ଖୁବ୍‌ଶୀଘ୍ର ବଜାରକୁ ଆସିବ ୨୦ଟଙ୍କିଆ କଏନ୍‌ ! ଜାଣନ୍ତୁ ଏଥିରେ କ’ଣ ରହିଛି ବିଶେଷତ୍ୱ

Advertisment
ଖୁବ୍‌ଶୀଘ୍ର ବଜାରକୁ ଆସିବ ୨୦ଟଙ୍କିଆ କଏନ୍‌ ! ଜାଣନ୍ତୁ ଏଥିରେ କ’ଣ ରହିଛି ବିଶେଷତ୍ୱ

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ଖୁବ ଶୀଘ୍ର ବଜାରକୁ ଆସିବ ୨୦ ଟଙ୍କିଆ କଏନ୍‌। ଏହି ମୁଦ୍ରାର ଡିଜାଇନ୍‌ ଅନ୍ୟ ମୁଦ୍ରା ତୁଳନାରେ ବିଲକୁଲ ଭିନ୍ନ ତଥା ଆଧୁନିକ ତଥା ୨ଟି ଧାତୁର ମିଶ୍ରଣରେ ପ୍ରସ୍ତୁତ କରଯିବାର ଯୋଜନା ରହିଛି। ତେବେ ଏହି ମୁଦ୍ରାର ଡିଜାଇନ ଉପରେ କାମ ଆରମ୍ଭ ହୋଇସାରିଛି । କୁହାଯାଉଛି ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଏହି ମୁଦ୍ରା ବଜାର ପ୍ରବେଶ କରିବ। ତେବେ ଏହି ମୁଦ୍ରା ତିଆରି ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସାବ୍ୟସ୍ତ ହେବ । ଏବେ ଦେଶର ଅର୍ଥ ବ୍ୟବସ୍ଥାରେ ପାଖାପାଖି ୨୬ ହଜାର କୋଟି ଟଙ୍କାର ମୁଦ୍ରା ପ୍ରଚଳନ ହେଉଛି ।

publive-image ସାଙ୍କେତିକ ଫଟୋ

୧୦ ଟଙ୍କିଆ ନୂଆ ନୋଟଗୁଡ଼ିକ ସୀମିତ ରୂପରେ ଛପା ହୋଇଛି । ଆଉ ଏବେ ୨୦ଟଙ୍କିଆ ନୋଟ୍‌ ଛପା ବନ୍ଦ ଅଛି। ବଜାରରେ ପୁରୁଣା ୧୦ ଟଙ୍କିଆ ଓ ୨୦ ଟଙ୍କିଆ ନୋଟର ପ୍ରଚଳନ ଅଧିକ ଅଛି। ଅର୍ଥବ୍ୟବସ୍ଥାରେ ବର୍ତ୍ତମାନ ପାଖାପାଖି ୮୦ ହଜାର କୋଟି ମୂଲ୍ୟର ୫ରୁ ୨୦ ମୂଲ୍ୟର ୫୭ ଆରବ ନୋଟ ରହିଛି । ଆରବିଆଇ ବିଶ୍ୱସ୍ତ ସୂତ୍ର ଅନୁସାରେ ସାରା ଦେଶରେ ଏବେ ୫୦ ହଜାର କୋଟିରୁ ଅଧିକ ୧୦ ଓ ୨୦ଟଙ୍କିଆ ନୋଟର ବ୍ୟବହାର ହେଉଛି ।

୨୦ ଟଙ୍କିଆ ମୁଦ୍ରା ଆଣିବା ପାଇଁ ସରକାର ଏହାକୁ ଲିଗାଲ ଟେଣ୍ଡର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏବେ ପର୍ଯ୍ୟନ୍ତ ୨୦ ଟଙ୍କିଆ ମୁଦ୍ରା ବାଜରକୁ ଆସିନାହିଁ । ଟେଣ୍ଡର ପାଇଁ ଅନୁମତି ମିଳିବା ପରେ ୨୦ ଟଙ୍କିଆ ମୁଦ୍ରା ବଜାରରେ ଜାରି କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe