ତୁରନ୍ତ ନୂଆ କଟକଣା ଘୋଷଣା କରିବେନି ଟ୍ରମ୍ପ: ଭାରତକୁ ମିଳିବ କି ଆଶ୍ବସ୍ତି?

ଋଷ ଏବଂ ଏହାଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ତୁରନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୌଣସି ନୂଆ କଟକଣା ଘୋଷଣା କରିବେ ନାହିଁ। ତେବେ ଦୁଇ ତିନି ସପ୍ତାହ ପରେ ସେ ଏ ନେଇ ପୁନର୍ବିଚାର କରିପାରନ୍ତି। ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ଏହା କହିଛନ୍ତି।

trumpxxxfff

ୱାସିଂଟନ: ଋଷ ଏବଂ ଏହାଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ତୁରନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୌଣସି ନୂଆ କଟକଣା ଘୋଷଣା କରିବେ ନାହିଁ। ତେବେ ଦୁଇ ତିନି ସପ୍ତାହ ପରେ ସେ ଏ ନେଇ ପୁନର୍ବିଚାର କରିପାରନ୍ତି। ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ଏହା କହିଛନ୍ତି। ଆଲାସ୍କାରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ହୋଇଥିବା ତାଙ୍କର ଆଲୋଚନା ଭଲ ରହିଛି ବୋଲି ସେ କହିଛନ୍ତି। ଏହାକୁ ସେ ୧୦ରୁ ୧୦ ନମ୍ବର ଦେବେ ବୋଲି ମତବ୍ୟକ୍ତ କରିଛନ୍ତି। 

କିଛିଦିନ ପୂର୍ବରୁ ରୁଷ୍‌ଠାରୁ ତେଲ କିଣୁଥିବା ରାଷ୍ଟ୍ର ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଟ୍ରମ୍ପ ଲଗାଇଛନ୍ତି। ଏହାଫଳରେ ପାଲଟା ଶୁଳ୍କ ସହିତ ଭାରତ ଉପରେ ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ରୁଷ୍‌ ଏବଂ ‌ଏହାର ଗ୍ରାହକଙ୍କ ଉପରେ ତୁରନ୍ତ କୌଣସି ପଦକ୍ଷେପ ନିଆଯିବ ‌ନାହିଁ ବୋଲି ଟ୍ରମ୍ପ କହିବା ଦ୍ବାରା ଭାରତକୁ କିଛିଟା ଆଶ୍ବସ୍ତି ମିଳିବ କି ବୋଲି କଳ୍ପନାଜଳ୍ପନା ଦେଖାଦେଇଛି। ମୁଁ ଯଦି ନୂଆ କଟକଣା ଏବେ ଲଗାଇବି ତାହା ସେମାନଙ୍କ ପାଇଁ ବିପର୍ଯ୍ୟୟ ଆଣିବ ବୋଲି ଟ୍ରମ୍ପ କହିଛନ୍ତି। କିନ୍ତୁ ଏ ନେଇ ସେ ଅଧିକ ବିସ୍ତୃତ ସୂଚନା କିଛି ଦେଇନାହାନ୍ତି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ରୁଷ୍‌ଠାରୁ ଅଧିକ ତେଲ ଚୀନ ଏବଂ ଭାରତ କ୍ରୟ କରୁଛନ୍ତି। ଆଲାସ୍କା ବୈଠକର କିଛି ଘଣ୍ଟା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ଭାରତ ଉପରେ ବଡ଼ଧରଣର ଶୁଳ୍କ ଲଗାଯିବା ପରେ ଟ୍ରମ୍ପଙ୍କ ସହିତ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଥା ହେବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତ ସ୍ପଷ୍ଟ କରିଛି ଯେ ଟ୍ରମ୍ପଙ୍କ ଧମକ ପରେ ରୁଷ୍‌ର ତେଲ ଆମଦାନି ବନ୍ଦ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe