ବିଶ୍ବବ୍ୟାପୀ ‘ଡାଉନ୍‌’ ରହିବା ପରେ ପୁଣି ସକ୍ରିୟ ହେଲା ‘ଟୁଇଟର୍‌’

ବିଶ୍ବବ୍ୟାପୀ ‘ଡାଉନ୍‌’ ରହିବା ପରେ ପୁଣି ସକ୍ରିୟ ହେଲା ‘ଟୁଇଟର୍‌’

Image Courtesy of Zee News

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଭାରତ ସମେତ ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ‘ଡାଉନ୍‌’ ରହିବା ପରେ ଆଜି ମାଇକ୍ରୋବ୍ଲଗିଙ୍ଗ୍‌ ପ୍ଲାଟ୍‌ଫର୍ମ ‘ଟୁଇଟର୍‌’ ପୁଣି ସକ୍ରିୟ ହୋଇଛି।

‘ଆଉଟେଜ୍‌ ଟ୍ରାକିଙ୍ଗ୍‌ ୱେବ୍‌ସାଇଟ୍‌’ ‘ଡାଉନ୍‌ଡିଟେକ୍ଟର୍‌ ଡଟ୍‌ କଅମ୍‌’ ରିପୋର୍ଟ ଅନୁସାରେ, ଉଭୟ ମୋବାଇଲ୍‌ ଓ ଡେସ୍କ୍‌ଟପ୍‌ ବ୍ୟବହାରକାରୀମାନେ ସାଇଟ୍‌ ଆକ୍‌ସେସ୍‌ କରିପାରି ନ ଥିଲେ କିଂବା ନୋଟିଫିକେସନ୍‌ ମ୍ୟାନେଜ୍‌ କରିପାରି ନ ଥିଲେ। ଓଲଟି ସେମାନଙ୍କ ନିକଟକୁ ଗୁଡ଼ାଏ ‘ପପ୍‌-ଅପ୍‌ ମେସେଜ୍’ ଆସିଥିଲା। ଏହାଦ୍ବାରା ନୋଟିଫିକେସନ୍‌ ସମେତ ମୋବାଇଲ୍‌ ଆପ୍‌ ଓ ଅନ୍ୟାନ୍ୟ ଫିଚର୍‌ ମଧ୍ୟ ପ୍ରଭାବିତ ହୋଇଥିଲା।

‘ଟୁଇଟର୍‌’ ପ୍ରସାରଣ ବ୍ୟାଘାତ ଯୋଗୁଁ ଆମେରିକାରେ ୧୦,୦୦୦, ଜାପାନରେ ପ୍ରାୟ ୨,୫୦୦ ଏବଂ ଇଂଲଣ୍ଡ୍‌ର ୨,୫୦୦ ବ୍ୟବହାରକାରୀ ପ୍ରଭାବିତ ହୋଇଥିଲେ ବୋଲି ‘ଡାଉନ୍‌ଡିଟେକ୍ଟର୍‌’ରୁ ସୂଚନା ମିଳିଛି।

publive-image Image Courtesy of Business Standard

ଏହାର କାରଣ ସଂକ୍ରାନ୍ତରେ ‘ଟୁଇଟର’ ହଠାତ୍‌ କୌଣସି ଜବାବ ଦେଇ ନ ଥିଲା। କିନ୍ତୁ, ‘ଟୁଇଟର୍‌’ର ସମସ୍ତ ସିଷ୍ଟମ୍‌ କାର୍ଯ୍ୟକ୍ଷମ ଥିବା କଥା ‘‌ଷ୍ଟାଟସ୍‌ ପେଜ୍‌’ରୁ ଦର୍ଶାଉଥିଲା।

ଏହି ସମୟରେ ‘ଟୁଇଟର୍‌’ ବନ୍ଦ ହୋଇଗଲା କି, ବୋଲି ଜଣେ ବ୍ୟବହାରକାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ‘ଟୁଇଟର୍‌’ ‘ସିଇଓ’ ଏଲନ୍‌ ମସ୍କ୍‌ ଲେଖିଥିଲେ, ଏବେ ମଧ୍ୟ ସେ ‘ଟୁଇଟର୍‌’ ବ୍ୟବହାର କରିପାରୁଛନ୍ତି। ‘ଟୁଇଟର୍‌’ ପ‌ୋଷ୍ଟ୍‌ରେ ସେ ଲେଖିଥିଲେ: ମୋ ‘ଟୁଇଟର୍‌’ କାମ କରୁଛି।

ଉଲ୍ଲେଖଯୋଗ୍ୟ, ୪୪ ବିଲିୟନ୍‌ ଡଲାର୍‌ ବିନିମୟରେ ମସ୍କ୍‌ ‘ଟୁଇଟର୍‌’ ଖରିଦ କରିବାର ୨ ମାସ‌ ପରେ ଏଭଳି ସମସ୍ୟା ଦେଖାଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe