ଭୁବନେଶ୍ବର : ତ୍ରିନେତ୍ର ପେଟ୍ରୋଲିୟମ୍ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶାରେ ଏହାର ବ୍ୟବସାୟ ଆରମ୍ଭ କରିଛି। କଂପାନି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ପାଇଁ ଅଜୟ କୁମାର ବେହେରାଙ୍କୁ ସିଏନ୍ଏଫ୍ ନିଯୁକ୍ତ କରାଯାଇଛି। କଂପାନିର ରାଜ୍ୟ ମୁଖ୍ୟ ସନ୍ଦୀପ ମିଶ୍ର ଓ ବ୍ୟବସାୟ ବିକାଶ ପ୍ରବନ୍ଧକ ରାଜଶ୍ରୀ ରଥ ନିଯୁକ୍ତି ପତ୍ର ଶ୍ରୀ ବେହେରାଙ୍କୁ ହସ୍ତାନ୍ତର କରିଛନ୍ତି। କିଛି ମାସ ଭିତରେ ସାରା ରାଜ୍ୟରେ କଂପାନି ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ ଏହା ଡିଲର୍ ଏବଂସିଏନ୍ଏଫ୍ ନିଯୁକ୍ତି ପ୍ରକ୍ରିୟା ଜାରି ରଖିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛି। କେବଳ ଓଡ଼ିଶା ନୁହେଁ ସାରା ଭାରତରେ କଂପାନି ନିଜକୁ ସମ୍ପ୍ରସାରିତ କରିବ ଏବଂ ଅଧିକ ଶାଖା ଖୋଲିବାକୁ ଯୋଜନା ରଖିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us