ଟୁଇଟର୍‌ରେ ଅକ୍ଷର ସୀମା ୧୪୦ରୁ ୨୮୦କୁ ବୃଦ୍ଧି ପାଇବ

Advertisment
ଟୁଇଟର୍‌ରେ ଅକ୍ଷର ସୀମା ୧୪୦ରୁ ୨୮୦କୁ ବୃଦ୍ଧି ପାଇବ

ସାନ ଫ୍ରାନ୍‌ସିସ୍କୋ: ମାଇକ୍ରୋ ବ୍ଲଗିଂ ନେଟ୍‌ଓ୍ଵର୍କ ଟୁଇଟର୍‌ରେ ଅକ୍ଷର ସୀମା ୨୮୦ କରିଦିଆଯିବ ବୋଲି କମ୍ପାନି ପକ୍ଷରୁ ପ୍ରକାଶ ପାଇଛି। ପୂର୍ବରୁ ଟୁଇଟର୍‌ରେ ୧୪୦ ଅକ୍ଷର ଭିତରେ ପୋଷ୍ଟ୍‍ ଦେଇ ହେଉଥିଲା। ଏବେ ସେଥିରେ ବୃଦ୍ଧି ଘଟାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମାତ୍ର ୧୪୦ ଅକ୍ଷର ସୀମା ଥିବାରୁ ବହୁ ବ୍ୟବହାରକାରୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ଲକ୍ଷ୍ୟ କରି ଟୁଇଟର୍‌ର ମୁଖ୍ୟ କାର୍ଯ୍ୟକାରୀ ଜ୍ୟାକି ଦୋର୍ସି ପ୍ରଥମଥର ପାଇଁ ଅକ୍ଷର ସୀମା ବଢ଼ାଇବାର ଯୋଜନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୩ ମସିହା ପରଠାରୁ ପ୍ରସିଦ୍ଧି ଲାଭ କରିଥିବା ଟୁଇଟର୍‌କୁ ମୁଖ୍ୟତଃ ନାମୀଦାମୀ ବ୍ୟକ୍ତିମାନେ ବେଶି ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି। ସିନେ ତାରିକାକୁ ନେଇ ଖେଳାଳି ଏବଂ ବିଭିନ୍ନ କ୍ଷେତ୍ରର ବଡ଼ ବଡ଼ ଷ୍ଟାର୍‌ମାନେ ଟୁଇଟର୍‌ରେ ନିଜର ଫ୍ୟାନ୍‌ ବଢ଼ାଇବା ସହ ଭଲ ଭଲ ଦିନମାନଙ୍କରେ ବାର୍ତ୍ତା ପ୍ରଦାନ କରିଥାନ୍ତି। ମାତ୍ର ଅଧିକାଂଶ ବ୍ୟବହାରକାରୀ ୧୪୦ ଅକ୍ଷର ସୀମାକୁ ନାପସନ୍ଦ କରି ନିଜେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହାକୁ ନେଇ ଅନେକ ଥର ଅଭିଯୋଗ କରିବା ପରେ ଏବେ କମ୍ପାନି ଏପରି ଏକ ନୂତନ ନିଷ୍ପତ୍ତି ନେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe