ଟ୍ବିଟର ହେଲା ‘ଏକ୍ସ ଡଟ୍ କମ୍‌’

Advertisment
ଟ୍ବିଟର ହେଲା ‘ଏକ୍ସ ଡଟ୍ କମ୍‌’

ନୂଆଦିଲ୍ଲୀ: ୨୦୨୨ ଅକ୍ଟୋବରରେ ଏଲନ ମସ୍କ ଟ୍ବିଟରକୁ କିଣିଥିଲେ। ଏହାପରେ ନାମ ବଦଳାଇ ଏକ୍ସ ରଖିଥିଲେ। କେବଳ ସେତିକି ନୁହେଁ, କମ୍ପାନିର ପକ୍ଷୀ ପ୍ରତୀକକୁ ବଦଳାଇ ଏକ ନୂଆ ଏକ୍ସ ଲୋଗୋ ରଖିଥିଲେ। ତେବେ ଆଜି ସେ କମ୍ପାନିର ଡୋମେନ ବା ୟୁଆରଏଲକୁ ବଦଳାଇ ଦେଇଛନ୍ତି। ତାହାର ନାମ ଏକ୍ସ ଡଟ୍ କମ୍‌ କରିଛନ୍ତି। ମସ୍କ ଏକ୍ସ ପୋଷ୍ଟରେ ଲେଖିଛନ୍ତି ପୂର୍ବରୁ ଟ୍ବିଟର ନାମରେ ପରିଚିତ ସାଇଟ୍ ଏବେ ସଂପୂର୍ଣ୍ଣ ଭାବେ ଏକ୍ସ ଡଟ୍‌ କମ୍‌କୁ ଆସିଯାଇଛି। ସମସ୍ତ ପ୍ରମୁଖ ବ୍ୟବସ୍ଥା ଏବେ ଏକ୍ସ ଡଟ୍ କମ୍‌ରେ ରହିଛି। ଏଥିସହିତ ସେ ନୀଳ ବୃତ୍ତ ଭିତରେ ଧଳା ରଙ୍ଗରେ ଏକ୍ସ ଲେଖାଥିବା ଚିତ୍ର ପୋଷ୍ଟ୍‌ କରିଛନ୍ତି।

ତେବେ ସେ ଏକ୍ସର ଲୋଗୋକୁ ପୁଣି ଥରେ ପରିବର୍ତ୍ତନ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ୨୦୨୨ରେ ୪୪ ବିଲିଅନ ଡଲାରରେ ଟ୍ବିଟରକୁ କିଣିବା ପରେ ମସ୍କ ଏଥିରେ ପରିବର୍ତ୍ତନ ଚଳାଇଛନ୍ତି। ଏହାର ନାମ ଏକ୍ସ ରଖିବା ସହିତ ‘ଟ୍ବିଟ୍‌ସ’ ଶବ୍ଦକୁ ‘ପୋଷ୍ଟ୍‌ସ’ରେ ଏବଂ ‘ରିଟ୍ବିଟ୍‌ସ’ କୁ ‘ରିପୋଷ୍ଟ୍‌ସ’ରେ ବଦଳାଇଥିଲେ। ଏଥିସହିତ ବାସ୍କେଟବଲ୍ ଖେଳାଳି ଲାରି ବାର୍ଡଙ୍କ ନାମରେ ପ୍ରସ୍ତୁତ ପ୍ରସିଦ୍ଧ ନୀଳ ପକ୍ଷୀ ଲୋଗୋକୁ ମସ୍କ ବଦଳାଇ ଏକ୍ସ ରଖିଥିଲେ। ଉକ୍ତ ଏକ୍ସ ଲୋଗୋର ପୃଷ୍ଠଭୂମି କଳା ରଙ୍ଗ ରହିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଟ୍ବିଟରର ଡୋମେନ ନାମ ଟ୍ବିଟର ଡଟ୍‌ କମ୍‌ ଭାବେ ଅପରିବର୍ତ୍ତିତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe