ନୂଆଦିଲ୍ଲୀ: ନୂଆ ‘ଆଇଟି’ ନିୟମ ଅନୁଯାୟୀ କମ୍ପାନିର କାର୍ଯ୍ୟଧାରା ସମ୍ବନ୍ଧୀୟ ଅଧିକାରୀମାନଙ୍କୁ ନିଯୁକ୍ତ କରିବାରେ ବିଫଳ ହେବା କାରଣରୁ ‘ଟୁଇଟର୍’ ଭାରତରେ ଆଇନଗତ ସୁରକ୍ଷା ହରାଇଥିବା କଥା ସରକାରୀ ସୂତ୍ରରୁ ଜଣାପଡ଼ିଛି।
ବୁଧବାର ଦିନ ବିଶେଷସୂତ୍ରରୁ ପ୍ରକାଶ ଯେ, ନୂଆ ସାମାଜିକ ଗଣମାଧ୍ୟମ ଆଇନ ଅନୁସାରେ ଦେଶରେ ପ୍ରମୁଖ ଅଧିକାରୀମାନଙ୍କୁ ନିଯୁକ୍ତି ଦେବାରେ ଅସମର୍ଥ ହୋଇଥିବା କାରଣରୁ ମାଇକ୍ରୋବ୍ଲଗିଙ୍ଗ୍ ପ୍ଲାଟ୍ଫର୍ମ ‘ଟୁଇଟର୍’ ଭାରତରେ ଆଇନଗତ ସୁରକ୍ଷା ହରାଇଛି। ମନ୍ତ୍ରାଳୟରୁ ଚିଠି ପାଇବା ପରେ ମଧ୍ୟ ‘ଟୁଇଟର୍’ ନିୟମ ଅନୁଯାୟୀ କାର୍ଯ୍ୟ କଲାନାହିଁ। ତେଣୁ, ‘ଟୁଇଟର୍’ର ‘ଇଣ୍ଟର୍ମିଡିଆରି ଷ୍ଟାଟସ୍’ ପ୍ରତ୍ୟାହାର କରାଯିବା ସଂକ୍ରାନ୍ତରେ କୌଣସି ଆଦେଶନାମା ଜାରି କରାଯିବ ନାହିଁ।
Image Courtesy of NDTVସୂଚନାଯୋଗ୍ୟ, ଭାରତ ସରକାରଙ୍କ ନୂଆ ‘ଆଇଟି’ ନିୟମାବଳି ପ୍ରତି ସମ୍ମତ ବୋଲି ମଙ୍ଗଳବାର ଦିନ ‘ଟୁଇଟର୍’ କହିଥିଲା। ସେହି ଅନୁସାରେ, ଜଣଙ୍କୁ ଅସ୍ଥାୟୀ ‘ଚିଫ୍ କମ୍ପ୍ଲିଆନ୍ସ୍ ଅଫିସର୍’ ଭାବେ ନିଯୁକ୍ତି ଦିଆଯାଇଛି।
‘ଟୁଇଟର୍’ର ଜଣେ ମୁଖପାତ୍ର ଗଣମାଧ୍ୟମକୁ କହିଥିଲେ, ଆମେ ‘ଏମ୍ଇଆଇଟି’ ନିୟମାବଳି ସହ ସମନ୍ବୟ ରକ୍ଷା କରୁଛୁ। ଜଣେ ଅସ୍ଥାୟୀ ‘ଚିଫ୍ କମ୍ପ୍ଲିଆନ୍ସ୍ ଅଫିସର୍’ଙ୍କୁ ନିଯୁକ୍ତି ଦିଆଯାଇଛି। ଏସଂକ୍ରାନ୍ତରେ ଆମେ ଅବିଳମ୍ବେ ମନ୍ତ୍ରାଳୟକୁ ଜଣାଇବୁ। ନୂଆ ଗାଇଡ୍ଲାଇନ୍ ଅନୁସରଣ କରିବା ଲାଗି ‘ଟୁଇଟର୍’ ସବୁମତେ ଉଦ୍ୟମ କରୁଛି।
Follow Us