ଚଢ଼େଇ ସ୍ବାଧୀନ ହେଇଗଲା; କାହିଁକି ଏମିତି ଟ୍ବିଟ୍‌ କଲେ ଏଲନ ମସ୍କ?

Advertisment
ଚଢ଼େଇ ସ୍ବାଧୀନ ହେଇଗଲା; କାହିଁକି ଏମିତି ଟ୍ବିଟ୍‌ କଲେ ଏଲନ ମସ୍କ?

www.aajtak.in

ନୂଆଦିଲ୍ଳୀ: ଟ୍ବିଟର୍‌କୁ ପୂରାପୂରି ଭାବେ ଏଲନ ମସ୍କ କିଣିନେବା ପରେ ଏହି ମାଇକ୍ରୋବ୍ଲଗିଂ ସାଇଟ୍‌ରେ ଅନେକ ପରିବର୍ତ୍ତନ କରାଯିବ ବୋଲି ବ୍ୟବହାରକାରୀ ଆଶା ରଖିଛନ୍ତି। ଅନ୍ୟ ସବୁ କ’ଣ ବଦଳିବ ତାହା ତ ଆଗକୁ ଜଣାପଡ଼ିବ। ମାତ୍ର ଅନୁମାନ କରାଯାଉଛି ‌ଯେ ଟ୍ବିଟର୍‌ର ସେହି ନିଳ ଚଢ଼େଇକୁ ଆଉ ଦେଖିବାକୁ ମିଳିବନି। କାରଣ ଟ୍ବିଟର୍‌ ମାଲିକ ମସ୍କ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ଚଢ଼େଇ ସ୍ବାଧୀନ ହୋଇଗଲା’। ମସ୍କଙ୍କର ଏହି ଟ୍ବିଟ୍‌ ଏବେ ଟ୍ବିଟ୍‌ର୍‌ ରେ ଟ୍ରେଣ୍ଡ୍‌ କରିବାରେ ଲାଗିଛି। ଟ୍ବିଟର୍‌ରେ ଏବେ ହ୍ୟାସ୍‌ ଟ୍ୟାଗ୍‌ ରିମୁଭ୍‌ ଅଲ୍‌ ବ୍ଲୁ ଟିକ୍‌ ଟ୍ରେଣ୍ଡ୍‌ ହେଉଛି।

ବ୍ୟବହାରକାରୀମାନେ ଏହାକୁ ନେଇ ନିଜ ନିଜର ମତ ରଖୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଯାହାର ଫଲୋଅର୍ସ ୧୦୦ରୁ କମ୍‌ ତାଙ୍କୁ ବି ଏହି ନିଳ ଚଢ଼େଇ ମିଳିଯାଉଛି। ଯଦିଓ ସେ ଏହାର ଯୋଗ୍ୟ ନୁହଁନ୍ତି।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କେବଳ ଅସଲି ଆକାଉଣ୍ଟକୁ ନିଳ ଚଢ଼େଇ ମିଳିବା ଉଚିତ, ନକଲିକୁ ନୁହେଁ।

ଉଲ୍ଲେଖଯୋଗ୍ୟ, ନକଲି ଆକାଉଣ୍ଟ୍‌ ପ୍ରସଙ୍ଗକୁ ନେଇ ପରାଗଙ୍କ ସହ ମସ୍କଙ୍କ ମତଭେଦ ରହିଥିଲା। ଆଇଆଇଟି ବମ୍ବେ ଓ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଥିବା ପରାଗଙ୍କୁ ୨୦୨୧ ନଭେମ୍ବରରେ ଟ୍ବିଟରର ସିଇଓ ଭାବେ ନିଯୁକ୍ତ କରାଯାଇଛି। ନିଯୁକ୍ତି ନିୟମ ଅନୁସାରେ ପରିଚାଳନା କର୍ତ୍ତୃପକ୍ଷ ପରିବର୍ତ୍ତନ ହେବାର ୧୨ ମାସ ପୂର୍ବରୁ ପରାଗଙ୍କୁ ବିଦା କରାଯାଇଥିବାରୁ ସେ ୪୧୨ କୋଟି ଟଙ୍କା ପାଇବେ। ବିଦା କରାଯାଇଥିବା ସବୁ ଅଧିକାରୀଙ୍କୁ କଂପାନି ୮୧୨ କୋଟି ଟଙ୍କା ଦେବ। ଟ୍ବିଟରକୁ ମୁକ୍ତ ଓ ଅବାଧ ବାର୍ତାଳାପର ଏକ ମଞ୍ଚ ଭାବେ ପ୍ରସ୍ତୁତ କରିବାକୁ ପ୍ରତିବଦ୍ଧ ଥିବା ମସ୍କ ବ୍ୟବହାରକାରୀଙ୍କ ଉପରେ ଜୀବନବ୍ୟାପୀ କଟକଣା ଲଗାଇବା ନିୟମକୁ ପରିବର୍ତ୍ତନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe