ଫେସ୍‌ବୁକ୍‌ କରୁଥିବା ସଙ୍ଗେ ସଙ୍ଗେ କରିହେବ ହ୍ଵାଟ୍‌ସଆପ!

ଫେସ୍‌ବୁକ୍‌ କରୁଥିବା ସଙ୍ଗେ ସଙ୍ଗେ କରିହେବ ହ୍ଵାଟ୍‌ସଆପ!

ନୂଆଦିଲ୍ଲୀ: ଏବେ ଯୋଗାଯୋଗର ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ। ସେ ଫେସବୁକ ହେଉ ଅବା ହ୍ଵାଟ୍‌ସଆପ। ଏବେ ଏହି ସୋସିଆଲ ମିଡିଆ ନେଟୱାର୍କିଂ ସାଇଟର ପ୍ରେମରେ ପୂରା ଯୁବଗୋଷ୍ଠୀ। କିଛି କ୍ଷଣ ପାଇଁ ସୋସିଆଲ ମିଡିଆରୁ ଦୂରେଇ ଗଲେ ପାଗଳପ୍ରାୟ ହୋଇ ଯାଉଛନ୍ତି ଯୁବସମାଜ। ଏସବୁ ଭିତରେ ବିଭିନ୍ନ ନୂଆ ନୂଆ ଫିଚର ଆଣୁଥିବା ଫେସବୁକ ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ନୂଆ ଫିଚର ସାମ୍ନାକୁ ଆଣିବାକୁ ଯାଉଛି।

ଏହି ନୂଆ ଫିଚର ଅନୁଯାୟୀ, ଫେସବୁକ ବ୍ୟବହାର କରୁଥିବା ସମୟରେ ଯଦି ଆପଣଙ୍କୁ ହ୍ଵାଟ୍‌ସଆପ ମେସେଜ ଆସେ ତେବେ ବିନା କୌଣସି ଦ୍ୱିଧାରେ ଏହାକୁ ଦେଖିପାରିବେ। ଏଥିପାଇଁ ଆପଣଙ୍କୁ ଫେସବୁକ ଆପ ବନ୍ଦ କରିବାକୁ ପଡିବନି। ପୂର୍ବରୁ ଫେସବୁକ ଚଳାଉଥିବା ବେଳେ ଯଦି ହ୍ଵାଟ୍‌ସଆପ ମେସେଜ ଆସୁଥିଲା ତେବେ ପ୍ରଥମେ ଫେସବୁକ ଆପ ବନ୍ଦ କରିବା ପରେ ହିଁ ହ୍ଵାଟ୍‌ସଆପ ମେସେଜ ଦେଖି ହେଉଥିଲା। କିନ୍ତୁ ଏବେ ଆଉ ବ୍ୟବହାରକାରୀଙ୍କୁ ସେଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏଥିପାଇଁ ଫେସବୁକ ଏକ ନୂଆ ଫିଚର ଆଣିଛି।

ସୂଚନାଯୋଗ୍ୟ, ପରୀକ୍ଷାମୂଳକ ଭାବେ ଏକ ନୂଆ ଫିଚର ସାମ୍ନାକୁ ଆଣିଛି ଫେସବୁକ। ଏହି ଫିଚର ଦ୍ୱାରା ବ୍ୟବହାରକାରୀ ଫେସବୁକ ଚଲାଉଥିବା ବେଳେ ହ୍ଵାଟ୍‌ସଆପର ମେସେଜ ମଧ୍ୟ ଦେଖିପାରିବେ। ଏଥିପାଇଁ ହ୍ଵାଟ୍‌ସଆପ ର ଏକ ସର୍ଟକର୍ଟ ବଟନ ଫେସବୁକ ଆପର ସମ୍ମୁଖ ଭାଗରେ ରହିବ। ଏବଂ ଏହି ଫିଚରକୁ ପରୀକ୍ଷାମୂଳକ ଭାବେ କିଛି ଆଣ୍ଡ୍ରଏଡ ଫୋନରେ ବ୍ୟବହାର ମଧ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe