ଚେନ୍ନାଇ : ଭାରତୀୟ ଦୁଇଚକିଆ ଯାନ ନିର୍ମାତା କମ୍ପାନି ଟିଭିଏସ୍ ପକ୍ଷରୁ ଆଜି ଆପାଚି ୩୧୦ ନାମକ ଲଜକୁରୀ ବାଇକ୍ ଲଞ୍ଚ କରାଯିବା ସହ ସୁପର ପ୍ରିମିୟମ ବାଇକ୍ ବର୍ଗରେ ପ୍ରବେଶ କରିଛି । ଏହି ବର୍ଗରେ ପୂର୍ବରୁ ହିଁ ୟାମା, ହୋଣ୍ଡା, ସୁଜୁକୀ, ଡୁକାଟି, ହାର୍ଲେ ଡେଭିଡସନ, ଟ୍ରିୟମ୍ପ ଆଦି କମ୍ପାନିର ବାଇକ୍ ରହିଛି ।
ଟିଭିଏସ୍ ଆପାଚି ଆରଆର 310ରେ ରହିଛି 312 ସିସି, ସିଙ୍ଗଲ ସିଲିଣ୍ଡର, 4-ଷ୍ଟ୍ରୋକ୍, 4-ଭାଲ୍ଭ, ଲିକ୍ୱିଡ୍ କୁଲଡ୍ ଇିନ୍ ଯାହା 9700 ଆରପିଏମ୍ରେ 34 ପିଏସ୍ ଏବଂ 7700 ଆରପିଏମ୍ରେ 27.3 ଏନ୍ଏମ୍ ସୃଷ୍ଟି କରିପାରିବ। ଇଂଜିନ ସହିତ ରହିଛି 6 ସ୍ପିଡ୍ର ସୁପର ସ୍ଲି୍କ୍ ଗିୟର ବକ୍ସ ଯାହା ସୂକ୍ଷ୍ମ ଏବଂ ତୀକ୍ଷ୍ଣ ରେସ୍ ସିଫ୍ଟ ଅନୁଭୂତି ପ୍ରଦାନ କରୁଛି। ଏହି ମୋଟର ସାଇକଲ୍ର ସର୍ବାଧିକ ବେଗ ହେଉଛି 160 କେଏମ୍ପିଏଚ୍ ଏବଂ ତ୍ୱରଣ ହେଉଛି 2.9 ସେକେଣ୍ଡ ଭିତରେ 0-ରୁ-60 କେଏମ୍ପିଏଚ, ଅତ୍ୟାଧୁନିକ ଏରୋଡାଇନାମିକ୍ ପ୍ୟାକେଜ୍କୁ ଧନ୍ୟବାଦ ଯାହା ଏହି ବର୍ଗରେ ସର୍ବନିମ୍ନ କୋଏଫିସିଏଣ୍ଟ ଡ୍ରାଗ୍ ପ୍ରଦାନ କରୁଛି।
ଟିଭିଏସ୍ ଆପାଚି ଆରଆର 310ରେ ମିଶେଲିନ୍ ଷ୍ଟ୍ରିଟ୍ ସ୍ପୋର୍ଟସ୍ ଟାୟାର ବ୍ୟବହାର କରାଯାଇଛି। କୌଣସି 500 ସିସିରୁ କମ୍ ମୋଟରସାଇକଲ୍ରେ ଏହି ଟାୟାର ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଛି। ଉଭୟ ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍ (ଏବିଏସ୍) ଏବଂ ଇଲେକ୍ଟ୍ରୋନିକ୍ସ ଫୁଏଲ୍ ଇକ୍ସେନ (ଇଏଫ୍ଆଇ) ସାଧାରଣ ଭାବେ ଟିଭିଏସ୍ ଆପାଚି ଆରଆର 310ରେ ଉପଲବ୍ଧ ହେବ। ଏହି ମୋଟର ସାଇକଲ୍ ଦୁଇଟି ଆକର୍ଷଣୀୟ ରଙ୍ଗ-ରେସିଂ ରେଡ୍ ଏବଂ ସିନିଷ୍ଟର ବ୍ଲାକ୍ରେ ଉପଲବ୍ଧ ହେଉଛି। ଆପାଚି ଆରଆର 310 ଏକ୍ସ-ସୋରୁମରେ 2,05,000ଟଙ୍କାରେ ଉପଲବ୍ଧ ହେବ । ତେବେ ରାଜ୍ୟ ଅନୁଯାୟୀ ମୂଲ୍ୟରେ କିଛିଟା ଭିନ୍ନତା ରହିବ ।
Follow Us