ଭାରତକୁ ପୁଣି ଧମକାଇଲେ ଟ୍ରମ୍ପ: ଏପ୍ରିଲ୍‌ ୨ରୁ ଲଗାଇବେ ପାଲଟା ଟିକସ

Advertisment

ଭାରତ ଅଧିକ ଟିକସ ଲଗାଉଛି। ଯେଉଁ ଦେଶ ଅଧିକ ଟିକସ ଲଗାଇଛନ୍ତି, ସେମାନଙ୍କ ଉପରେ ଏପ୍ରିଲ୍ ୨ରୁ ପାଲଟା ଟିକସ ଲଗାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋହରାଇଛନ୍ତି।

ଭାରତ ଅଧିକ ଟିକସ ଲଗାଉଛି। ଯେଉଁ ଦେଶ ଅଧିକ ଟିକସ ଲଗାଇଛନ୍ତି, ସେମାନଙ୍କ ଉପରେ ଏପ୍ରିଲ୍ ୨ରୁ ପାଲଟା ଟିକସ ଲଗାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋହରାଇଛନ୍ତି।

donald-trump

donald-trump

ନୂଆଦିଲ୍ଲୀ: ଭାରତ ଅଧିକ ଟିକସ ଲଗାଉଛି। ଯେଉଁ ଦେଶ ଅଧିକ ଟିକସ ଲଗାଇଛନ୍ତି, ସେମାନଙ୍କ ଉପରେ ଏପ୍ରିଲ୍ ୨ରୁ ପାଲଟା ଟିକସ ଲଗାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋହରାଇଛନ୍ତି। ଏହା କହିବା ବେଳେ ସେ ଚୀନ୍ ଓ କାନାଡା ନାମ ମଧ୍ୟ ନେଇଛନ୍ତି। କାନାଡାକୁ ଏକ ଉଚ୍ଚ ଟିକସ ଲଗାଉଥିବା ଦେଶ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ କାଠ ଉପରେ ତାହା ୨୫୦ ପ୍ରତିଶତ ଟିକସ ଲଗାଇଛି। ଆମେ ସେମାନଙ୍କ କାଠ ଚାହୁନାହୁଁ। ଆମ ପାଖରେ ବହୁତ କାଠ ଅଛି ବୋଲି ସେ କହିଛନ୍ତି। ଅଳ୍ପ ଦିନ ଭିତରେ ଦ୍ବିତୀୟ ଥର ପାଇଁ ଭାରତର ଚଢ଼ା ଟିକସକୁ ଟ୍ରମ୍ପ ସମାଲୋଚନା କରିଛନ୍ତି। 

ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଥିଲେ ଯେ ଭାରତ ବହୁତ ଟିକସ ଲଗାଉଛି। ମୁଁ ସେମାନଙ୍କୁ ନିନ୍ଦା କରୁନାହିଁ। କିନ୍ତୁ ବ୍ୟବସାୟ କରିବାର ତାହା ହେଉଛି ଏକ ଭିନ୍ନ ବାଟ। ଭାରତରେ ବାଣିଜ୍ୟ ପ୍ରତିବଦ୍ଧକ ଓ ଚଢ଼ା ଟିକସ ଥିବାରୁ ସେଠାରେ ସାମଗ୍ରୀ ବିକ୍ରି କରିବା ଅତ୍ୟନ୍ତ କଷ୍ଟକର ବୋଲି ସେ କହିଥିଲେ। ଟ୍ରମ୍ପ ଏକଥା ମଧ୍ୟ ମନେ ପକାଇ ଦେଇଥିଲେ ଯେ ଭାରତ ସହିତ ଆମେରିକାର ବାଣିଜ୍ୟ ନିଅଣ୍ଟ ୧୦ହଜାର କୋଟି ଡଲାର ରହିଛି। ଅନେକ ଦିନରୁ ରହିଥିବା ସେହି ଭେଦଭାବ ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଁ ସହମତ ହୋଇଛୁ ବୋଲି ସେ କହିଥିଲେ।କିଛିଦିନ ପୂର୍ବେ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି ଟ୍ରମ୍ପ କହିଥିଲେ ଯେ ୟୁରୋପୀୟ ସଂଘ, ଚୀନ୍, ବ୍ରାଜିଲ, ଭାରତ, ମେକ୍ସିକୋ ଓ କାନାଡା ଏବଂ ଆହୁରି ଅନେକ ଦେଶ ଆମ ଉପରେ ଅଧିକ ଟିକସ ଲଗାଇଛନ୍ତି। ତାହା ଉଚିତ ନୁହେଁ। ଭାରତ ଆମ ଗାଡ଼ି ଉପରେ ୧୦୦ ପ୍ରତିଶତ ଟିକସ ଲଗାଇଥିବା ସେ କହିଥିଲେ।ଗତକାଲି ଟ୍ରମ୍ପ ଟିକସ ସମ୍ପର୍କରେ ନେଇଥିବା ଏକ ବଡ଼ ନିଷ୍ପତ୍ତିରୁ ପଛଘୁଞ୍ଚା ଦେଇଥିଲେ। କାନାଡା ଓ ମେକ୍ସିକୋ ଉପରେ ଲଗାଇଥିବା ୨୫ ପ୍ରତିଶତ ଟିକସକୁ ଏପ୍ରିଲ୍ ୨ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। କିନ୍ତୁ ଏପ୍ରିଲ୍‌ ୨ରୁ ଯେଉଁ ପାଲଟା ଟିକସ ଲାଗିବ ତାହା ଆମେରିକା ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe