ଏବେ ଟ୍ରୁକଲର ମାଧ୍ୟମରେ କଲ୍‌ ରେକର୍ଡ କରିପାରିବେ ବ୍ୟବହାରକାରୀ,ଜାଣନ୍ତୁ କେମିତି କରିବେ ରେକର୍ଡ

Advertisment
ଏବେ ଟ୍ରୁକଲର ମାଧ୍ୟମରେ କଲ୍‌ ରେକର୍ଡ କରିପାରିବେ ବ୍ୟବହାରକାରୀ,ଜାଣନ୍ତୁ କେମିତି କରିବେ ରେକର୍ଡ

Gizbot Tamil

କଲର ଆଇଡିି ଆପ୍‌ ଟ୍ରୁକଲର ଏବେ ନିଜ ବ୍ୟବହାରକାରୀଙ୍କୁ କଲ୍‌ ରେକର୍ଡ଼ର ସୁବିଧା ଯୋଗାଇବାକୁ ଯାଉଥିବା ଜଣାପଡ଼ିଛି । ଟ୍ରୁକଲର ମାଧ୍ୟମରେ ବ୍ୟବହାରକାରୀଙ୍କ ପାଖକୁ କିଏ କଲ କରୁଛି ତାହାର ବିବରଣୀ ଆଗରୁ ଆସୁଥିବା ବେଳେ ଏବେ ଏହି ଆପ୍‌ ସହ ଏକ ନୂଆ ଫିଚରକୁ ଯୋଡ଼ିବାକୁ ଯାଉଛି ଟ୍ରୁକଲର । ଏବେ ଆପଣମାନେ ଟ୍ରୁକଲର ମାଧ୍ୟମରେ ଆପଣଙ୍କ ପାଖକୁ ଆସୁଥିବା ଫୋନ କଲ୍‌ ବିଷୟରେ ଜାଣିବା ସହ ଆସୁଥିବା କଲ୍‌କୁ ରେକର୍ଡ଼ ମଧ୍ୟ କରି ପାରିବେ । ରେକର୍ଡ଼ ହେଉଥିବା ସବୁ କଲ୍‌ଗୁଡ଼ିକ ଫୋନରେ ସେଭ୍‌ ହୋଇ ରହିବ ଏବଂ ଏହାକୁ ଟ୍ରୁକଲର ସର୍ଭରରେ ଅପ୍‌ଲୋଡ଼ କରାଯିବ ନାହିଁ ବୋଲି ଟ୍ରୁକଲର ଆପ୍‌କୁ ତିଆରି କରିଥିବା ସ୍ୱେଡ଼ିସ୍‌ ଫାର୍ମ ତରଫରୁ କୁହାଯାଇଛି ।

publive-image businessinsider.com

ଅନ୍ୟ ପକ୍ଷରେ ଏହି ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ନୁହେଁ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଯେଉଁମାନଙ୍କ ଫୋନରେ ଆଣ୍ଡ୍ରୋଏଡ଼୍‍ର ୫.୦ ଭର୍ସନ ଥିବ କେବଳ ସେମାନେ ହିଁ ଏହି ସୁବିଧାର ଲାଭ ଉଠାଇ ପାରିବେ । ଯେଉଁମାନଙ୍କର ଆଣ୍ଡ୍ରୋଏଡ଼୍‍ର ୫.୦ ଭର୍ସନ ଥିବ ସେମାନଙ୍କୁ ଏହି ସୁବିଧା ୧୪ଦିନ ମାଗଣାରେ ଦିଆଯିବ । ପରେ ଏହାକୁ ବ୍ୟବହାକାରୀଙ୍କୁ କିଣିବାକୁ ପଡ଼ିବ । ଏହା ସହ ରେକର୍ଡ଼ ହେଉଥିବା କଲ୍‌କୁ ବ୍ୟବହାରକାରୀମାନେ ଏସ୍‌ଡ଼ି କାର୍ଡ଼ରେ ମଧ୍ୟ ସେଭ୍‌ କରି ପାରିବେ ନାହିଁ । ଏ ପର୍ଯ୍ୟନ୍ତ ଟ୍ରୁକଲର ତରଫରୁ ସେ ସୁବିଧା ରଖା ଯାଇ ନାହିଁ । ବ୍ୟବହାରକାରୀମାନେ ଏହି ସୁବିଧାର ଖୁବ୍‌ ସହଜରେ ଲାଭ ଉଠାଇ ପାରିବେ । ଏଥି ପାଇଁ ଆପ୍‌ର ବାମ ପଟେ ଥିବା ୩ ଲାଇନ୍‌ ମେନ୍ୟୁ ଉପରେ କ୍ଲିକ୍‌ କରି ସେଟିଙ୍ଗ୍‌କୁ ଯାଆନ୍ତୁ । ଏହା ପରେ ରେକର୍ଡ଼ କଲ୍‌ ଉପରେ କ୍ଲିକ୍‌ କରି କଲ୍‌ ରେକର୍ଡ଼ ଆକ୍ଟିଭେଟ୍‌ କରାନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe