ଅକ୍ଟୋବରରେ ଦୁଇଚକିଆ ଇଭି ବିକ୍ରି ୮୫% ବଢ଼ିଲା

Advertisment

ଅକ୍ଟୋବର ମାସ ଦେଶର ଦୁଇ ଚକିଆ ବିଦ୍ୟୁତ୍‌ ଯାନ (ଇଭି) ପାଇଁ ଅତ୍ୟନ୍ତ ଭଲ ସାବ୍ୟସ୍ତ ହୋଇଛି। ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଅକ୍ଟୋବରରେ ଦୁଇ ଚକିଆ ଇଭି ବିକ୍ରିରେ ୮୫ ପ୍ରତିଶତ ବୃଦ୍ଧି ଘଟି ୧,୩୯,୦୩୧ ୟୁନିଟ୍‌ରେ ପହଞ୍ଚିଛି।

ଅକ୍ଟୋବର ମାସ ଦେଶର ଦୁଇ ଚକିଆ ବିଦ୍ୟୁତ୍‌ ଯାନ (ଇଭି) ପାଇଁ ଅତ୍ୟନ୍ତ ଭଲ ସାବ୍ୟସ୍ତ ହୋଇଛି। ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଅକ୍ଟୋବରରେ ଦୁଇ ଚକିଆ ଇଭି ବିକ୍ରିରେ ୮୫ ପ୍ରତିଶତ ବୃଦ୍ଧି ଘଟି ୧,୩୯,୦୩୧ ୟୁନିଟ୍‌ରେ ପହଞ୍ଚିଛି।

ev scooty

BikeDekho

ନୂଆଦିଲ୍ଲୀ: ଅକ୍ଟୋବର ମାସ ଦେଶର ଦୁଇ ଚକିଆ ବିଦ୍ୟୁତ୍‌ ଯାନ (ଇଭି) ପାଇଁ ଅତ୍ୟନ୍ତ ଭଲ ସାବ୍ୟସ୍ତ ହୋଇଛି। ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଅକ୍ଟୋବରରେ ଦୁଇ ଚକିଆ ଇଭି ବିକ୍ରିରେ ୮୫ ପ୍ରତିଶତ ବୃଦ୍ଧି ଘଟି ୧,୩୯,୦୩୧ ୟୁନିଟ୍‌ରେ ପହଞ୍ଚିଛି। ଗତବର୍ଷ ଅକ୍ଟୋବରରେ ଦେଶରେ ୭୫,୧୬୪ଟି ଦୁଇ ଚକିଆ ଇଭି ବିକ୍ରି ହୋଇଥିଲା। ଇଭି ବିକ୍ରିରେ ଦେଖାଦେଇଥିବା ଏହି ବୃଦ୍ଧି ଧାରା ଦର୍ଶାଉଛି ଯେ ଗ୍ରାହକମାନେ ପାରମ୍ପରିକ ପେଟ୍ରୋଲ ଗାଡ଼ି ତୁଳନାରେ ବିଦ୍ୟୁତ୍‌ ଗାଡ଼ିକୁ ପସନ୍ଦ କରୁଛନ୍ତି। ୨୦୨୪ ମସିହାର ପ୍ରଥମ ୧୦ ମାସରେ ଦେଶରେ ମୋଟ ୯,୫୪,୧୬୪ ଦୁଇ ଚକିଆ ଇଭି ବିକ୍ରି ହୋଇଛି। 

୨୦୨୩ର ପ୍ରଥମ ୧୦ ମାସ ତୁଳନାରେ ଏଥିରେ ୩୮ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ପ୍ରଥମ ୧୦ ମାସରେ ମୋଟ ୬,୯୨,୩୬୩ ୟୁନିଟ୍ ଦୁଇ ଚକିଆ ଇଭି ବିକ୍ରି ହୋଇଥିଲା। ଚଳିତବର୍ଷ ଅକ୍ଟୋବରରେ ଓଲା ୪୧,୬୦୫ ୟୁନିଟ୍‌ ଇଭି ବିକ୍ରି କରିଛି। କମ୍ପାନି ସେପ୍ଟେମ୍ବରରେ ୨୪,୭୧୬ ୟୁନିଟ୍ ଏବଂ ଅଗଷ୍ଟରେ ୨୭,୬୧୫ ୟୁନିଟ୍‌ ଇଭି ଓଲା ବିକ୍ରି କରିଥିଲା। କମ୍ପାନି ଜାନୁଆରିରେ ୩୨,୪୨୪ ୟୁନିଟ୍ ଯାନ ବିକିଥିବାବେଳେ ମାର୍ଚ୍ଚରେ ୫୩,୬୪୦ ୟୁନିଟ୍ ଯାନ ବିକ୍ରି କରିଛି। ଏହାବ୍ୟତୀତ ଅକ୍ଟୋବରରେ ଟିଭିଏସ୍‌ ମୋଟର ୨୯,୮୯୦ ୟୁନିଟ୍ ଇଭି ବିକ୍ରି କରିଛି। ଗତବର୍ଷ ଅକ୍ଟୋବର ତୁଳନାରେ ଟିଭିଏସ୍‌ର ଇଭି ବିକ୍ରିରେ ୮୧ ପ୍ରତିଶତ ବୃଦ୍ଧି ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe