ଟ୍ବିଟର୍‌-ସରକାର ମୁହାଁମୁହିଁ: ନୂଆ ନିୟମ ମାନିବାକୁ ଗୁଗୁଲ୍‌, ଫେସ୍‌ବୁକ୍ ରାଜି

Advertisment

ନିଉଜ୍ ପୋର୍ଟାଲ୍‌, ଓଟିଟିଙ୍କୁ ୧୫ ଦିନ ମହଲତ, କାହାର ବ୍ୟବହାରକାରୀ କେତେ

ନିଉଜ୍ ପୋର୍ଟାଲ୍‌, ଓଟିଟିଙ୍କୁ ୧୫ ଦିନ ମହଲତ, କାହାର ବ୍ୟବହାରକାରୀ କେତେ

୩ ବର୍ଷ ନିଷ୍କ୍ରିୟ ସୋସିଆଲ ମିଡିଆ ଆକାଉଣ୍ଟ୍‌ରୁ ତଥ୍ୟ ହଟିବ

Moneycontrol

ଆଦିଲ୍ଲୀ: ନୂଆ ସୂଚନା ପ୍ରଯୁକ୍ତି ନିୟମକୁ ନେଇ ଆଜି ଟ୍ବିଟର୍‌ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। କଂପାନି କାର୍ଯ୍ୟାଳୟକୁ ପୁଲିସ ପ୍ରବେଶ କରିବା ବିଷୟକୁ ଟ୍ବିଟର୍‌ ସହଜରେ ଗ୍ରହଣ କରିପାରିନାହିଁ। ଏଥିପାଇଁ ଭାରତ ସରକାରଙ୍କୁ କଂପାନି ଦାୟୀ କରିବା ପରେ ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ କଂପାନିକୁ କଡ଼ା ଜବାଜ ଦେଇଛି। ଟ୍ବିଟର୍‌ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା। ଏପଟସେପଟ ନହୋଇ ନୂଆ ଆଇଟି ନିୟମକୁ ପାଳନ କରିବାକୁ ଟ୍ବିଟର୍‌କୁ ସରକାର ରୋକଠୋକ୍ ଭାବେ କହିଛନ୍ତି। ପୁଲିସ ଜରିଆରେ ଭାରତ ସରକାର ଧମକାଉଥିବା ବିଷୟରେ ଟ୍ବିଟର୍‌ ଯେଉଁ ମନ୍ତବ୍ୟ ଦେଇଥିଲା, ଦିଲ୍ଲୀ ପୁଲିସ ତାହାର ଘୋର ବିରୋଧ କରିଛି। ଟ୍ବିଟର୍‌ ନିଜେ ପୁଲିସ ଓ କୋର୍ଟର ଭୂମିକା ନିର୍ବାହ କରିବାକୁ ଚାହୁଛି। ଟୁଲ୍‌କିଟ୍‌ ମାମଲା‌େର କଂଗ୍ରେସ ପ୍ରତିନଧିଙ୍କ ଆବେଦନ ପରେ ମାମଲା ରୁଜୁ କରାଯାଇଥିଲା। ଭାରତ ସରକାରଙ୍କ ଇଙ୍ଗିତରେ ମାମଲା ରୁଜୁ ହୋଇଛି ବୋଲି କଂପାନି କହିବା ସମ୍ପୂର୍ଣ୍ଣ ଭୁଲ ବୋଲି ଦିଲ୍ଲୀ ପୁଲିସ କହିଛି।

ଟ୍ବିଟର୍‌ ପକ୍ଷରୁ ଆଜି ଏକ ଲମ୍ବା ବିଜ୍ଞପ୍ତି ଜାରି କରି ପୁଲିସ ପଦକ୍ଷେପ ଓ ନୂଆ ଆଇଟି ନିୟମକୁ ସମାଲୋଚନା କରାଯାଇଥିଲା। ବର୍ତମାନ ଆମେ ଭାରତରେ ଥିବା ଆମର କର୍ମଚାରୀଙ୍କୁ ନେଇ ଚିନ୍ତିତ ଅଛୁ। ନୂଆ ନିୟମକୁ କାର୍ଯ୍ୟକାରୀ କରିବା ଲାଗି ପୁଲିସ ପକ୍ଷରୁ ଡରାଇବା ଓ ଧମକାଇବା ଭଳି ପଦ୍ଧତି ଗ୍ରହଣ କରାଯାଇଛି। ତାହାକୁ ନେଇ ଆମେ ଏବଂ ଭାରତ ଓ ବିଶ୍ବର ଅନେକ ନାଗରିକ ସମାଜ ଚିନ୍ତା ପ୍ରକଟ କରୁଛନ୍ତି। ଆମେ ଭାରତ ସରକାରଙ୍କ ସହ ଆଲୋଚନା ଜାରି ରଖିବୁ ବୋଲି ଟ୍ବିଟର୍‌ ପକ୍ଷରୁ କୁହାଯାଇଥିଲା।

ଆଜି ଗୁଗୁଲ୍‌ର ସିଇଓ ସୁନ୍ଦର ପିଚ୍ଚାଇ କହିଛନ୍ତି ଯେ କଂପାନି ନୂଆ ନିୟମ ପାଳନ କରିବାକୁ ପ୍ରତିବଦ୍ଧ। ଫେସବୁକ୍ ମଧ୍ୟ ନୂଆ ନିୟମକୁ ସ୍ବାଗତ କରିଛି, କିନ୍ତୁ କେତେକ ପ୍ରସଙ୍ଗରେ ଆହୁରି ଆଲୋଚନାର ଆବଶ୍ୟକତା ଥିବା କହିଛି। ଏହାର ମାଲିକାନାରେ ଥିବା ସଂସ୍ଥା ହ୍ବାଟସ୍‌ଆପ୍ ପକ୍ଷରୁ ସରକାରଙ୍କ ପକ୍ଷରୁ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ନୂଆ ଆଇଟି ନିୟମ ଚଳିତ ମାସ ୨୬ରୁ ଲାଗୁ ହୋଇଛି। ଏହି ନିୟମ ପାଳନ କରିବା ଲାଗି କ'ଣ ସବୁ ପଦକ୍ଷେପ ନିଆଯାଇଛି ତାହାର ତାଜା ରି‌ପୋର୍ଟ ଦେବାକୁ ଗତକାଲି କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରଣାଳୟ ସୋସିଆଲ୍ ମିଡିଆ କଂପାନିଗୁଡ଼ିକୁ କହିଥିଲା। ଚିଫ୍‌ କମ୍ପ୍ଲାଏନ୍ସ ଅଫିସର, ରେସିଡେଣ୍ଟ୍‌ ଗ୍ରିଭାନ୍ସ ଅଫିସର ଓ ନୋଡାଲ୍ ଅଫିସରଙ୍କ ବିବରଣୀ ଦେବାକୁ କଂପାନିଗୁଡ଼ିକୁ ସରକାର କହିଛନ୍ତି। ମେସେଜ୍ ବା ପୋଷ୍ଟ୍‌ର ଉତ୍ସ ଜଣାଇବା ଲାଗି ନିୟମରେ ଏକ ବ୍ୟବସ୍ଥା ରହିଛି। ତାହାକୁ ହ୍ବାଟସ୍‌ଆପ୍ ତୀବ୍ର ବିରୋଧ କରିଛି। ଏହା ବିରୋଧରେ କଂପାନି ଦିଲ୍ଲୀ ହାଇକୋର୍ଟରେ ମାମଲା ମଧ୍ୟ ରୁଜୁ କରିଛି। ତେବେ ହ୍ବାଟସ୍‌ଆପ୍ ଯେଉଁ ସବୁ ଆପତ୍ତି ଉଠାଇଥିଲା ଗତକାଲି ସରକାର ତାହାର ଉତ୍ତର ଦେଇଛନ୍ତି। ବ୍ୟକ୍ତିଗତ ‌ଗୋପନୀୟତା ଉଲ୍ଲଘଂନ କରିବାର ସକରାରଙ୍କ କୌଣସି ଅଭିପ୍ରାୟ ନାହିଁ ବୋଲି ଗତକାଲି ସରକାର କହିିଥିଲେ।

ନିଉଜ୍ ପୋର୍ଟାଲ୍‌, ଓଟିଟିଙ୍କୁ ୧୫ ଦିନ ମହଲତ
ନୂଆଦିଲ୍ଲୀ: ନୂଆ ସୂଚନା ପ୍ରଯୁକ୍ତି ନିୟମକୁ ସରକାର ବେଶ ଗୁରୁତ୍ବ ଦେଉଛନ୍ତି। ଏହାକୁ କଂପାନିଗୁଡ଼ିକ ପାଳନ କରିବା ଲାଗି କ'ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ସରକାର ଜାଣିବାକୁ ଚାହୁଛନ୍ତି। ନୂଆ ଆଇଟି ନିୟମ ଲାଗୁ କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସବିଶେଷ ବିବରଣୀ ୧୫ ଦିନ ଭିତ‌ରେ ପ୍ରଦାନ କରିବାକୁ ନିଉଜ୍ ପୋର୍ଟାଲ୍‌ ଓ ନେଟ୍‌ଫ୍ଲିକ୍ସ ଏବଂ ଆମାଜନ୍ ପ୍ରାଇମ୍ ଭଳି ଓଟିଟି ସଂସ୍ଥାଗୁଡ଼ିକୁ କୁହାଯାଇଛି। ଏହି ନିୟମରେ ଅନେକ କଠୋର ବ୍ୟବସ୍ଥା ରହିଛି। ଅଭିଯୋଗ ସମାଧାନ ଲାଗି ତ୍ରୀସ୍ତରୀୟ ବ୍ୟବସ୍ଥା କରିବା ସହ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ କରିବା ଲାଗି କଂପାନିଗୁଡ଼ିକୁ କୁହାଯାଇଛି। ଏହା ବ୍ୟତୀତ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ମେସେଜ୍ ଓ ପୋଷ୍ଟ୍‌ଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସରକାର ଚାହୁଛନ୍ତି। ସୋସିଆଲ ମିଡିଆ, ଓଟିଟି ସଂସ୍ଥା ଓ ଅନ୍‌ଲାଇନ୍ ନିଉଜ୍ ପୋର୍ଟାଲ୍‌ଗୁଡ଼ିକ ଏହି ନିୟମ ଜରିଆରେ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe