୮୫ଲକ୍ଷ ଟଙ୍କା ଖର୍ଚ୍ଚ କରି ଘର ସଜ୍ଜା ପାଇଁ ଦୁଇଟି ଅଲିଭ ଗଛକୁ ଆନ୍ଧ୍ରରୁ ମଗାଇଛନ୍ତି ମୁକେଶ ଆମ୍ବାନୀ

୮୫ଲକ୍ଷ ଟଙ୍କା ଖର୍ଚ୍ଚ କରି ଘର ସଜ୍ଜା ପାଇଁ ଦୁଇଟି ଅଲିଭ ଗଛକୁ ଆନ୍ଧ୍ରରୁ ମଗାଇଛନ୍ତି ମୁକେଶ ଆମ୍ବାନୀ

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ଜାମନଗର ବଙ୍ଗଳାକୁ ଦୁଇଟି ବିରଳ ଅଲିଭ୍ ଗଛ ଆସିଛି। ଯାହା ଆନ୍ଧ୍ରର ଏକ ନର୍ସରୀରେ ରହିଥିଲା। ୧୮୦ ବର୍ଷ ପୁରୁଣା ଅଲିଭ୍ ଗଛକୁ ପ୍ରାୟ ତିନି ବର୍ଷ ପୂର୍ବେ ସ୍ପେନରୁ ଗୌତମୀ ନର୍ସରୀକୁ ଅଣାଯାଇଥିଲା । ନଭେମ୍ବର ୨୪ ତାରିଖ ଅର୍ଥାତ ବୁଧବାର ଦିନ ଏହି ଦୁଇଟି ବଡ଼ ଅଲିଭ ଗଛକୁ ଏକ ଟ୍ରକ ଯୋଗେ ଗୁଜୁରାଟକୁ ଅଣାଯାଇଥିଲା । ଏଥିପାଇଁ ୫ ଦିନର ସମୟ ଲାଗିଥିଲା।

ଗୌତମ ନର୍ସରୀ ଗଛର ମୂଲ୍ୟ କେତେ ଅଛି ସେ ସମ୍ବନ୍ଧରେ ସବିଶେଷ ତଥ୍ୟ ଦେବାକୁ ମନା କରିଦେଇଥିବା ବେଳେ ସୂତ୍ରରୁ ଜଣାପଡିଛି ଯେ ଅମ୍ବାନୀ ଦୁଇଟି ଅଲିଭ୍ ଗଛକୁ ଆଣିବା ପାଇଁ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ଆନ୍ଧ୍ରର କାଦିଆମରେ ଥିବା ଗୌତମୀ ନର୍ସରୀର ମାଲିକ ମାରଗାନି ଭେରାବାବୁ କହିଛନ୍ତି ଯେ ସେମାନେ ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହି ନିର୍ଦ୍ଦେଶ ପାଇଥିଲେ। ରିଲାଏନ୍ସର କର୍ମଚାରୀମାନେ ଗତ ସପ୍ତାହରେ ଏହି ନିର୍ଦ୍ଦେଶ ଦେଇଥିଲେ। ଆମକୁ କୁହାଯାଇଛି ଯେ ଅମ୍ବାନୀଙ୍କ ପୁଅ ନୂତନ ବଙ୍ଗଳାକୁ ସଜାଇବା ପାଇଁ ଏହି ଅଲିଭ୍ ଗଛ ବାଛିଛନ୍ତି।

ଗଛଗୁଡ଼ିକର ଓଜନ ପ୍ରାୟ ୨ଟନ୍ ରହିଛି। ଚେରଗୁଡିକ ଯତ୍ନର ସହିତ ପ୍ୟାକ୍ କରାଯାଇ ଗଛକୁ ପୂରା ଘୋଡାଇ ଦିଆଯାଇଥିଲା। ଏହି ଦୁଇଟି ଅଲିଭ ଗଛକୁ ଟ୍ରକରେ ଲୋଡ୍ କରିବା ପାଇଁ ୨୫ଜଣ ଲୋକ ଏବଂ ହାଇଡ୍ରୋଲିକ୍ କ୍ରେନର ସାହାଯ୍ୟ ନିଆଯାଇଥିଲା। ଗଛର ଭାରି ଭାର ହେତୁ ଗାଡି ଘଣ୍ଟା ୩୦-୪୦ କିଲୋମିଟର ବେଗରେ ଯାତ୍ରା କରିଥିଲା। ଜାମନଗରରେ ପହଞ୍ଚିବାକୁ ପ୍ରାୟ ୫ ଦିନ ସମୟ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe