ବଢ଼ିଲା ଟୁଇଟର୍‌ର ଅକ୍ଷର ସୀମା, ଏଣିକି ୧୪୦ ନୁହେଁ ୨୮୦ ଅକ୍ଷର ମଧ୍ୟରେ କରିପାରିବେ ଟୁଇଟ୍‌!

Advertisment
ବଢ଼ିଲା ଟୁଇଟର୍‌ର ଅକ୍ଷର ସୀମା, ଏଣିକି ୧୪୦ ନୁହେଁ ୨୮୦ ଅକ୍ଷର ମଧ୍ୟରେ କରିପାରିବେ ଟୁଇଟ୍‌!

ନୂଆଦିଲ୍ଲୀ: ମାଇକ୍ରୋ-ବ୍ଲଗିଂ ସାଇଟ୍‌ ଟୁଇଟର୍‌ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ମାତ୍ର ଟୁଇଟ୍‌ କରିବା ପାଇଁ ଖୁବ୍‌ କମ୍‌ ଅକ୍ଷର ସୀମା ରହିଥିବା ହେତୁ ପୂର୍ବରୁ ଏ ନେଇ ଅନେକ ଅଭିଯୋଗ ହୋଇଥିଲା। ବ୍ୟବହାରକାରୀଙ୍କ ସୁବିଧାକୁ ଲକ୍ଷ୍ୟ କରି କମ୍ପାନି ପକ୍ଷରୁ ମଙ୍ଗଳବାର ଟୁଇଟ୍‌ କରିବାର ଅକ୍ଷର ସୀମା ୧୪୦ରୁ ୨୮୦କୁ ବର୍ଦ୍ଧିତ କରାଯାଇଛି। ମାତ୍ର ଏହି ବର୍ଦ୍ଧିତ ଅକ୍ଷର ସୀମା ଜାପାନ, ଚୀନ ଏବଂ କୋରିଆ ପାଇଁ ଲାଗୁ ହୋଇନାହିଁ। ଏମାନେ ଗୋଟାଏ ଶବ୍ଦରେ ଅନେକ ସୂଚନା ଦେଇ ପାରନ୍ତି ବୋଲି ତାଙ୍କ ପାଇଁ ସୀମା ବଢ଼ାଇବା ଆବଶ୍ୟକ ନୁହେଁ ଚିନ୍ତା କରି କମ୍ପାନି ଏପରି ନିଷ୍ପତ୍ତି ନେଇଛି। ଉଲ୍ଳେଖଯୋଗ୍ୟ, ସେପ୍ଟେମ୍ବରରେ ମାଇକ୍ରୋ-ବ୍ଲଗିଂ ସାଇଟ୍‌ ଏକ ଛୋଟ ଗ୍ରୁପ୍‌ ମଧ୍ୟରେ ଅକ୍ଷର ବଢ଼ାଇବା ନେଇ ଏକ ପରୀକ୍ଷଣ କରିଥିଲା।

ଟୁଇଟର୍ ପକ୍ଷରୁ କୁହାଯାଇଛି ଯେ ଏଣିକି ବ୍ୟବହାରକାରୀମାନେ ସେମାନଙ୍କ ଭାବନାକୁ ଖୋଲାଖୋଲି ଭାବେ ପ୍ରକାଶ କରିବାର ସୁଯୋଗ ପାଇବେ। ବ୍ୟବହାରକାରୀମାନେ ସଂକୋଚ ନ କରି ନିଜ ଭାବନା ବିସୃତ ଭାବେ ଲେଖନ୍ତୁ ବୋଲି ଚିନ୍ତା କରାଯାଇ କମ୍ପାନି ଏପରି ନିଷ୍ପତ୍ତି ନେଇଛି।

କମ୍ପାନିର ପ୍ରୋଜେକ୍ଟ ମ୍ୟାନେଜର୍‌ ଅଲିଜା ରୋସନ କହିଛନ୍ତି, ‘ଏବେ ନୂଆ ନୂଆ ଅକ୍ଷରର ସୀମା ବର୍ଦ୍ଧିତ କରାଯାଇଛି ବୋଲି ବ୍ୟବହାରକାରୀ ଉତ୍ସୁକତାର ସହ କିଛି ଦିନ ୨୮୦ ଅକ୍ଷର ବିଶିଷ୍ଟ ଟୁଇଟ୍‌ କରିବେ। ମାତ୍ର କିଛି ଦିନ ପରେ ମାତ୍ର ୫% ବ୍ୟବହାରକାରୀଙ୍କୁ ଛାଡ଼ିଲେ ଅନ୍ୟମାନେ ପୂର୍ବ ପରି କ୍ଷୁଦ୍ର ଟୁଇଟ୍‌ କରିବେ। କାହିଁକି ନାଁ ପରୀକ୍ଷଣ ସମୟରେ ମାତ୍ର ୨% ଲୋକେ ଦୀର୍ଘ ଟୁଇଟ୍‌ କରିଥିବାର ଦେଖିବାକୁ ମିଳିଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe