Advertisment

ଟ୍ରମ୍ପଙ୍କ ସ୍ବର ନରମିଲା: ଦ୍ବିପାକ୍ଷିକ ଆଲୋଚନା ଚାଲିଛି

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଢ଼ା ଶୁଳ୍କ ଲଗାଇ ଭାରତକୁ ଦବାଇବା ପ୍ରୟାସରେ ବିଫଳ ହେବା ପରେ ନିଜ ସ୍ବର ନରମ କରିଛନ୍ତି। ଜିଦ୍‌ରେ ଅଟଳ ଥିବା ଭାରତକୁ ମନାଇବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଢ଼ା ଶୁଳ୍କ ଲଗାଇ ଭାରତକୁ ଦବାଇବା ପ୍ରୟାସରେ ବିଫଳ ହେବା ପରେ ନିଜ ସ୍ବର ନରମ କରିଛନ୍ତି। ଜିଦ୍‌ରେ ଅଟଳ ଥିବା ଭାରତକୁ ମନାଇବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

modi trump

Photograph: (Telegraph India)

ୱାସିଂଟନ/ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଢ଼ା ଶୁଳ୍କ ଲଗାଇ ଭାରତକୁ ଦବାଇବା ପ୍ରୟାସରେ ବିଫଳ ହେବା ପରେ ନିଜ ସ୍ବର ନରମ କରିଛନ୍ତି। ଜିଦ୍‌ରେ ଅଟଳ ଥିବା ଭାରତକୁ ମନାଇବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଟ୍ରମ୍ପ ସୋସିଆଲ୍ ମିଡିଆ ମାଧ୍ୟମରେ ଜଣାଇଛନ୍ତି ଯେ ଦୁଇ ଦେଶ ଭିତରେ ଥିବା ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ଲାଗି ଭାରତ ଓ ଆମେରିକା ଆଲୋଚନା ଜାରି ରଖିଥିବା ଜଣାଇ ମୋତେ ଖୁସି ଲାଗୁଛି। ଆଗାମୀ ସପ୍ତାହରେ ମୁଁ ମୋ ପ୍ରିୟ ମିତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାକୁ ବେଶ୍ ଉତ୍ସାହିତ। ଦୁଇ ସଫଳ ଦେଶ ଏକ ନିର୍ଣ୍ଣାୟକ ନିଷ୍ପତ୍ତିରେ ପହଞ୍ଚିବାରେ କୌଣସି ସମସ୍ୟା ହେବ ନାହିଁ ବୋଲି ମୋର ବିଶ୍ବାସ ରହିଥିବା ଟ୍ରମ୍ପ କହିଛନ୍ତି। ରୁଷ୍‌ଠାରୁ ତେଲ କିଣୁଥିବାରୁ ଯେଉଁ ଭାରତକୁ କିଛି ଦିନ ତଳେ ସେ ‘ମୃତ ଅର୍ଥନୀତି’ କହି ତାଚ୍ଛଲ୍ୟ କରିଥିଲେ, ଏବେ ସେହି ଦେଶକୁ ସଫଳ ବୋଲି ଟ୍ରମ୍ପ କହିଛନ୍ତି। 

ମୋଦୀ ମୋର ଭଲ ମିତ୍ର: ଟ୍ରମ୍ପ
ଆମେରିକା-ଭାରତ ଘନିଷ୍ଠ ବନ୍ଧୁ: ମୋଦୀ
ଦ୍ବିପାକ୍ଷିକ ଆଲୋଚନା ଚାଲିଛି

ଟ୍ରମ୍ପ ପ୍ରଶଂସା କରି ପରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଲେଖିଥିଲେ ଯେ ଭାରତ ଓ ଆମେରିକା ହେଉଛନ୍ତି ଭଲ ବନ୍ଧୁ ଓ ସହଯୋଗୀ ହେବା ସ୍ବାଭାବିକ। ମୋର ପୂର୍ଣ୍ଣ ବିଶ୍ବାସ ରହିଛି ଯେ ଆମ ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଯୋଗିତାକୁ ଅସୀମିତ ସମ୍ଭାବନା ଖୋଲିବାର ରାସ୍ତାକୁ ପ୍ରଶସ୍ତ କରିବ। ଏହି ଆଲୋଚନାକୁ ଯଥାଶୀଘ୍ର ‌ଚୂଡ଼ାନ୍ତ କରିବାକୁ ଆମ ଟିମ୍‌ ପରିଶ୍ରମ କରୁଛି। ମୁଁ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ଚାହିରହିଛି। ଆମେ ମିଳିତ ଭାବେ ଉଭୟ ଦେଶର ଲୋକଙ୍କ ପାଇଁ ଏକ ଅଧିକ ଉଜ୍ଜ୍ବଳ ଓ ସମୃଦ୍ଧ ଭବିଷ୍ୟତ ଗଢ଼ିପାରିବା ବୋଲି ମୋଦୀ କହିଛନ୍ତି। ନିୟମିତ ବ୍ୟବଧାନରେ ମତ ବଦଳାଉଥିବା ଟ୍ରମ୍ପଙ୍କ ଏହା କେଉଁ ଚାଲ୍ ତାହା ଜଣାପଡ଼ିନାହିଁ। କିନ୍ତୁ ସେ ବୁଝିଯାଇଛନ୍ତି ଯେ ଭାରତକୁ ଧମକାଇ ସ୍ବାର୍ଥ ହାସଲ କରିହେବ ନାହିଁ। ସେଥିପାଇଁ ୫୦% ଶୁଳ୍କ ଲଗାଇବା ସହ କିଛି ଦିନ ଚୁପ୍ ରହିବ‌ା ପରେ ଟ୍ରମ୍ପ ପୁଣି ଥରେ ଭାରତ ସହ ସହଯୋଗିତା ବଢ଼ାଇବାକୁ ଉଦ୍ୟମ କରିଛନ୍ତି। ଗୋଟିଏ ପଟେ ସେ ମୋଦୀଙ୍କୁ ପ୍ରଶଂସା କରୁଥିବା ବେ‌ଳେ ଅନ୍ୟ ପଟେ ରୁଷ୍‌ରୁ ତେଲ କିଣୁଥିବା ଭାରତ ଓ ଚୀନ୍ ଉପରେ ୧୦୦% ଶୁଳ୍କ ଲଗାଇବାକୁ ୟୁରୋପୀୟ ସଂଘ (ଇୟୁ)କୁ ଉସୁକାଉଛନ୍ତି। 

ଟ୍ରମ୍ପ ଓ ମୋଦୀଙ୍କ ସୋସିଆଲ ମିଡିଆ ବାର୍ତ୍ତାଳାପ ଦୁଇ ଦେଶ ଭିତରେ ତିକ୍ତ ହୋଇଥିବା ସମ୍ପର୍କରେ ସୁଧାର ହେବାର ଥିବା ସମ୍ଭାବନାକୁ ଦର୍ଶାଉଛି। ଆଗାମୀ ଦିନରେ ଚଢ଼ା ଶୁଳ୍କ କମ୍ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଦୁଇ ଦେଶ ଭିତରେ ବାଣିଜ୍ୟ ରାଜିନାମା ନେଇ ଆଲୋଚନା ଜାରି ରହିଛି। ଏହା ବ୍ୟତୀତ ୟୁରୋପୀୟ ସଂଘ ଓ ନ୍ୟୁଜିଲ୍ୟାଣ୍ଡ ସହ ବାଣିଜ୍ୟ ଆଲୋଚନା ନେଇ କଥାବାର୍ତ୍ତା ଚାଲିଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe