଜଣାପଡ଼ିଛି ଯେ ପୁରୀ, ବାରାଣସୀ ଓ ହରିଦ୍ବାର ବ୍ୟତୀତ ଦେଓଘର, ପାଲାନି ଗୋବର୍ଦ୍ଧନ ଭଳି ଧାର୍ମିକସ୍ଥଳକୁ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଯାତ୍ରା କରିଛନ୍ତି। ଅଳ୍ପ ପରିଚିତ ଧାର୍ମିକ ସ୍ଥଳଗୁଡ଼ିକୁ ଅନୁସନ୍ଧାନ କରିବା ଲାଗି ଲୋକମାନଙ୍କ ମନରେ ରହିଥିବା ଆଗ୍ରହକୁ ଏହା ଦର୍ଶାଉଛି। ୨୦୨୪ରେ ସର୍ବାଧିକ ବୁକିଂ ପାଇଥିବା ସହର ତାଲିକାରେ ହାଇଦ୍ରାବାଦ ଏକ ନମ୍ବର ସ୍ଥାନରେ ଥିବା ବେଳେ ତା’ ପଛକୁ ରହିଛି ବେଙ୍ଗାଲୁରୁ, ଦିଲ୍ଲୀ ଓ କୋଲକାତା ନାମ। ରାଜ୍ୟଗୁଡ଼ିକ ଭିତରେ ଉତ୍ତରପ୍ରଦେଶ ସବୁଠୁ ଅଧିକ ବୁକିଂ ପାଇଥିବା ରାଜ୍ୟ ଭାବେ ଉଭା ହୋଇଛି। ଏହା ପଛକୁ ରହିଛି ମହାରାଷ୍ଟ୍ର, ତେଲେଙ୍ଗାନା ଓ କର୍ଣ୍ଣାଟକ। ଛୋଟ ସହର ମଧ୍ୟରେ ପାଟନା, ରାଜମୁଣ୍ଡରି ଓ ହୁବ୍‌ଲି ଅଧିକ ବୁକିଂ ପାଇଛନ୍ତି। 

ଚିତ୍ତବିନୋଦନ ଉଦ୍ଦେଶ୍ୟରେ ଭ୍ରମଣ କରୁଥିବା ଲୋକମାନଙ୍କ ଲାଗି ସବୁଠୁ ପସନ୍ଦର ସ୍ଥାନ ହୋଇଛି ଜୟପୁର। ଏହା ପଛକୁ ଗୋଆ, ପୁଡୁଚେରି ଓ ମହୀଶୂର ନାମ ରହିଛି। ମୁମ୍ବାଇର ବୁକିଂ ଏଥର ହ୍ରାସ ପାଇଛି। ଚଳିତ ବର୍ଷ ଜୁଲାଇ ମାସର ଚତୁର୍ଥ ସପ୍ତାହରେ ସର୍ବାଧିକ ବୁକିଂ ହୋଇଥିଲା। ଏହାପରେ ଅଧିକ ବୁକିଂ ବଡ଼ଦିନ ଉପଲକ୍ଷେ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe