ଟ୍ରମ୍ପ ଝଟ୍‌କା: ଦୋହଲିଗଲା ବଜାର, ସେନ୍‌ସେକ୍ସ, ନିଫ୍ଟି ଖସିଲା

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବାର କିଛି ଦିନ ପରେ ଚୀନ୍, ମେକ୍ସିକୋ, କାନାଡା ଉପରେ ଚଢ଼ା ଶୁଳ୍କ ଲଗାଇବା ଆରମ୍ଭ କରିଛନ୍ତି। ଗତ ଶୁକ୍ରବାର ଟ୍ରମ୍ପ କରିଥିବା ଏହି ଘୋଷଣାର ପ୍ରଭାବ....

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବାର କିଛି ଦିନ ପରେ ଚୀନ୍, ମେକ୍ସିକୋ, କାନାଡା ଉପରେ ଚଢ଼ା ଶୁଳ୍କ ଲଗାଇବା ଆରମ୍ଭ କରିଛନ୍ତି। ଗତ ଶୁକ୍ରବାର ଟ୍ରମ୍ପ କରିଥିବା ଏହି ଘୋଷଣାର ପ୍ରଭାବ....

dgcvbf

ନୂଆଦିଲ୍ଲୀ/ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବାର କିଛି ଦିନ ପରେ ଚୀନ୍, ମେକ୍ସିକୋ, କାନାଡା ଉପରେ ଚଢ଼ା ଶୁଳ୍କ ଲଗାଇବା ଆରମ୍ଭ କରିଛନ୍ତି। ଗତ ଶୁକ୍ରବାର ଟ୍ରମ୍ପ କରିଥିବା ଏହି ଘୋଷଣାର ପ୍ରଭାବ ‌ସୋମବାର ଭାରତର ବିଭିନ୍ନ ବଜାରରେ ଦେଖିବାକୁ ମିଳିଛି। ଟଙ୍କାଠାରୁ ଆରମ୍ଭ କରି ସେୟାର ବଜାର ପର୍ଯ୍ୟନ୍ତ ସବୁ କିଛି ଦୋହଲିଯାଇଛି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ପ୍ରଥମ ଥର ପାଇଁ ୮୭ ଟଙ୍କାରୁ ଅଧିକ ହୋଇଛି। ପୂର୍ବରୁ ଟଙ୍କାକୁ ଏଭଳି ଦୁର୍ବଳ ସ୍ତରରେ କେବେ ଦେଖିବାକୁ ମିଳିନଥିଲା। ଏହା ଦେଶର ଦରଦାମ୍‌ ମୁକାବିଲା ଲଢ଼େଇ ପ୍ରତି ବିପଦ ସୃଷ୍ଟି କରିଛି। 

ସେନ୍‌ସେକ୍ସ, ନିଫ୍ଟି ଖସିଲା
୮୫ ହଜାର ଉପରେ ସୁନା
ଡଲାର ତୁଳନାରେ ଟଙ୍କା ଦୁର୍ବଳ

ଟ୍ରମ୍ପ ଦେଇଥିବା ଝଟ୍‌କାର ପ୍ରଭାବ ଏତେ ଅଧିକ ଥିଲା ଯେ ଗତ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ଦେବା ଲାଗି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କରିବା ଘୋଷଣା ମଧ୍ୟ ପ୍ରଭାବହୀନ ହୋଇପଡ଼ିଥିଲା। ଆଜି ଦେଶର ଦୁଇ ଷ୍ଟକ୍ ବଜାର ଖୋଲିବା ପରେ କାରବାର ମାନ୍ଦା ରହିଥିଲା। ନିବେଶକମାନେ ଭୟରେ ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୩୧୯ ପଏଣ୍ଟ ହ୍ରାସ ପାଇ ୭୭,୧୮୬ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୧ ପଏଣ୍ଟ ହ୍ରାସ ପାଇ ୨୩,୩୬୧ ପଏଣ୍ଟରେ ବନ୍ଦ ହୋଇଛି।

ଅନ୍ୟ ପକ୍ଷରେ, ସୁନା ବଜାରରେ ମଧ୍ୟ ନିଆଁ ଲାଗିଛି। ଜାତୀୟ ବଜାରରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୫ ହଜାର ଟଙ୍କାରୁ ଅଧିକ ହୋଇଯାଇଛି। ଟ୍ରମ୍ପଙ୍କ ପଦକ୍ଷେପ ଭୟରେ ନିବେଶକମାନେ ସୁରକ୍ଷିତ ନିବେଶ ବିକଳ୍ପ ସୁନା ଆଡ଼କୁ ମୁହାଇଁଛନ୍ତି। ସେଥିପାଇଁ ତାହା ମହଙ୍ଗା ହେବାରେ ଲାଗିଛି। ଟଙ୍କା ମୂଲ୍ୟରେ ହ୍ରାସ ମଧ୍ୟ ସୁନା ଦର ବୃଦ୍ଧିର ଅନ୍ୟତମ କାରଣ ହୋଇଛି। କେବଳ ସୁନା ନୁହେଁ, ଜାତୀୟ ବଜାରରେ ରୁପା ମଧ୍ୟ ମହଙ୍ଗା ହୋଇଛି। ଲଗାତାର ପଞ୍ଚମ ଦିନ ଲାଗି ରୁପା ଦାମ୍ ବଢ଼ିଛି। ଏହାର କେଜି ପିଛା ଦାମ୍ ୩୦୦ ଟଙ୍କା ବୃଦ୍ଧି ପାଇ ୯୬ ହଜାର ଟଙ୍କା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe