ଜିଏସ୍‌ଟି ଏବଂ ଇନ୍ଧନ ଦର ବିରୋଧରେ ଦୁଇ ଦିନିଆ ଟ୍ରକ୍‌ ଧର୍ମଘଟ

Advertisment
ଜିଏସ୍‌ଟି ଏବଂ ଇନ୍ଧନ ଦର ବିରୋଧରେ ଦୁଇ ଦିନିଆ ଟ୍ରକ୍‌ ଧର୍ମଘଟ

Photo Courtesy of TOI

ନୂଆଦିଲ୍ଲୀ: ଜିଏସ୍‌ଟି ଏବଂ ଇନ୍ଧନ ଦର ବୃଦ୍ଧି ସମେତ ଅନ୍ୟାନ୍ୟ ମାମଲା ବିରୋଧରେ ଟ୍ରକ୍‌ ମାଲିକମାନେ ଦେଶବ୍ୟାପୀ ସେମାନଙ୍କର ଦୁଇ ଦିନିଆ ଧର୍ମଘଟ ଆରମ୍ଭ କରିଛନ୍ତି। ଟ୍ରକ୍‌ ମାଲିକ ସଂଘ ‘ଅଲ୍‌ ଇଣ୍ଡିଆ ମୋଟର୍‌ ଟ୍ରାନ୍‌ସ୍‌ପୋର୍ଟ କଂଗ୍ରେସ’ ଏହି ଧର୍ମଘଟ ପାଇଁ ଆହ୍ଵାନ ଦେଇଛି।

ସୋମବାର ପୂର୍ବାହ୍ନ ୮ଟାବେଳେ ଆରମ୍ଭ ହୋଇଥିବା ଧର୍ମଘଟ ୩୬ ଘଣ୍ଟା ଚାଲିବ ବୋଲି ଧାର୍ଯ୍ୟ କରାଯାଇଛି। ଫଳତଃ, ଯୋଗାଣ ବାଧା ପାଇବା ସହ ଜିନିଷପତ୍ରର ମୂଲ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ସରକାରୀ ଅଧିକାରୀଙ୍କ ସ୍ଥାଣୁ ଓ ହେୟ ମନୋଭାବ, ଜିଏସ୍‌ଟି, ଡିଜେଲ୍‌ ଦର ବୃଦ୍ଧି ଏବଂ ରାସ୍ତାରେ ଦୁର୍ନୀତି ବିରୋଧ କରି ପରିବହନକାରୀମାନେ ଅକ୍ଟୋବର ୯ ଏବଂ ୧୦ ତାରିଖ ଦିନ ‘ଚକ୍କା ଜାମ୍‌’ (ଧର୍ମଘଟ) କରିଛନ୍ତି ବୋଲି ଏଆଇଏମ୍‌ଟିସିର ସଭାପତି ଏସ୍‌କେ ମିତ୍ତଲ୍‌ କହିଥିଲେ।

ଜିଏସ୍‌ଟି ସମ୍ବନ୍ଧୀୟ ନିୟମ ଯୋଗୁଁ ସେମାନେ ଭୀଷଣ ଗୋଳମାଳିଆ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ବୋଲି ଟ୍ରକ୍‌ମାଲିମାନେ କହିଛନ୍ତି। ସେମାନଙ୍କ ମତରେ, ଜିଏସ୍‌ଟି ସିଷ୍ଟମ୍‌ରେ ଥିବା ରିଭର୍ସ ଚାର୍ଜ ମେକାନିଜ୍‌ମ୍‌ (ଆର୍‌ସିଏମ୍‌) ଏବଂ ଫର୍‌ଓ୍ଵାର୍ଡ ଚାର୍ଜ (ଏଫ୍‌ସିଏମ୍‌) ଯୋଗୁଁ ଗୋଳମାଳ ଉପୁଜୁଛି। ଅଣପଞ୍ଜିକୃତ ବ୍ୟବସାୟୀଙ୍କ ଠାରୁ ଟ୍ରକ୍‌ମାଲିକମାନେ ମାଲ୍‌ ଉଠାଇ ପାରୁ ନାହାନ୍ତି। ସେମାନଙ୍କ ଠାରୁ ମାଲ୍‌ ଉଠାଇବାକୁ ହେଲେ ସେମାନଙ୍କ ପାଇଁ ଆର୍‌ସିଏମ୍‌ ଅଧୀନରେ ପରିବହନକାରୀଙ୍କୁ ଜିଏସ୍‌ଟି ଦେବାକୁ ପଡୁଛି। ପୁଣି ଏଫ୍‌ସିଏମ୍‌ରେ ପରିବହନକାରୀଙ୍କୁ ୧୨% ଜିଏସ୍‌ଟି ଦେବାକୁ ପଡୁଛି।

ଡିଜେଲ୍‌ ଦର ପ୍ରତି ତିନି ମାସରେ ଥରେ ସଂଶୋଧନ କରିବା ନିମନ୍ତେ ଦାବି କରିଛନ୍ତି ପରିବହନକାରୀ।

ପୂର୍ବରୁ, ଅନ୍ୟାନ୍ୟ ପରିବହନ ସଂଗଠନ ଏହି ଧର୍ମଘଟ ସପକ୍ଷରେ ସ୍ୱର ଉତ୍ତୋଳନ କରିଥିଲେ। ଶନିବାର ଦିନ, କୋଲକତାରେ ମଧ୍ୟ ପରିବହନକାରୀମାନେ ସମ ଉଦ୍‌ବେଗ ବ୍ୟକ୍ତ କରି ଥିଲେ। ଜିଏସ୍‌ଟି ପରର ପରିସ୍ଥିତି ପରିବହନ ବ୍ୟବସାୟକୁ ପଙ୍ଗୁ କରି ପକାଇଛି। ଏଥି ସକାଶ ଅକ୍ଟୋବର ୯ ତାରିଖ ସୋମବାର ପୂର୍ବାହ୍ନ ଆଠଟାରୁ ଅକ୍ଟୋବର ୧୦ ତାରିଖ ଯାଏଁ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି ଅଲ୍‌ ଇଣ୍ଡିଆ ମୋଟର୍‌ ଟ୍ରାନ୍‌ସ୍‌ପୋର୍ଟ କଂଗ୍ରେସ୍‌ର ନେତୃତ୍ୱଙ୍କ ନେତୃତ୍ୱରେ ଅନ୍ୟାନ୍ୟ ପରିବହନ ସଂଘ। ଆମେ ଏହାକୁ ସମର୍ଥନ କରୁଛୁ ବୋଲି କହିଛନ୍ତି କାଲ୍‌କାଟା ଗୁଡ୍‌ସ୍‌ ଟ୍ରାନ୍‌ସ୍‌ପୋର୍ଟ ଆସୋସିଏସନ୍‌ର ସଭାପତି ପ୍ରଭାତ କୁମାର ମିତ୍ତଲ।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟବହୃତ ସମ୍ପତ୍ତି ବିକ୍ରି ଉପରେ ଜିଏସ୍‌ଟି ଲାଗୁ ହେଉଥିବାରୁ ଟିକସ ଦୁଇଗୁଣା ହୋଇ ଯାଉଛି।

ପରିବହନ ସଂଘର ଶୀର୍ଷସ୍ତରୀୟ ସଂଗଠନ ଏଆଇଏମ୍‌ଟିସି ସମଗ୍ର ଭାରତର ୯୩ ଲକ୍ଷ ଟ୍ରକ୍‌ ଏବଂ ପ୍ରାୟ ୫୦ ଲକ୍ଷ ବସ୍‌ ଏବଂ ପର୍ଯ୍ୟଟନ ପରିଚାଳକଙ୍କର ପ୍ରତିନିଧିତ୍ୱ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe