ଟ୍ରମ୍ପ୍‌ଙ୍କ ଧମକ, ଇରାନ ସହ ବେପାର କଲେ ଭୋଗିବ

Advertisment
ରୁଷ୍‌ ସହ ଏସ୍‌-୪୦୦ ଚୁକ୍ତି ଯୋଗୁଁ ଆମେରିକାର କଟକଣା; ଟ୍ରମ୍ପ୍‌ କହିଲେ: ଖୁବ୍‌ ଶୀଘ୍ର ଭାରତ ଜାଣିପାରିବ

ନୂଆଦିଲ୍ଲୀ: ଇରାନ ଉପରେ ନଭେମ୍ବର ୪ରୁ ବାଣିଜ୍ୟ ପ୍ରତିବନ୍ଧକ ଲଗାଇବାକୁ ଯାଉଥିବା ଆମେରିକାର ରାଷ୍ଟ୍ରପତିି ଡୋନାଲ୍ଡ ଟ୍ରମ୍ପ୍ ଆଜି ପୁଣି ଥରେ ଗର୍ଜିଛନ୍ତି। ସାରା ଦୁନିଆ ପ୍ରତି ଚେତାବନୀ ଦେଇ କହିଛନ୍ତି ଯେ, ଯିଏ ଇରାନ ସହିତ କାରବାର କରିବ ଆମେ ତାକୁ ଦେଖିନେବୁ। ଇରାନଠାରୁ ଭାରତ ଓ ଚୀନ୍ ତେଲ କିଣିବାକୁ ନେଇ ଟ୍ରମ୍ପ୍୍‌କୁ ଏକ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ ଯେ, ‘ୱାସିଂଟନ୍ ସେମାନଙ୍କୁ ଦେଖିନେବ।’ ଯେଉଁ ଦେଶଗୁଡ଼ିକ ଆମେରିକାର ଚେତାବନୀକୁ ଅଣଦେଖା କରି ଇରାନ ସହିତ କାରବାର ଜାରି ରଖିବାକୁ ଭାବିଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଟ୍ରମ୍ପ୍ ଏହି କଥା କହିଛନ୍ତି। ଯେହେତୁ ଇରାନ ଠାରୁ ତେଲ କିଣିବା ଜାରି ରଖିବା ପାଇଁ ଭାରତ ବିଚାର କରୁଛି, ସେଦୃଷ୍ଟିରୁ ଟ୍ରମ୍ପଙ୍କ ଏହି ଚେତାବନୀ ଭାରତ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। ଭାରତର ଦୁଇଟି ସରକାରୀ କଂପାନି ନଭେମ୍ବରରେ ଇରାନରୁ ତେଲ କିଣିବାକୁ ବରାଦ ଦେଇଛନ୍ତି। ଆମେରିକା ଚାହୁଛି ନଭେମ୍ବର ୪ ସୁଦ୍ଧା ସବୁ ଦେଶ ଇରାନ ଠାରୁ ତେଲ କିଣିବା ବନ୍ଦ କରନ୍ତୁ। ଚଳିତ ବର୍ଷ ମେ’ ମାସରେ ଇରାନ ସହିତ ହୋଇଥିବା‌ ପରମାଣୁ ଚୁକ୍ତିରେ ଆମେରିକା ଓହରିଯାଇଥିଲା ଓ ନଭେମ୍ବର ୪ରୁ ଏହା ଉପରେ ବାଣିଜ୍ୟ କଟକଣା ଲଗାଯିବ ବୋଲି ଘୋଷଣା କରିଥିଲା। ୨୦୧୫ରେ ଇରାନ ଓ ଆମେରିକା ଭିତରେ ହୋଇଥିବା ପରମାଣୁ ଚୁକ୍ତିରୁ ଆମେରିକା ଓହରିଯିବା ପରେ ସବୁ ସମସ୍ୟା ସୃଷ୍ଟି ହୋଇଛି।

ଭାରତ ଏହାର ମୋଟ ତେଲ ଆବଶ୍ୟକତାର ତୃତୀୟ ସର୍ବାଧିକ ତେଲ ଇରାନରୁ କିଣୁଛି। ଏହି ଆବଶ୍ୟକତାକୁ ଅନ୍ୟ କେଉଁ ଦେଶ ଜରିଆରେ ପୂରଣ କରାଯିବ ତାହାର ସମାଧାନ ବାଟ ବାହାରି ପାରିନାହିଁ। ତେବେ ନଭେମ୍ବର ମାସ ପାଇଁ ଭାରତକୁ ଅଧିକ ତେଲ ବିକିବାକୁ ସାଉଦି ଆରବ ପ୍ରସ୍ତୁତ ହୋଇଯାଇଥିବା ଜଣାପଡ଼ିଛି। କିଛି ଦିନ ତଳେ ଅର୍ଥମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଇରାନରୁ ଆମର କିଛି କଂପାନି ନଭେମ୍ବରରେ ତେଲ ଆମଦାନି କରିବେ। ଦେଶର ତେଲ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମକୁ ଏଭଳି କରିବାକୁ ପଡ଼ିବ। ତେବେ ଆଗାମୀ ଦିନରେ ଭାରତର ଆଭିମୁଖ୍ୟ ଇରାନ ତେଲକୁ ନେଇ କ’ଣ ରହିବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଆମେରିକା ଭଳି ଏକ ଶକ୍ତିଶାଳୀ ରାଷ୍ଟ୍ରକୁ ଅସନ୍ତୁଷ୍ଟ କରି ଇରାନ ସହ ବ୍ୟବସାୟ ଜାରି ରଖିବାକୁ ଭାରତ କେବେ ବି ଚାହିବ ଚାହିଁ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe