ମୁମ୍ବାଇ: ଦେଶର ପ୍ରଥମ ବ୍ୟାଙ୍କ ଭାବେ ବ୍ୟାଙ୍କ ଅଫ୍ ବରୋଦା (ବିଓବି)ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ୱୀକୃତିପ୍ରାପ୍ତ ସମସ୍ତ ତିନିଟି ଟିଆର୍ଇଡିଏସ୍ ପ୍ଲାଟଫର୍ମ ଆରମ୍ଭ ହୋଇଛି। ବ୍ୟାଙ୍କ ପକ୍ଷରୁ ପ୍ରଥମେ ସିସ୍କା ଏଲ୍ଇଡି, ପ୍ରଭାତ ଡେରି, ଇଷ୍ଟମ୍ୟାନ୍ ଅଟୋ ଭଳି ୧୫ଟି କର୍ପୋରେଟ୍ ସଂସ୍ଥାର ରିହାତି ଇନ୍ଭଏସ୍ ଜାରି କରାଯାଇଛି। ଏ ସମ୍ପର୍କରେ ବ୍ୟାଙ୍କର ଏମ୍ଡି ତଥା ସିଇଓ ପି ଏସ୍ ଜୟକୁମାର କହିଛନ୍ତି ଯେ, ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବ୍ୟାଙ୍କ ବେଶ ସୁଦୃଢ଼ ରହିଛି ଏବଂ ଆର୍ବିଆଇର ଏହି ଅଭିଯାନରେ ପ୍ରଥମ ବ୍ୟାଙ୍କ ଭାବେ ସାମିଲ ହୋଇ ଆମେ ବହୁତ ଖୁସି। ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅଶୋକ ଗର୍ଗ ଏହି ଅବସରରେ ଉପସ୍ଥିତ ଥିଲେ।
ବିଓବିରେ ଟିଆର୍ଇଡିଏସ୍ ପ୍ଲାଟଫର୍ମ
Advertisment
Follow Us