‘ମୁଁ ନିର୍ବାଚନ ହାରିଲେ ସେୟାର ବଜାର କଚାଡ଼ି ହୋଇ ପଡ଼ିବ’: ଟ୍ରମ୍ପ

Advertisment
କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କଥା କହିଲେ ଟ୍ରମ୍ପ, ପରେ ଏପରି କିଛି କହିନାହାନ୍ତି ବୋଲି ମନ୍ତବ୍ୟ ଦେଲେ

news18

ନୂଆଦିଲ୍ଲୀ: ଚଳିତବର୍ଷ ହେବାକୁ ଥିବା ରା‌ଷ୍ଟ୍ରପତି ନିର୍ବାଚନରେ ଯଦି ମୁଁ ହାରିଯିବି ତା’‌ହେଲେ ସେୟାର ବଜାର ସାଂଘାତିକ ମାତ୍ରାରେ ତଳକୁ ଖସିଯିବ। ଅର୍ଥାତ୍ କଚାଡ଼ି ହୋଇ ପଡ଼ିବ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଆଜି ନୂଆଦଲ୍ଲୀଠାରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସୋମବାର ଷ୍ଟକ୍ ବଜାର ପାଇଁ ଗୋଟିଏ ମାତ୍ର ଖରାପ ଦିନ ଥିଲା। ତେବେ ସେ ଯଦି ନିର୍ବାଚନରେ ହାରିଯା’ନ୍ତି ତାହେଲେ ସେୟାର ବଜାର ଏମିତି ତଳକୁ ଖସିବ ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା ବୋଲି କହିଛନ୍ତି। କରୋନା ଭାଇରସ୍ ବ୍ୟାପିବା କାରଣରୁ ସୋମବାର ଆମେରିକାର ଷ୍ଟକ ବଜାରର ଡାଓ ଜୋନ୍ସ ୧୦୦୦ ପଏଣ୍ଟରୁ ଅଧିକ ତଳକୁ ଖସିଯାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ମଧ୍ୟ ୮୦୭ ପଏଣ୍ଟ ତଳକୁ ଖସିଯାଇଛି। କରୋନା ଭାଇରସ ବ୍ୟାପିବା ସଂକ୍ରାନ୍ତରେ ଟ୍ରମ୍ପ କହିଛନ୍ତି, ଆମେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ୍‌ଙ୍କ ସହିତ ଏ ନେଇ କଥା ହୋଇଛୁ। ଏହି ରୋଗର ନିୟନ୍ତ୍ରଣ ପାଇଁ ଆମେରିକା ପ୍ରାୟ ୨.୫ ବିଲିଅନ ଡଲାର ଖର୍ଚ୍ଚ କରିବା ଯୋଜନା ରଖିଛି ବୋଲି ଟ୍ରମ୍ପ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe