ଟ୍ରମ୍ପ୍‌ଙ୍କ ଟାର୍ଗେଟରେ ୟୁରୋପୀୟ ସଂଘ, କାର୍ ଉପରେ ଲଗାଇ‌େବ ଶୁଳ୍କ

Advertisment
ଟ୍ରମ୍ପ୍‌ କହିଲେ, ଭାରତୀୟ ଗଣମାଧ୍ୟମ ତାଙ୍କୁ ବେଶି ପସନ୍ଦ କରନ୍ତି

The Economic Times

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ତାଙ୍କ ଦେଶର ଚିଙ୍ଗୁଡ଼ି ବ୍ୟବସାୟୀମାନଙ୍କୁ ସମର୍ଥନ କରୁଛନ୍ତି। ଏଥିସହିତ ଭାରତ ଓ ଚୀନ ପରେ ୟୁରୋପୀୟ ସଂଘକୁ ଟା‌ର୍ଗେଟ କରିଛନ୍ତି। ୟୁରୋପୀୟ ସଂଘରେ ନିର୍ମାଣ ହେଉଥିବା କାର ଗୁଡ଼ିକ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ୟୁରୋୟୀୟ ସଂଘ ଯଦି ଆମେରିକାର ଚିଙ୍ଗୁଡ଼ି ରପ୍ତାନି ଉପରେ ଶୁଳ୍କ ହ୍ରାସ ନକରେ ତାହେଲେ ଆମେରିକା ଏଭଳି ପଦକ୍ଷେପ ନେବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅନେକ କାର କମ୍ପାନି ୟୁରୋପୀୟ ସଂଘରେ କାର ନିର୍ମାଣ କରି ଆମେରିକାକୁ ରପ୍ତାନି କରିଥାନ୍ତି। ପୂର୍ବରୁ ଟ୍ରମ୍ପ ଜର୍ମାନୀର କେତେକ କାର ନିର୍ମାତାଙ୍କୁ ଧମକ ଦେଇଥିଲେ। ଜର୍ମାନୀର ଯେଉଁସବୁ କାର କମ୍ପାନି ଆମେରିକାରେ କାର୍‌ ନିର୍ମାଣ କରୁଛନ୍ତି ସେମାନେ ସେଠାରେ କୌଣସି ନିଯୁକ୍ତି ସୃଷ୍ଟି କରୁନାହାନ୍ତି ବୋଲି ଟ୍ରମ୍ପ ଅଭିଯୋଗ କରି ସେଠାରେ ଉତ୍ପାଦନ ବନ୍ଦ କରିବାକୁ କହିଥିଲେ। ତେବେ ଟ୍ରମ୍ପଙ୍କ ନୂଆ ଧମକ କାର କମ୍ପାନି ଗୁଡ଼ିକୁ ଅସୁବିଧାରେ ପକାଇବା ଆଶଙ୍କା ରହିଛି। କୋଭିଡ୍‌-୧୯ ଓ ଲକଡାଉନ୍ ପାଇଁ କାର୍ ବଜାରରେ ବିକ୍ରି ଏବେ ସାଂଘାତିକମାତ୍ରାରେ ହ୍ରାସ ପାଇଛି। ଟ୍ରମ୍ପଙ୍କ ଏଭଳି ଧମକ ସେମାନଙ୍କ ଅଡ଼ୁଆକୁ ଆହୁରି ବଢ଼ାଇ ଦେବ। ଟ୍ରମ୍ପ କହିଛନ୍ତି ୟୁରୋପୀୟ ସଂଘ ଆମେରିକା ଚିଙ୍ଗୁଡ଼ି ଉପରେ ଯେତିକି ଟିକସ ଲଗାଉଛି ଆମେରିକା ସେହି ଦେଶଗୁଡ଼ିକର କାର ଉପରେ ସେତିକି କିମ୍ବା ତାଠାରୁ ଅଧିକ ଶୁଳ୍କ ଲଗାଇବ। ଏକ ରିପୋର୍ଟରୁ ଜଣାଯାଇଛି ୟୁରୋପୀୟ ସଂଘ କାନାଡ଼ାରୁ ଆମଦାନି କରୁଥିବା ଚିଙ୍ଗୁଡ଼ି ଉପରେ ଆଦୌ ଶୁଳ୍କ ଲଗାଉ ନଥିବାବେଳେ ଆମେରିକାର ଚିଙ୍ଗୁଡ଼ି ଉପରେ ୮ ପ୍ରତିଶତ ଶୁଳ୍କ ଲାଗୁ କରୁଛି। ଆମେରିକାର ଚିଙ୍ଗୁଡ଼ି ଚାଷୀମା‌ନେ ଏହି ଅଭିଯୋଗ ଆଣିବା ପରେ ଟ୍ରମ୍ପ ୟୁରୋପୀୟ ସଂଘକୁ ଟାର୍ଗେଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe