Image Courtesy of Zee News
ମୁମ୍ବାଇ: ଏଲନ ମସ୍କ ଟ୍ବିଟର୍ର ନୂଆ ମାଲିକ ହେବା ପରଠାରୁ କିଛି ନା କିଛି ପରିବର୍ତ୍ତନ ହୋଇଚାଲିଛି। ମସ୍କ ଗତ ବର୍ଷ ଏହି ମାଇକ୍ରୋବ୍ଲଗିଂ ସାଇଟ୍କୁ କିଣିଥିଲେ। ଏହା ପରେ କମ୍ପାନିର ମାଲିକ ଅନେକ ପରିବର୍ତ୍ତନ ଆଣିଛନ୍ତି। ନୂଆ ମାଲିକ ଏଲନ୍ ମସ୍କ ୨୦୦ କର୍ମଚାରୀଙ୍କୁ ଛଟେଇ କରିବା ପରେ ଦିନେ ଅଚାନକ ସାରା ବିଶ୍ବରେ ଟ୍ବିଟର ଡାଉନ୍ ହୋଇ ଯାଇଥିଲା। ବ୍ୟବହାରକାରୀମାନେ ନିଜ ଟ୍ବିଟ୍କୁ ଦେଖିବାରେ ସମସ୍ୟା ସାମ୍ନା କରିଥିଲେ। କିଛି ବ୍ୟବହାରକାରୀ ପୁରୁଣା ଟ୍ବିଟ୍କୁ ଦେଖିପାରି ନଥିଲେ। ଟ୍ବିଟ୍ ପୋଷ୍ଟ୍ ହେବା ଲାଗି ମଧ୍ୟ ଅଧିକ ସମୟ ଲାଗୁଥିଲା।
ତେବେ, ଏବେ ସଦ୍ୟତମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବ୍ୟବହାରକାରୀ ସେମାନଙ୍କ ଆକାଉଣ୍ଟ୍ରେ କିଛିଟା ପରିବର୍ତ୍ତନ ନଆଣିଲେ ସେମାନଙ୍କ ଆକାଉଣ୍ଟ୍ ହ୍ୟାକ୍ ହୋଇପାରେ। ସୂଚନା ରହିଛି ଯେ କିଛି ବି ଆକାଉଣ୍ଟ୍ ପାଇଁ ୨ ଫ୍ୟାକ୍ଟର ଅଥଣ୍ଟିକେସନ୍ ଖୁବ୍ ଗୁରୁତ୍ବପୂର୍ଣ୍ଣ। ବିନା ୨ ଫ୍ୟାକ୍ଟର ଅଥଣ୍ଟିକେସନ୍ରେ ଆକାଉଣ୍ଟ୍ ହ୍ୟାକ୍ ହେବାର ସମ୍ଭାବନା ରହିଛି।
କିଛି ଦିନ ତଳେ କମ୍ପାନି ଘୋଷଣା କରିଥିଲା ଯେ ମାଗଣା ଟ୍ବିଟର୍ ବ୍ୟବହାରକାରୀଙ୍କୁ ଏସ୍ଏମ୍ଏସ୍ ବେସ୍ଡ ୨ ଫ୍ୟାକ୍ଟର ଅଥଣ୍ଟିକେସନ୍ ମିଳିବନି। ୨୦ ମାର୍ଚ, ଅର୍ଥାତ ଆଜି ସୁଦ୍ଧା ବ୍ୟବହାରକାରୀ ସେମାନଙ୍କର ଏସ୍ଏମ୍ଏସ୍ ବେସ୍ଡ ୨ ଫ୍ୟାକ୍ଟର ଅଥଣ୍ଟିକେସନ୍କୁ ହଟାଇ ପାରିବେ। ଆଜି ସୁଦ୍ଧା ବ୍ୟବହାରକାରୀଙ୍କୁ ମାଗଣା ଟ୍ବିଟର୍ ଆକାଉଣ୍ଟ୍ରେ ୨ ଫ୍ୟାକ୍ଟର ଅଥଣ୍ଟିକେସନ୍କୁ ଆଡ୍ କରିବାର ଅପ୍ସନ୍ ମିଳିବ। ମାତ୍ର ଏହା ଏସ୍ଏମ୍ଏସ୍ ବେସ୍ଡ ହେବ ନାହିଁ। ଆପଣ ଅଥଣ୍ଟିକେସନ୍ ଆପ୍ କିମ୍ବା ଫିଜିକଲ୍ କି ଜରିଆରେ ଏହି ଅପ୍ସନ୍କୁ ଏନାବଲ୍ କରିପାରିବେ।
ଯଦି ଆପଣ ନିଜର ଟ୍ବିଟର୍ ଆକାଉଣ୍ଟ୍ରେ ଉପଲବ୍ଧ ଏସ୍ଏମ୍ଏସ୍ ବେସ୍ଡ ୨ ଫ୍ୟାକ୍ଟର ଅଥଣ୍ଟିକେସନ୍କୁ ବଦଳାଇ ଅଥଣ୍ଟିକେସନ୍ ଆପ୍କୁ ପରିବର୍ତ୍ତନ ନ କରନ୍ତି ତ ଆପଣଙ୍କ ଆକାଉଣ୍ଟ୍ରୁ ୨ ଫ୍ୟାକ୍ଟର ଅଥଣ୍ଟିକେସନ୍ ଫିଚର୍ ସବୁଦିନ ପାଇଁ ଶେଷ ହୋଇଯିବ।
Follow Us