ସେୟାର ବଜାରକୁ ଟ୍ରମ୍ପଙ୍କ ଶୁଳ୍କ ଡର: ନିବେଶକ ହରାଇଲେ ୭.୫ ଲକ୍ଷ କୋଟି

Advertisment

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ରିପବ୍ଲିକାନ ଦଳ ନେତା ଡୋନାଲ୍ଡ ଟ୍ରମ୍ପ ଗତକାଲି ଶପଥ ନେବା ପରେ ଆଜି ପଡ଼ୋଶୀ କାନାଡା ଓ ମେକ୍ସିକୋରୁ ଆମେରିକାକୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ଘୋଷଣା କରିଛନ୍ତି।

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ରିପବ୍ଲିକାନ ଦଳ ନେତା ଡୋନାଲ୍ଡ ଟ୍ରମ୍ପ ଗତକାଲି ଶପଥ ନେବା ପରେ ଆଜି ପଡ଼ୋଶୀ କାନାଡା ଓ ମେକ୍ସିକୋରୁ ଆମେରିକାକୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ଘୋଷଣା କରିଛନ୍ତି।

ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

ମୁମ୍ବାଇ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ରିପବ୍ଲିକାନ ଦଳ ନେତା ଡୋନାଲ୍ଡ ଟ୍ରମ୍ପ ଗତକାଲି ଶପଥ ନେବା ପରେ ଆଜି ପଡ଼ୋଶୀ କାନାଡା ଓ ମେକ୍ସିକୋରୁ ଆମେରିକାକୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ଘୋଷଣା କରିଛନ୍ତି। ଆସନ୍ତା ମାସ ପହିଲାରୁ ଏହା ଲାଗୁ ହେବ। ଆମେରିକାକୁ ଏହି ଦୁଇ ଦେଶ ‌ଦେଇ ବହୁସଂଖ୍ୟକ ଲୋକ ବେଆଇନ ଭାବେ ପ୍ରବେଶ କରୁଥିବାରୁ ଟ୍ରମ୍ପ ଏଭଳି ପଦକ୍ଷେପ ନେଇଛନ୍ତି। ଏଥିସହିତ ଚୀନରୁ ଆସୁଥିବା ସାମଗ୍ରୀ ଉପରେ ମଧ୍ୟ ୧୦ ପ୍ରତିଶତ ଶୁଳ୍କ ଲାଗୁ ହେବ ବୋଲି ଟ୍ରମ୍ପ ପୂର୍ବରୁ ଘୋଷଣା କରିଛନ୍ତି। ଏଥିସହିତ ବ୍ରିକ୍ସ ଦେଶଗୁଡ଼ିକ ଉପରେ ମଧ୍ୟ ଶୁଳ୍କ ଲାଗୁ କରିବା ନେଇ ସ‌ଂକେତ ଦେଇଛନ୍ତି। ଏହାଫଳରେ ଆଗାମୀ ଦିନରେ ବିଶ୍ବରେ ଆମେରିକା ସହିତ ଅନ୍ୟାନ୍ୟ ‌ରାଷ୍ଟ୍ରଗୁଡ଼ିକର ଶୁଳ୍କ ଲଢ଼େଇ ହେବା ନେଇ ଆଶଙ୍କା ଦେଖାଦେଇଛି। ଏଭଳି ପଦକ୍ଷେପ ଓ ଅନ୍ୟାନ୍ୟ କାରଣ ପାଇଁ ଭାରତୀୟ ଷ୍ଟକ୍‌ ମାର୍କେଟ୍‌ରେ ଆଜି ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି।

୧୨୩୫ ପଏଣ୍ଟ୍‌ ଖସିଲା ସେନ୍‌ସେକ୍ସ

ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ ସେନ୍‌ସେକ୍ସ ୧୨୩୫.୦୮ ପଏଣ୍ଟ (୧.୬୦ ପ୍ରତିଶତ) ହ୍ରାସ ପାଇ ୭୫,୮୩୮.୩୬ ପଏଣ୍ଟରେ ବନ୍ଦ ହୋଇଛି, ଯାହାକି ଗତ ପ୍ରାୟ ୭ ମାସ ମଧ୍ୟରେ ସର୍ବନିମ୍ନ। ସେନ୍‌ସେକ୍ସ ହ୍ରାସ ପାଇବା ଫଳରେ ନିବେଶକମାନଙ୍କର ପାଖାପାଖି ସାଢ଼େ ୭ ଲକ୍ଷ କୋଟି ଧୋଇଯାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ଆଜି ୭ ଲକ୍ଷ ୫୨ ହଜାର ୫୨୦ କୋଟି ୩୪ ଲକ୍ଷ କମିଯାଇ ୪୨୪ ଲକ୍ଷ ୭ ହଜାର ୨୦୫ କୋଟି ୮୧ ଲକ୍ଷ ଟଙ୍କା ବା ୪.୯୦ ବିଲିଅନ ଡଲାର ରହିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ  ୨୭୮୮ଟି ଷ୍ଟକ୍‌ ନିମ୍ନମୁଖୀ ହୋଇଥିବାବେଳେ ୧୧୮୭ଟି ଉପରକୁ ଉଠିଛି ଏବଂ ୧୧୩ଟି କମ୍ପାନିର ସେୟାର ମୂଲ୍ୟ ଅପରିବର୍ତ୍ତିତ ରହିଛି। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୩୨୦.୧୦ ପଏଣ୍ଟ (୧.୩୭ ପ୍ରତିଶତ) ହ୍ରାସ ପାଇ ୨୩,୦୨୪.୬୫ ପଏଣ୍ଟରେ ବନ୍ଦ ହୋଇଛି। ନିଫ୍‌ଟିର ଏହି ସ୍ତର ୨୦୨୪ ଜୁନ ୬ ପରଠାରୁ କେବେ ଦେଖାଯାଇ ନଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ବ୍ରେଣ୍ଟ୍‌ କ୍ରୁଡ୍‌) ଆଜି ୦.୭୬ ପ୍ରତିଶତ ହ୍ରାସ ଘଟି ବ୍ୟାରେଲ୍‌ ପିଛା ୭୯.୫୪ ଡଲାର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe