Advertisment

Trump: ଆନ୍ଥ୍ରୋପିକ୍‌କୁ ନିଷିଦ୍ଧ କଲେ ଟ୍ରମ୍ପ: ପେଣ୍ଟାଗନ୍‌କୁ ଅବାଧ ବ୍ୟବହାର ଅନୁମତି ଦେଇ ନଥିଲା କମ୍ପାନି

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶର ଏଆଇ ଷ୍ଟାର୍ଟଅପ୍‌ କମ୍ପାନି ଆନ୍ଥ୍ରୋପିକ୍‌ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତୁରନ୍ତ ଏହି କମ୍ପାନିର ପ୍ରଯୁକ୍ତିକୁ ବ୍ୟବହାର ନ କରିବା ଲାଗି ସବୁ ସରକାରୀ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶର ଏଆଇ ଷ୍ଟାର୍ଟଅପ୍‌ କମ୍ପାନି ଆନ୍ଥ୍ରୋପିକ୍‌ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତୁରନ୍ତ ଏହି କମ୍ପାନିର ପ୍ରଯୁକ୍ତିକୁ ବ୍ୟବହାର ନ କରିବା ଲାଗି ସବୁ ସରକାରୀ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

trump

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶର ଏଆଇ ଷ୍ଟାର୍ଟଅପ୍‌ କମ୍ପାନି ଆନ୍ଥ୍ରୋପିକ୍‌ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତୁରନ୍ତ ଏହି କମ୍ପାନିର ପ୍ରଯୁକ୍ତିକୁ ବ୍ୟବହାର ନ କରିବା ଲାଗି ସବୁ ସରକାରୀ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଉ‌ଲ୍ଲେଖଯୋଗ୍ୟ, ପେଣ୍ଟାଗନ ଏହି କମ୍ପାନିର କ୍ଲାଉଡି ଏଆଇ ମଡେଲର ଅବାଧ ବ୍ୟବହାର ଅନୁମତି ମାଗିଥିଲା। କିନ୍ତୁ କମ୍ପାନି ଏହା ପ୍ରଦାନ ନକରିବାରୁ ଟ୍ରମ୍ପ ଖପ୍ପା ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ସାମରିକ ଏବଂ ଗୁଇନ୍ଦା କାର୍ଯ୍ୟରୁ ଏହି କମ୍ପାନିର ଉପକରଣ ବ୍ୟବହାରକୁ ବନ୍ଦ କରିବା ଲାଗି ଏଜେନ୍ସିଗୁଡ଼ିକୁ ଟ୍ରମ୍ପ ୬ ମାସ ସମୟ ଦେଇଛନ୍ତି। ଆମେରିକାର ପ୍ରତିରକ୍ଷା ସଚିବ ପିଟ୍‌ ହେଗ୍‌ସେଥ୍‌ ମଧ୍ୟ ଏହି କମ୍ପାନି ଜାତୀୟ ନିରାପତ୍ତା ପାଇଁ ବିପଦ ବୋଲି ଦର୍ଶାଇଛନ୍ତି। ଏଭଳି ଟ୍ୟାଗ୍‌ ଆମେରିକାରେ ସାଧାରଣତଃ ବିଦେଶୀ ଶତ୍ରୁ କମ୍ପାନିକୁ ମିଳିଥାଏ। ପୂର୍ବରୁ ଚୀନର ହୁୱେଇକୁ ଏଭଳି ଟ୍ୟାଗ୍‌ ଦିଆଯାଇଛି। ନୂଆ କଟକଣା ଫଳରେ ଆମେରିକାର ସାମରିକ ବିଭାଗ ସହିତ ଠିକାଦାରୀ, ଯୋଗାଣକାରୀ ଏବଂ ସହଯୋଗୀ ଭାବେ କାର୍ଯ୍ୟ କରୁଥିବା କୌଣସି ସଂସ୍ଥା ଆନ୍ଥ୍ରୋପିକ୍‌ ସହିତ ବ୍ୟବସାୟ କରିପାରିବେ ନାହିଁ।

Narendra Modi: ଆମ ସରକାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ

ଉଲ୍ଲେଖଯୋଗ୍ୟ, ଆମେରିକାର ପ୍ରତିରକ୍ଷା ସଚିବ ପିଟ୍‌ ହେଗ୍‌ସେଥ୍‌ ଚଳିତ ସପ୍ତାହରେ ଆନ୍ଥ୍ରୋପିକ୍‌ ସିଇଓ ଡେରିଓ ‌ଏମୋଡେଇଙ୍କୁ ଧମକ ଦେଇଥିଲେ। ଶୁକ୍ରବାର ପାଇଁ ସମୟସୀମା ଧାର୍ଯ୍ୟ କରିଥିଲେ। ପେଣ୍ଟାଗନ ଯେଭଳି ଚାହିବ ସେଭଳି କ୍ଲାଉଡିକୁ ବ୍ୟବହାର କରିବ, ନଚେତ୍‌ କମ୍ପାନି ପାଇଥିବା ୨୦୦ ନିୟୁତ ଡଲାରର ସରକାରୀ ଚୁକ୍ତିକୁ ବାତିଲ କରାଯିବ ବୋଲି ଧମକ ଦେଇଥିଲେ। କିନ୍ତୁ ଆନ୍ଥ୍ରୋପିକ୍‌ କ୍ଲାଉଡି ପ୍ରଯୁକ୍ତି ବ୍ୟବହାର ଅନୁମତି ଦେବାକୁ ଟ୍ରମ୍ପ ପ୍ରଶାସନକୁ ମନା କରିଦେଇଥିଲା। ଏହି ପ୍ରଯୁକ୍ତି ମଣିଷ ବିନା ସ୍ବୟଂକ୍ରିୟଭାବେ ମାରିବା କ୍ଷମତା ରଖିଥିବାରୁ ଏହି ଅନୁମତି ଦେଇ ନଥିଲା। ଟ୍ରମ୍ପ ପ୍ରଶାସନ ନେଇଥିବା ନିଷ୍ପତ୍ତି ବିରୋଧରେ କମ୍ପାନି ଅଦାଲତକୁ ଯିବ ବୋଲି ଆନ୍ଥ୍ରୋପିକ୍‌ ସିଇଓ କହିଛନ୍ତି।

Arrest: ୫କୁଖ୍ୟାତ ଚୋର ଗିରଫ; ଚଢ଼ଉ ବେଳେ ଚମ୍ପଟ ମାରିଲା ସର୍ଦାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe