ସଚ୍ଚୋଟ ଟିକସଦାତା ପାଇବେ ଅନେକ ସମ୍ମାନ

Advertisment
ସଚ୍ଚୋଟ ଟିକସଦାତା ପାଇବେ ଅନେକ ସମ୍ମାନ

ନୂଆଦିଲ୍ଲୀ,: ସଚ୍ଚୋଟ ଟିକସଦାତାଙ୍କୁ ଅନେକ ପ୍ରକାର ସୁବିଧା ପ୍ରଦାନ କରିବେ ସରକାର। ସେମାନଙ୍କୁ ରାଜ୍ୟପାଳଙ୍କ ସହ ଚା’ ପାନ କରିବାର ସୁଯୋଗ ମିଳିବ। ବିମାନ ବନ୍ଦରରେ ଅଗ୍ରାଧିକାର ଚେକ୍‌-ଇନ୍, ପାସ୍‌ପୋର୍ଟରେ ଅଗ୍ରାଧିକାର, ଉତ୍ସର୍ଗୀକୃତ ଟୋଲ୍‌ ଲେନ୍‌ରେ ଯାତାୟାତ କରିବା ସୁଯୋଗ ଓ ବିମାନ ବନ୍ଦର ଲାଉଞ୍ଜ୍‌ରେ ପ୍ରବେଶ କରିବା ଅନୁମତି ସେମାନଙ୍କୁ ପ୍ରଦାନ କରାଯିବ।
ଦେଶରେ ଟିକସ ନିୟମ ପାଳନ କରିବା ପାଇଁ ଏକ ଉତ୍ତମ ସଂସ୍କୃତି ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ସଚ୍ଚୋଟ ଟିକସଦାତାଙ୍କୁ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରିବା ଉପରେ ବିଚାର କରୁଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଏ ନେଇ ଏକ ସ୍କିମ୍ ପ୍ରସ୍ତୁତ କରାଯାଉଛି। ବିଶ୍ବର ବିଭିନ୍ନ ଦେଶରେ ଟିକସଦାତାଙ୍କୁ ପୁରସ୍କୃତ କରିବାର ଅନେକ ବ୍ୟବସ୍ଥା ରହିଛି। ସେଗୁଡ଼ିକୁ ପ୍ରଥମେ ଅନୁଧ୍ୟାନ କରାଯିବ। ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକୁ ବିଚାରକୁ ନିଆଯିବ। କେବଳ ଅଧିକ ଟିକସ ଦେଉଥିବା ବ୍ୟକ୍ତି ନୁହେଁ, ନିୟମିତ ଟିକସ ଦାଖଲ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁରସ୍କୃତ କରାଯିବ।

ଏସବୁ ସୁବିଧା ମିଳିବ
ରାଜ୍ୟପାଳଙ୍କ ସହ ଚା’ ପିଇବା ସୁଯୋଗ
ବିମାନବନ୍ଦରରେ ଅଗ୍ରାଧିକାର ଚେକ୍‌-ଇନ୍
ପାସ୍‌ପୋର୍ଟରେ ଅଗ୍ରାଧିକାର
ବିମାନବନ୍ଦର ଲାଉଞ୍ଜ୍‌ରେ ପ୍ରବେଶ ଅନୁମତି
ଉତ୍ସର୍ଗୀକୃତ ଟୋଲ୍ ଲେନ୍‌ରେ ଯାତାୟାତ ସୁବିଧା
କେଉଁ ଦେଶରେ କିଭଳି ସମ୍ମାନ
ଜାପାନ: ଉଦାହରଣ ସୃଷ୍ଟିକାରୀ ଟିକସଦାତାଙ୍କୁ ରାଜାଙ୍କ ସହ ଫଟୋ ଉଠାଇବାର ସୁଯୋଗ ମିଳୁଛି
ଫିଲିପାଇନ୍ସ: ଭାଟ୍‌ ନିୟମ ପାଳନ ଲଟେରିରେ ରହିବ ନାମ
ଦକ୍ଷିଣ କୋରିଆ: ସଚ୍ଚୋଟ ଟିକସଦାତାଙ୍କୁ ମିଳୁଛି ସାର୍ଟିଫିକେଟ୍‌, ବିମାନ ବନ୍ଦର ଭିଆଇପି କୋଠରିରେ ପ୍ରବେଶ ଅନୁମତି, ମାଗଣା ପାର୍କିଂ ସୁବିଧା
ପାକିସ୍ତାନ: ୧୦୦ ଶ୍ରେଷ୍ଠ ଟିକସଦାତାଙ୍କୁ ପୁରସ୍କୃତ କରାଯାଉଛି। ବିମାନବନ୍ଦରରେ ସ୍ବତନ୍ତ୍ର ସୁବିଧା, ମାଗଣା ପାସ୍‌ପୋର୍ଟ ଆଦି ମିଳୁଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe